ଓଡିଶା

odisha

By

Published : Apr 25, 2020, 10:01 AM IST

ETV Bharat / bharat

କୋଭିଡ-19: ତେଲେଙ୍ଗାନାରେ 983 ଆକ୍ରାନ୍ତ, 25 ମୃତ

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 983 କୋରୋନା ସଂକ୍ରମିତଙ୍କ ଭିତରୁ 291 ଜଣ ସୁସ୍ଥ ହୋଇଥିବାବେଳେ 25 ଜଣ ପ୍ରାଣ ହରାଇଛନନ୍ତି । ଅଧିକ ପଢନ୍ତୁ...

Telangana
ତେଲେଙ୍ଗାନାରେ ସମୁଦାୟ 983 ଆକ୍ରାନ୍ତ, 25 ମୃତ

ହାଇଦ୍ରାବାଦ: ଭାରତରେ କୋରୋନାର ପ୍ରକୋପ ଜାରି ରହିଛି । ସେଥିମଧ୍ୟରୁ ତେଲେଙ୍ଗାନା ରାଜ୍ୟ ମଧ୍ୟ ବେଶ ପ୍ରଭାବିତ ହୋଇଛି । ପୂର୍ବରୁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବହୁ କମ ଥିବାବେଳେ, ଜମାତି ମାନଙ୍କ କାରଣରୁ ଖୁବଶିଘ୍ର ଏହି ସଂଖ୍ୟାରେ ବୃଦ୍ଧି ପାଇଥିଲା । ତେବେ ପୂର୍ବ ଅପେକ୍ଷା ରାଜ୍ୟରେ କୋଭିଡ-19 ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ କମ ଦେଖିବାକୁ ମିଳୁଛି । ରାଜ୍ୟ ସରକାଙ୍କ ସଚେତନତା ଓ ଉପଯୁକ୍ତ ପଦକ୍ଷେପ ପାଇଁ ଏପରି ସମ୍ଭବ ହୋଇପାରିଛି ।

ତେବେ ଲେଙ୍ଗାନାରେ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ 983 କୋରୋନା ଭାଇରସ ପଜିଟିଭ ମାମଲା ରିପୋର୍ଟ ହୋଇଛି । ଯେଉଁଥିରୁ 291 ରୋଗୀ ଆରୋଗ୍ୟ ହୋଇ ଡିସଚାର୍ଜ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ 25 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ତେଲେଙ୍ଗାନା ସ୍ୱାସ୍ଥ୍ୟମନ୍ତ୍ରୀ ଏଟେଲା ରାଜେନ୍ଦ୍ର ।

ABOUT THE AUTHOR

...view details