ଓଡିଶା

odisha

ETV Bharat / bharat

ଆଧୁନିକ ସମୟରେ ଜୈନ ଧର୍ମର ଜୀବନ୍ତ ପ୍ରତୀକ ପାଲିଟାନା ସହର - ଅଜଣା କଥା

ବିଶ୍ବାସ ରହିଛି କି ଏହି ପାହାଡରେ ଥିବା ପ୍ରତିଟି ପଥର ଜଣେ ଜଣେ ଜୈନ ଧର୍ମାବଲମ୍ବୀଙ୍କ ମୋକ୍ଷର ପ୍ରତୀକ । ଏଥିପାଇଁ ଜୈନ ଧର୍ମୀୟଙ୍କ ପାଇଁ ଏକ ପବିତ୍ର ତୀର୍ଥସ୍ଥାନର ଆଖ୍ୟା ପାଇଛି ପାଲିଟାନା ସହର । ତେଣୁ କୁହନ୍ତି କି ନିଜ ଜୀବନ କାଳରେ ଥରେ ଜୈନ ଧର୍ମୀୟ ପାଲିଟାନା ସହର ଆସିଲେ ସେମାନଙ୍କ କର୍ମର ପ୍ରାୟଶ୍ଚିତ ହେବା ସହ ସେମାନଙ୍କୁ ମୋକ୍ଷ ପ୍ରାପ୍ତି ହୁଏ ।

palitana city, satrunjay mountain, unknown fact, unknown fact on palitana city, ପାଲିଟାନା ସହର, ଶତ୍ରୁଞ୍ଜୟ ପାହାଡ, ଅଜଣା କଥା, ପାଲିଟାନା ସହରକୁ ନେଇ ଅଜଣା କଥା
ଆଧୁନିକ ସମୟରେ ଜୈନ ଧର୍ମର ଜୀବନ୍ତ ପ୍ରତୀକ ପାଲିଟାନା ସହର

By

Published : Oct 4, 2020, 2:24 PM IST

ଭିନ୍ନ ସଂସ୍କୃତି, ବିବିଧ କଳା ଓ ସାହିତ୍ୟର ସମାହାର ପାଇଁ ଦେଶ ବିଦେଶରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ଭାରତ । ଗୋଟିଏ ଛାତ ତଳେ ଏଠି ପାଳନ ହୁଏ ସବୁ ଧର୍ମର ପର୍ବ ଓ ପ୍ରତ୍ୟେକ ଧର୍ମକୁ ମିଳେ ସମାନ ସମ୍ମାନ । ଏହିପରି ଏକ ମନ୍ଦିରମାଳିନୀ ପାହାଡ ହେଉଛି ଗୁଜୁରାଟର ଶତ୍ରୁଞ୍ଜୟ ପାହାଡ । ଯେଉଁଠି ଆଜି ବି ସାଇତା ହୋଇ ରହିଛି ଜୈନ ଧର୍ମର ଟିକିନିଖି ତଥ୍ୟ । ଏହି ପାହାଡର ପାଦ ଦେଶରେ ରହିଛି ପାଲିଟାନା ସହର । ଯେଉଁଠି ଜୈନ ଧର୍ମର ପବିତ୍ରତା ଓ ଭିନ୍ନତା ସ୍ପଷ୍ଟ ବାରି ହୋଇ ପଡେ ।

