ୱାସିଂଟନ: ମହାମାରୀ କୋରୋନା ଭାଇରସ ମାନବ ଜଗତକୁ କଲବଲ କରିବା ପରେ ଏବେ ପଶୁଙ୍କ ଦେହରେ ଦେଖିବାକୁ ମିଳିଛି । ନ୍ୟୁୟର୍କର ବ୍ରୋଂକ୍ସ ଚିଡିଆଖାନର ଏକ ବାଘ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ପ୍ରଥମ ଥର ପାଇଁ କୌଣସି ପଶୁ ଦେହରେ ଏହା ଚିହ୍ନଟ ହୋଇଥିବା କହିଛି ଆମେରିକା କୃଷି ବିଭାଗର ପ୍ରାଣୀ ଚିକିତ୍ସା ସେବା ଲାବରୋଟୋରୀ ବିଭାଗ ।
ତେବେ ବ୍ରୋଂକ୍ସ ଚିଡିଆଖାନାର ଏକ ରିପୋର୍ଟ ଅନୁଯାୟୀ, 4 ବର୍ଷର ମାଲାୟନ ବାଘୁଣୀ 'ନାଦିଆ' କୋରୋନା ଆକ୍ରାନ୍ତ ହୋଇଛି । ଚିଡିଆଖାନରେ କାମ କରୁଥିବା କିଛି କର୍ମଚାରୀଙ୍କ ସଂସ୍ପର୍ଶରେ ଆସି ଏପରି ହୋଇଥିବା ଜଣାପଡିଛି । ବାଘୁଣୀର ରକ୍ଷଣାବେକ୍ଷଣ ଦାୟିତ୍ବରେ ଯେଉଁ କର୍ମଚାରୀମାନେ ନିୟୋଜିତ ଥିଲେ ସେମାନଙ୍କ ମଧ୍ୟରୁ କେହି ଜଣେ ଏହି ସଂକ୍ରମଣରେ ଆକ୍ରାନ୍ତ ହୋଇଥିବେ ସେଥିପାଇଁ ବାଘୁଣୀ ସଂସ୍ପର୍ଶରେ ଆସି ଏପରି ହୋଇଥିବା ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଚିଡିଆଖାନା କର୍ତ୍ତୃପକ୍ଷ । କିନ୍ତୁ ଏପର୍ଯ୍ୟନ୍ତ ଚିଡିଆଖାନା କର୍ମଚାରୀଙ୍କ ମଧ୍ୟରୁ କାହା ଦେହରେ ବି କୋରୋନାର ଲକ୍ଷଣ ଦେଖାଯାଇନାହିଁ ।