ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବାକୁ କରାଯାଉଥିବା ସାମ୍ପଲ ଟେଷ୍ଟ ଏବେ 14 କୋଟି ପାର କରିଛି। ଯାହା ଅନ୍ୟ ଦେଶ ତୁଳନାରେ ସର୍ବାଧିକ ଟେଷ୍ଟିଂ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ରିତିମତ ଏହାର ପ୍ରୟାସ ଜାରି ରହିଛି।
ଡିସେମ୍ବର 6 ସୁଦ୍ଧା ଦେଶରେ ସରିଛି 14,77,87,656 କୋଭିଡ ଟେଷ୍ଟ: ICMR - କୋଭିଡ ଟେଷ୍ଟ
ଦେଶରେ କମିଛି କୋରୋନା ସଂକ୍ରମିତ ହାର । ଧିରେ ଧିରେ ସୁଧୁରୁଛି ସ୍ଥିତି । ତେବେ ଏହା ପଛରେ ସ୍ବାସ୍ଥ୍ୟ ବିଭାଗର ଅନେକ ଅବଦାନ ରହିଛି । ଅଧିକ ପଢନ୍ତୁ...
ଡିସେମ୍ବର 6 ସୁଦ୍ଧା ଦେଶରେ ସରିଛି 14,77,87,656 କୋଭିଡ ଟେଷ୍ଟ: ICMR
ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମୁତାବକ, ଗତ 24 ଘଣ୍ଟାରେ ଦେଶରେ 8 ଲକ୍ଷ 01 ହଜାର 081 ଟି ଟେଷ୍ଟ କରାଯାଇଛି। ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 14 କୋଟି 77 ଲକ୍ଷ 87 ହଜାର 656 ଟି ସାମ୍ପଲ ଟେଷ୍ଟ କରାଯାଇଛି ।
ମୋଟ ସଂକ୍ରମିତଙ୍କ ସଂଖ୍ୟା 96 ଲକ୍ଷ 77 ହଜାର 203ରେ ପହଞ୍ଚିଛି । ଏଥିରୁ 1 ଲକ୍ଷ 40 ହଜାର 573 ଜଣଙ୍କର ମୃତ୍ୟୁ ହୋଇଛି। ତେବେ ସର୍ବାଧିକ ସଂକ୍ରମିତ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛନ୍ତି ।