ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରରେ ଜଣେ ପରିବା ଦୋକାନୀ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରି 42 ହଜାର 500 ଟଙ୍କା ଜରିମାନା ଦେଇଛନ୍ତି । ତେବେ ପରିବା ଦୋକାନୀ ଜଣକ ଏଥରକୁ ମିଶାଇ 77 ଥର ଟ୍ରାଫିକ ନିୟମ ଭାଙ୍ଗି ଫାଇନ୍ ଦେଇଥିବା ଜଣାପଡିଛି ।
ଫାଇନ ଗଣିଥିବା ପରିବା ଦୋକାନୀ ଜଣକ ତାଙ୍କ ଗାଡି ମୂଲ୍ୟର ଦୁଇଗୁଣା ଫାଇନ୍ ଦେଇଛନ୍ତି । ସୂଚନା ଅନୁଯାୟୀ ବେଙ୍ଗାଲୁରୁର ମାଡିଭାଲାର ବାସିନ୍ଦା ନବୀନ କୁମାର ସହରରେ ପରିବା ବିକ୍ରି କରନ୍ତି । ଶୁକ୍ରବାର ନବୀନ ହେଲମେଟ ପିନ୍ଧି ନ ଥିବାବେଳେ ସ୍କୁଟରରେ ତ୍ରୁଟିପୂର୍ଣ୍ଣ ନମ୍ବର ପ୍ଲେଟ ଲଗାଇ ଗାଡି ଚଳାଉଥିଲେ । ଏହି ସମୟରେ ମାଡିଭାଲାର ଟ୍ରାଫିକ ପୋଲିସ ତାଙ୍କୁ ଅଟକାଇ 42 ହଜାର 500 ଟଙ୍କା ଫାଇନ ପକାଇବା ସହ ସ୍କୁଟର ଜବତ କରିଛନ୍ତି ।