ଓଡିଶା

odisha

ETV Bharat / bharat

ଚାଲାଣକୁ ନେଇ ନୂଆ ରେକର୍ଡ, ଟ୍ରକ ଚାଳକଙ୍କୁ 2 ଲକ୍ଷ 500 ଜୋରିମାନା - ପଲ୍ୟୁସନ କଣ୍ଟ୍ରୋଲ୍‌ ସାର୍ଟିଫିକେଟ

ଓଭରଲୋଡିଂ ଓ ଜରୁରୀ ଦସ୍ତାବିଜ ନଥିବା ଯୋଗୁଁ ଦିଲ୍ଲୀରେ ଜଣେ ଟ୍ରକ ଡ୍ରାଇଭର 2 ଲକ୍ଷ 500 ଟଙ୍କାର ଚାଲାଣ ଭରିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Sep 13, 2019, 12:31 PM IST

ନୂଆଦିଲ୍ଲୀ: ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ଚାଲାଣକୁ ନେଇ ନୂଆ ନୂଆ ରେକର୍ଡ ସୃଷ୍ଟି ହେଉଛି । ଏବେ ଏହି ରେର୍ଡରେ ସାମିଲ ହୋଇଛି ରାଜଧାନୀ ଦିଲ୍ଲୀ । ଓଭରଲୋଡିଂ ଓ ଜରୁରୀ ଦସ୍ତାବିଜ ନଥିବା ଯୋଗୁଁ ଏକ ଟ୍ରକ ଡ୍ରାଇଭରକୁ 2 ଲକ୍ଷ 500 ଟଙ୍କାର ଚାଲାଣ ଧରାଇଛି ଟ୍ରାଫିକ ପୋଲିସ ।

ତେବେ ଏହି ଟ୍ରକଟି ଦିଲ୍ଲୀ ମୁକର୍ବା ଛକରେ ଯାଉଥିବା ବେଳେ ଟ୍ରକରେ କନଷ୍ଟ୍ରକସନର କିଛି ସାମାନ ଯାଉଥିଲା । ଯେବେ ଟ୍ରାଫିକ ପୋଲିସ ଯାଞ୍ଚ କରିଥିଲେ ଜଣାପଡିଥିଲା ଯେ ଟ୍ରକ ଡ୍ରାଇଭର ନିକଟରେ ଡ୍ରାଇଭିଙ୍ଗ ଲାଇସେନ୍ସ, ରେଜିଷ୍ଟ୍ରେସନ ସାର୍ଟିଫିକେଟ, ପରମିଟ, ବୀମା ବା ପଲ୍ୟୁସନ କଣ୍ଟ୍ରୋଲ୍‌ ସାର୍ଟିଫିକେଟ ଇତ୍ୟାଦି ନଥିଲା । ପୁଣି ଟ୍ରକରେ କନଷ୍ଟ୍ରକସନ ସାମାନ ବୁହାଯାଉଥିବା ବେଳେ ତା ଉପରେ କୌଣସି କଭର ମଧ୍ୟ ଘୋଡାଯାଇ ନଥିବା ହେତୁ ଫାଇନ ଲଗାଯାଇଛି ।

ତେବେ କେଉଁ ଦସ୍ତାବିଜ ନଥିବା ହେତୁ କେତେ ଜୋରିମାନା ଲାଗିଛି ପଢନ୍ତୁ...

  • ଓଭରଲୋଡିଂ ପାଇଁ 20 ହଜାର
  • ଅତ୍ୟଧିକ ଓଜନ ପାଇଁ 36 ହଜାର
  • ଡ୍ରାଇଭିଙ୍ଗ ଲାଇସେନ୍ସ ନଥିବା ହେତୁ 5 ହଜାର
  • ଫିଟନେସ ସାର୍ଟିଫିକେଟ ନଥିବା ହେତୁ 10 ହଜାର
  • ରେଜିଷ୍ଟ୍ରେସନ ସାର୍ଟିଫିକେଟ ପାଇଁ 10 ହଜାର
  • ପରମିଟ ଉଲ୍ଲଂଙ୍ଘନ କରିବା ହେତୁ 10 ହଜାର
  • କୌଣସି ବୀମା ନଥିବା ହେତୁ 4 ହଜାର
  • ପଲ୍ୟୁସନ କଣ୍ଟ୍ରୋଲ୍‌ ସାର୍ଟିଫିକେଟ ନଥିବା ହେତୁ 10 ହଜାର
  • ଟ୍ରାନ୍ସଫର ହେଉଥିବା ଜିନିଷ ଉପରେ କଭର ଘୋଡା ଯାଇନଥିବା ହେତୁ 20 ହଜାର
  • ସିଟ ବେଲ୍ଟ ନ ଲଗାଇଥିବା ହେତୁ 1000 ଟଙ୍କା

ତେବେ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ହିଁ ଏକ ଟ୍ରକ ମାଲିକ 1 ଲକ୍ଷ 41 ହଜାର ଟଙ୍କାର ଜୋରିମାନା ଦେଇଥିଲେ । ଏହାପରେ ହରିୟାଣା ରେବାଡିରେ ମଧ୍ୟ ଏକ ଟ୍ରକ ମାଲିକ 1 ଲକ୍ଷ୍ୟ 16 ହଜାର ଟଙ୍କାର ଚାଲାଣ ଭରିଥିଲେ ।

ABOUT THE AUTHOR

...view details