ଓଡିଶା

odisha

ETV Bharat / bharat

‘ବିଶ୍ବ ଶାନ୍ତି ପାଇଁ ଆତଙ୍କବାଦ ଏକ ବଡ ଚ୍ୟାଲେଞ୍ଜ’

ବିଶ୍ବ ଶାନ୍ତି ପାଇଁ ଆତଙ୍କବାଦ ଏକ ବଡ ଚ୍ୟାଲେଞ୍ଜ । ଆତଙ୍କୀ ସଂଗଠନର ବିନାଶ ହିଁ ସମାଜ ମଙ୍ଗଳ ପାଇଁ ଶୁଭଙ୍କର ସାବ୍ୟସ୍ତ ହେବ । ଆଗକୁ ପଢନ୍ତୁ...

By

Published : Nov 30, 2019, 4:42 PM IST

terror,attack
ପ୍ରତିକାତ୍ମକ ଫଟୋ

ହାଇଦ୍ରାବାଦ: ଆତଙ୍କବାଦ ପ୍ରଭାବିତ ଦେଶ ତାଲିକାରେ ଇରାକ ଓ ଆଫଗାନିସ୍ତାନ ପରେ ଭାରତ ତୃତୀୟ ସ୍ଥାନରେ ରହିଛି । ବିଶ୍ବବ୍ୟାପୀ ଉଦ୍ୟୋଗିକ ଓ ପ୍ରଦ୍ୟୋଗିକ କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତ୍ତନ ହେଉଛି । ଆଧୁନିକ ଜ୍ଞାନକୌଶଳ ସାଧାରଣ ଜନତାଙ୍କ ଜୀବନଯାପନକୁ ସୁବ୍ୟବସ୍ଥିତ ଏବଂ ସୁଗମ କରୁଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି ଅସମାଜିକ ତତ୍ତ୍ବ । ଯାହା ଦେଶ ସୁରକ୍ଷା ପାଇଁ ବଡ ଚ୍ୟାଲେଞ୍ଜ ଭାବେ ମୁଣ୍ଡ ଟେକିଲାଣି ।

ଦେଶରେ ଜ୍ଞାନକୌଶଳର ପ୍ରଗତି ମାନବ ସମାଜର ବିକାଶ ପାଇଁ ବ୍ୟବହୃତ ହେଉଥିବା ବେଳେ ଦୁନିଆକୁ ଡରାଇବାକୁ ଏହାକୁ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି ଆତଙ୍କବାଦୀ ସଂଗଠନ । ତେବେ କୌଣସି ଏକ ଏଜେନ୍ସିରୁ ବାର୍ତ୍ତା ପାଇବା ପରେ ତାର ସତ୍ୟାସତ୍ୟ ବିଚାର କରିବା ସହ ବିଶ୍ଲେଷଣ କରିବା ନିହାତି ଆବଶ୍ୟକ। କିନ୍ତୁ ବର୍ତ୍ତମାନର ସମୟରେ ସୋସିଆଲ ମିଡିଆର ବହୁଳ ବ୍ୟବହାର ଯୋଗୁଁ ଏହି ତଥ୍ୟ ଜାଣିବା ପାଇଁ ଗୋଟିଏ ସେକେଣ୍ଡ ମଧ୍ୟ ଲାଗୁନାହିଁ ।

ଆତଙ୍କବାଦୀମୀନେ ନିଜର ପ୍ରଚାର ପ୍ରସାର ପାଇଁ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି । ଯାହାର ଜ୍ବଳନ୍ତ ଉଦାହରଣ ହେଉଛି ଇରାକ ଓ ସିରିଆରେ ଇସଲାମିକ ଷ୍ଟେଟ (ଆଇଏସ) ଆତଙ୍କି ଗତିବିଧିର ବିସ୍ତାର ପାଇଁ ସୋସିଆଲ ମିଡିଆର ବ୍ୟବହାର କରିବା । ଶ୍ରୀଲଙ୍କା ଇଷ୍ଟର ସଣ୍ଡେ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ଜହରାନ ହାସିମ ସୋସିଆଲ ମିଡିଆ ମାଧ୍ୟମରେ ହିଁ ଯୁବପିଢୀଙ୍କୁ ଆତଙ୍କି ଗତିବିଧି ବିଷୟରେ ନିର୍ଦ୍ଦେଶ ଦେଉଥିଲା ।

ଆତଙ୍କୀ ସଂଗଠନ କେବଳ ଇରାକ ଓ ସିରିୟା ନୁହେଁ ଦୁନିଆର ଅନ୍ୟ ଦେଶରେ ମଧ୍ୟ ଆତଙ୍କୀ ବିସ୍ତାର ପାଇଁ ରଣନୀତି ଆପଣାଉଛନ୍ତି । ଉନ୍ନତ ଦେଶ ମାନଙ୍କରେ ଏମାନେ ପ୍ରଥମେ ଇଣ୍ଟରନେଟ ମାଧ୍ୟମରେ ଜାଲ ବିଛାଇବା ଆରମ୍ଭ କରିଥାନ୍ତି ।

