ଓଡିଶା

odisha

ETV Bharat / bharat

CAA ତାତି: ପ୍ରଦର୍ଶନକାରୀଙ୍କୁ ଏସପିଙ୍କ ଧମକ, କହିଲେ ପାକିସ୍ତାନ ଚାଲିଯାଅ - protesters to go pakistan

ନାଗରିକତା ସଂଶୋଧନ ଆଇନକୁ ନେଇ ଉତ୍ତର ପ୍ରଦେଶରେ ହେଉଥିବା ବିରୋଧକୁ ନିୟନ୍ତ୍ରଣ କରିବାକୁ ଅହରହ ପ୍ରୟାସ କରୁଛନ୍ତି ପୋଲିସ ଟିମ୍‌ । ହେଲେ ଏହି ସମୟରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ସାଧାରଣରେ ବେଶ ଚର୍ଚ୍ଚାର ବିଷୟ ସୃଷ୍ଟି କରିଛି । ଅଧିକ ପଢନ୍ତୁ...

meerut sp city
ବକ୍ଷୋଭକାରୀଙ୍କୁ ଏସପିଙ୍କୁ ଧମକ

By

Published : Dec 28, 2019, 4:35 PM IST

ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ତୀବ୍ର ହେଉଛି ପ୍ରତିବାଦ । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଅହରହ ପ୍ରୟାସ କରୁଛନ୍ତି ପୋଲିସ ଟିମ୍‌ । ହେଲେ ଏହି ସମୟରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ସାଧାରଣରେ ବେଶ ଚର୍ଚ୍ଚାର ବିଷୟ ସୃଷ୍ଟି କରିଛି । ଉତ୍ତର ପ୍ରଦେଶର ମିରଟରେ ପ୍ରଦର୍ଶନ ଚାଲୁଥିବାବେଳେ ଏସପି ବିକ୍ଷୋଭକାରୀଙ୍କୁ ପାକିସ୍ତାନ ଚାଲିଯିବାକୁ ଧମକ ଦେଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ବକ୍ଷୋଭକାରୀଙ୍କୁ ଏସପିଙ୍କୁ ଧମକ

ଉତ୍ତର ପ୍ରଦେଶରେ ନାଗରିକତା ସଂଶୋଧନ ଆଇନକୁ ନେଇ ଡିସେମ୍ବର 20 ତାରିଖରେ ହିଂସା ଦେଖାଦେଇଥିବାରୁ ଏହି ମାହୋଲକୁ ଥଣ୍ଡା କରିବାକୁ ପୋଲିସ ପ୍ରଶାସନ ଜୋରସୋରରେ ଲାଗିଛି । ଠିକ୍‌ ଏହି ସମୟରେ ଏସପି ଅଖିଳେଶ ନାରାୟଣ ସିଂଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ସେ କିଛି ଯୁବକଙ୍କୁ ପାକିସ୍ତାନ ଚାଲିଯିବାକୁ କହୁଥିବା ଦେଖିବାକୁ ମିଳୁଛି ।

ତେବେ ଏହି ସମୟରେ ତାଙ୍କ ସହିତ ଏଡିଏମ ଅଜୟ କୁମାର ତିୱାରୀ ମଧ୍ୟ ଥିବା ଦେଖିବାକୁ ମିଳୁଛି । ସେପଟେ ଏହି ଭିଡିଓ ବାବଦରେ ଏସପି କିଛି କହିବାକୁ ପରୋକ୍ଷରେ ମନା କରୁଥିଲେ ବି କିଛି ଯୁବକ ପାକିସ୍ତାନ ସପକ୍ଷରେ ସ୍ଲୋଗନ ଦେଉଥିବାରୁ ଏପରି ସେ କହିଥିବା କୁହାଯାଉଛି । ଅନ୍ୟପଟେ ଏନେଇ ଏଡିଜି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏବେ ପରିସ୍ଥିତି ଶାନ୍ତ ରହିଛି । ଏ ଭିଡିଓ କେହି ଚକ୍ରାନ୍ତ କରି ଭାଇରାଲ କରିଥାଇପାରେ ।

ABOUT THE AUTHOR

...view details