ନୂଆଦିଲ୍ଲୀ: ଇତିହାସ ରଚିବାର 56 ମିନିଟ୍ ପୂର୍ବରୁ ବନ୍ଦ ରହିଲା ‘ଚନ୍ଦ୍ରାୟନ-2’ର ଉତକ୍ଷେପଣ । ଯାନରେ ଯାନ୍ତ୍ରିକ ତ୍ରୁଟି ଥିବା କାରଣରୁ ଆଜି ପାଇଁ ଉତକ୍ଷେପଣ ବନ୍ଦ ରହିଥିବା କହିଛି ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ) ।
ଚନ୍ଦ୍ରକୁ ଗଲାନି ‘ଚନ୍ଦ୍ରାୟନ-2’, 56 ମିନିଟ୍ ପୂର୍ବରୁ ବନ୍ଦ ରହିଲା ଉତକ୍ଷେପଣ - ଚନ୍ଦ୍ରକୁ ଗଲାନି
କିଛି ସମୟର ଅପେକ୍ଷା ପରେ ଇତିହାସ ରଚିଥାଆନ୍ତା ଇସ୍ରୋ । ଚନ୍ଦ୍ରପୃଷ୍ଷ ଅଭିମୁଖେ ଗତିକରିଆଆନ୍ତା ‘ଚନ୍ଦ୍ରାୟନ-2’ । କିନ୍ତୁ ନିର୍ଦ୍ଧାରିତ ସମୟର 56 ମିନିଟ୍ ପୂର୍ବରୁ ଯାନରେ ଯାନ୍ତ୍ରିକ ତ୍ରୁଟିଥିବା ନେଇ ଉତକ୍ଷେପଣ ବନ୍ଦ ରଖିଲା ଇସ୍ରୋ ।
ଫାଇଲ ଫଟୋ
‘ଚନ୍ଦ୍ରାୟନ-2’କୁ ସଫଳ ଉତକ୍ଷେପଣ କରିବା ସହ ସମସ୍ତ ପ୍ରସ୍ତୁତିକୁ ଶେଷ ସ୍ପର୍ଶ ଦେଇସାରିଥିଲା ଇସ୍ରୋ । କିନ୍ତୁ ରକେଟରେ ଯାନ୍ତ୍ରିକ ତ୍ରୁଟି ଥିବା ଶେଷ ସମୟରେ ଜାଣିବାକୁ ପାଇଥିଲେ ବୈଜ୍ଞାନିକ । ଫଳରେ ଉତକ୍ଷେପଣକୁ ସ୍ଥଗିତ ରଖିଛନ୍ତି । 3.8 ଟନ୍ ବିଶିଷ୍ଟ ଓଜନର ଏହି ମହାକାଶ ଯାନର ଲାଇଭ୍ ଲଞ୍ଚ ଦେଖିବା ପାଇଁ ଅନଲାଇନ ପକ୍ରିୟା ମାଧ୍ୟମରେ 7,134 ଜଣ ରେଜିଷ୍ଟ୍ରେସନ କରିଥିଲେ । ଏଥିସହିତ ସାରା ଦେଶ ଏହି ସଫଳତାକୁ ଦେଖିବା ପାଇଁ ରାତି ତମାମ୍ ଚାହିଁ ରହିଥିଲା । କିନ୍ତୁ ଅନ୍ତିମ ମୁହୂର୍ତ୍ତରେ ସ୍ଥଗିତ ନିଷ୍ପତ୍ତି ନେଇଛି ଇସ୍ରୋ ।
Last Updated : Jul 15, 2019, 6:45 AM IST