କମ୍ପ୍ୟୁଟର ଏବଂ ସ୍ମାର୍ଟ ଫୋନ ଥରେ ଇଣ୍ଟରନେଟସହ ଯୋଡି ହେବା ପରେ ବିନା ପ୍ରତିବନ୍ଧକରେ ସୋସିଆଲ ମିଡିଆ ଦ୍ବାରା କୌଣସି ବି ତଥ୍ୟ ବିଷୟରେ ଜାଣିହେବ । ଏଥିପାଇଁ ଆତଙ୍କବାଦୀଙ୍କ ଦ୍ବାରା ପଠାଯାଉଥିବା ସନ୍ଦେଶ ଦେଶର ସୁରକ୍ଷା ଉପରେ ବିପଦ ସୃଷ୍ଟି କରିଛି ।

ଚଳିତବର୍ଷ ମାର୍ଚ୍ଚମାସରେ ନ୍ୟୁଜିଲ୍ୟାଣ୍ଡର କ୍ରାଇଷ୍ଟ ଚର୍ଚ୍ଚରେ ବିସ୍ଫୋରଣରେ ପ୍ରାୟ 51 ଜଣଙ୍କ ପ୍ରାଣହାନୀ ଘଟିଥିଲା । ଆକ୍ରମଣକାରୀ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଘଟଣାର ସିଧା ପ୍ରସାରଣ କରିଥିଲା । ତେବେ ଏଭଳି ଜଘନ୍ୟ ଆତଙ୍କବାଦ ଆକ୍ରମଣ ଘଟଣାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପଦକ୍ଷେପ ନେଇଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଏବଂ ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ।

ପ୍ରଥମେ ପ୍ରାୟ 17ଟି ଦେଶ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ପାଇଁ ଇଣ୍ଟରନେଟ ସେବା ବନ୍ଦ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ 31ଟି ଦେଶ ଏନେଇ ରାଜି ହୋଇଥିଲେ। ଫେସବୁକ, ମାଇକ୍ରୋସଫ୍ଟ, ଟ୍ବିଟର, ୟୁଟ୍ୟୁବ ମଧ୍ୟ ସହଯୋଗ କରିଥିଲେ । ଏହାସହ ଲୋକଙ୍କୁ ସଚେତନ କରିବା ପାଇଁ ଆତଙ୍କବାଦ ବିରୁଦ୍ଧରେ ଲଢେଇ ବିଷୟକୁ ନେଇ ଅନଲାଇନ ଚର୍ଚ୍ଚା କରାଯାଇଥିଲା । ଏହାକୁ ଆମାଜନ, ଲିଙ୍କଡେନ,ହ୍ବାଟସ୍ ଆପ ସମର୍ଥନ କରିଥିଲେ ।

ବର୍ତ୍ତମାନ କିଛି ଆପତ୍ତିଜନକ ଭିଡିଓ ଓ ଫଟୋ ଅପଲୋଡ କରିବାରେ ଅସମର୍ଥ ରହିବେ ଆତଙ୍କବାଦୀ ସଂସ୍ଥା । ଏନେଇ ବିଭିନ୍ନ ସଫ୍ଟଓୟାର ତିଆରି ହେଲାଣି । ଭାରତରେ ବୁରହାନ ୱାନି, ହିଜବୁଲ ମୁଜାହିଦିନ ମଧ୍ୟ ସୋସିଆଲ ମିଡିଆ ଦ୍ବାରା ଯୁବପିଢୀଙ୍କୁ ଆତଙ୍କବାଦ ରାସ୍ତାକୁ ଆକର୍ଷିତ କରୁଛି । ଏନେଇ ଅନେକ ସମୟରେ କାଶ୍ମୀରରେ ଇଣ୍ଟରନେଟ ସେବା ଉପରେ ରୋକ ଲଗାଯାଇଛି । ଅନ୍ୟପଟେ ଆତଙ୍କବାଦୀ ସଂଗଠନ ଇଣ୍ଟରନେଟ ବ୍ୟବହାର ନକରି ମଧ୍ୟ ସେମାନଙ୍କର କାୟା ବିସ୍ତାର କରିବାରେ ଲାଗିଛନ୍ତି । ସାଧାରଣ ନାଗରିକଙ୍କୁ ମଧ୍ୟ ଏନେଇ ସତର୍କ ହେବାକୁ ପଡିବ । ସଭିଙ୍କୁ ଆତଙ୍କବାଦ ନିୟନ୍ତ୍ରଣ ନେଇ ଆଗକୁ ବଢିବାକୁ ହେବ ।

ତେଣୁ ବିଶ୍ବରେ ଶାନ୍ତି ପ୍ରତିଷ୍ଠା ଦିଗରେ ଆତଙ୍କବାଦ ଏକ ବଡ ଚ୍ୟାଲେଞ୍ଜ । ଏହି ଅସାମାଜିକ ତତ୍ତ୍ବଙ୍କ ବିନାଶ ସମାଜ ମଙ୍ଗଳ ପାଇଁ ଅବସମ୍ଭାବୀ ହୋଇପଡିଛି ।

ABOUT THE AUTHOR

...view details