ବିଶ୍ବାସ ରହିଛି କି ଏହି ପାହାଡରେ ଥିବା ପ୍ରତିଟି ପଥର ଜଣେ ଜଣେ ଜୈନ ଧର୍ମାବଲମ୍ବୀଙ୍କ ମୋକ୍ଷର ପ୍ରତୀକ । ଏଥିପାଇଁ ଜୈନ ଧର୍ମୀୟଙ୍କ ପାଇଁ ଏକ ପବିତ୍ର ତୀର୍ଥସ୍ଥାନର ଆଖ୍ୟା ପାଇଛି ପାଲିଟାନା ସହର । ତେଣୁ କୁହନ୍ତି କି ନିଜ ଜୀବନ କାଳରେ ଥରେ ଜୈନ ଧର୍ମୀୟ ପାଲିଟାନା ସହର ଆସିଲେ ସେମାନଙ୍କ କର୍ମର ପ୍ରାୟଶ୍ଚିତ ହେବା ସହ ସେମାନଙ୍କୁ ମୋକ୍ଷ ପ୍ରାପ୍ତି ହୁଏ । ଏଥିସହ ପାଲିଟାନା ସହର ଆସିବା ଦ୍ବାରା ସେମାନଙ୍କ ଭବ୍ୟ ସ୍ଥିତି ପ୍ରାପ୍ତି ହେବା ନେଇ ମଧ୍ୟ ବିଶ୍ବାସ ରହିଛି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି କି ଏହି ଶତ୍ରୁଞ୍ଜୟ ପାହାଡରେ ରହିଛି ପ୍ରାୟ 1300 ମନ୍ଦିର । ସମସ୍ତ ମନ୍ଦିର ମାର୍ବଲରେ ନିର୍ମିତ ହୋଇଥିବା ବେଳେ ପାହାଡର ସର୍ବୋଚ୍ଚରେ ରହିଛି ମୁଖ୍ୟ ଜୈନ ମନ୍ଦିର ବା ତୀର୍ଥଙ୍କର । ଏଠାରେ ପୂଜା ପାଆନ୍ତି ଶ୍ରୀ ରିଷଭଦେବ ସ୍ବାମୀ ବା ପ୍ରଭୂ ଆଦିନାଥ । ତେବେ ଏଠାରେ ରହିଛି ଏକ କଟକଣା । ସେ ହେଉଛି ଏହି ପାହାଡରେ କେହି ବି ରାତି ବିତାଇବେ ନାହିଁ କିମ୍ବା ଶୋଇବେ ନାହିଁ । ସେ ମନ୍ଦିରର ପୂଜକ ବି ହୁଅନ୍ତୁ ନା କାହିଁକି । ସେମାନେ ଏହି ପାହାଡରେ ରାତି ବିତାଇବାର ଅନୁମତି ରହିନାହିଁ । ଏହା ପଛରେ କାରଣ ହେଉଛି ଏହି ସ୍ଥାନଟି ଦେବତାଙ୍କ ଆସ୍ଥାନ ହୋଇଥିବାରୁ ଏଠାରେ କୌଣସି ମଣିଷ ରାତି ବିତାଇ ପାରିବେ ନାହିଁ ।

ଏହି ଶତ୍ରୁଞ୍ଜୟ ପାହାଡକୁ ନେଇ ରହିଛି ଅନେକ ଲୋକକଥା । ଏହାକୁ ଅନେକ ବିଶ୍ବାସ କରନ୍ତି ତ ଆଉ କେତେକ ଏହାକୁ ଗୁଜବ ବୋଲି କୁହନ୍ତି । କୁହନ୍ତି କି ପ୍ରଭୁ ଆଦିନାଥ ବା ମୁକନାୟକ ଏଠାରେ ସ୍ଥାପନ ହେବା ପରେ ଏକକାଳୀନ 7 ଥର ଶ୍ବାସ ନେଇଥିଲେ । ସେହିପରି ପ୍ରତ୍ୟେହ ରାତିରେ ଭଗବାନଙ୍କ ମୂର୍ତ୍ତି ଉପରେ ରୂପାର ଏକ ଛାଉଣୀ ପଡିଯାଏ । ଯାହାକୁ ପୂଜକମାନେ ନିଜ ପାଉଣା ଆକରରେ ଗ୍ରହଣ କରନ୍ତି ।

ଏପରି ବି କୁହାଯାଏ କି ପ୍ରଭୁ ସୁପର୍ଶଭାନାଥ ସ୍ବାମୀଙ୍କ ଛୋଟିଆ ମୂର୍ତ୍ତି ପ୍ରତି ରାତିରେ ଅତିକମରେ 10 ଇଞ୍ଚ ଉପରକୁ ଉଡି ପ୍ରଭୁ ଆଦିନାଥଙ୍କ ପାପୁଲିରେ ସ୍ଥାପିତ ହୋଇଥାଆନ୍ତି । ସେପଟେ ଏହି ପାହାଡରେ ଏପରି ଏକମାତ୍ର ଗଛ ରହିଛି ଯାହା ତଳେ ପୁରୁଣା କାଳର ହୀରା, ରୂପା, ସୁନା ଓ ମୋତି ମାଣିକ ଆଦି ଲୁଚି ରହିଛି ବୋଲି ବିଶ୍ବାସ ରହିଛି ।

ଏଠାରେ ମୁଖ୍ୟତଃ କାର୍ତ୍ତିକ ପୂର୍ଣ୍ଣିମା ବେଶ ଧୁମଧାମରେ ପାଳନ ହୁଏ । ଯାହାକି ଦୀପାବଳି ପରେ ପ୍ରଥମ ପୂର୍ଣ୍ଣିମା । ବର୍ଷା ଦିନେ ଏହି ପାହାଡରେ ଥିବା ମନ୍ଦିରର ଦ୍ବାରା ବନ୍ଦ ଥିବା ବେଳେ କାର୍ତ୍ତିକ ପୂର୍ଣ୍ଣିମା ସମୟରେ ସାଧାରଣ ଦର୍ଶନ ଆରମ୍ଭ ହୋଇଥାଏ । ତେଣୁ ଏହି ଦିନ ହଜାର ହଜାର ଜୈନ ଧର୍ମାବଲମ୍ବୀଙ୍କ ଭିଡ ଦେଖିବାକୁ ମିଳିଥାଏ ।

ABOUT THE AUTHOR

...view details