ନୂଆଦିଲ୍ଲୀ: ଅନେକ ସମୟରେ କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଲୋକଙ୍କ ମଧ୍ୟରେ ଛାଇଯାଇଥାଏ। ସେଥିମଧ୍ୟରୁ କିଛି ମଣିଷକୃତ୍ୟ ତ ଆଉ କିଛି ପଶୁମାନଙ୍କ ଦ୍ବାରା କରାଯାଏ। ତେବେ ପଶୁଙ୍କ ଦ୍ବାରା କରାଯାଉଥିବା ଏହି କାର୍ଯ୍ୟ ଜାଣତରେ କି ଅଜାଣତରେ ହୁଏ ତାହା ବୁଝିବା ମୁସକିଲ। କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ହାତୀର ଭିଡିଓ ଭାଇରାଲ ହୋଇଛି । ଯାହାକି ଅତି ମଜାଦାର ହୋଇଛି ।
ଟ୍ରାଫିକ ପୋଷ୍ଟରେ ଆଖୁଟ୍ରକରୁ ଆଖୁ ଖାଉଛି ହାତୀ, ଭିଡିଓ ଭାଇରାଲ - elephant eat sugarcane
ଟ୍ରାଫିକ ପୋଷ୍ଟରେ ହାତୀଙ୍କ ଆଖୁ ଖାଇବା ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଠାରେ ରାସ୍ତାରେ ଯିବା ସମୟରେ ଦୁଇଟି ଗଜରାଜ ଆଖୁ ଖିଆର ମଜ୍ଜା ନେଉଛନ୍ତି ଯାହାର ଭିଡିଓ ଉଠାଇଛନ୍ତି ଟ୍ରାଫିକରେ ଠିଆ ହୋଇଥିବା ଲୋକେ । ଦେଖନ୍ତୁ ଭିଡିଓ....
ଟ୍ରାଫିକ ପୋଷ୍ଟରେ ହାତୀର ଆଖୁ ଟଣା ଦୃଶ୍ୟ ଭାଇରାଲ
ଟ୍ରାଫିକ ପୋଷ୍ଟରେ ହାତୀର ଆଖୁ ଟଣା ଦୃଶ୍ୟ ଭାଇରାଲ
ଅନେକ ସମୟରେ ଗଜରାଜ କ୍ଷେତରେ ପଶି ଫସଲ ନଷ୍ଟ କରୁଥିବା ଦୃଶ୍ୟ ସମସ୍ତେ ଦେଖିଥିବେ। ଗଜରାଜଙ୍କ ଉତ୍ପାତରେ ଅନେକ ଧନଜୀବନ ଅକାଳରେ ଚାଲିଯାଏ। ହେଲେ ଏଠି ରାସ୍ତାରେ ଯିବା ସମୟରେ ଦୁଇଟି ଗଜରାଜ ଆଖୁ ଖିଆର ମଜ୍ଜା ନେବାର ଭିଡିଓ ଭାଇରାଲ ହୋଇଛି । ତେବେ ଟ୍ରାଫିକ୍ ପୋଷ୍ଟରେ ଅଟକିବା ସମୟରେ ହାତୀଟି ଟ୍ରକରୁ ଆଖୁ ଟାଣି ଖାଇବାରେ ବ୍ୟସ୍ତ ଥିଲା ।
ଗଜାରାଜଙ୍କ ପ୍ରିୟ ଖାଦ୍ୟ ଆଖୁ। ତେବେ ବିଲେଇ ଭାଗ୍ୟକୁ ଶିକା ଛିଡିବା ପରି ଟ୍ରାଫିକ୍ ପୋଷ୍ଟରେ ହାତୀକୁ ଆଖୁ ମିଳିବା ପରେ ଏହି ନିଆର ଅନୁଭୂତିର ମଜ୍ଜା ନେବାରେ ମସଗୁଲ ଗଜରାଜ।