ପଶ୍ଚିମବଙ୍ଗ: ସାରା ବିଶ୍ବ ଏବେ କୋରୋନା ସହ ଲଢୁଛି। ଏହି ଭାଇରସ ବଡ ବଡ ଶକ୍ତିଶାଳୀ ଦେଶର ଅଣ୍ଟା ଭାଙ୍ଗିଦେଲାଣି। ଲୋକେ ଘରେ ରହି ତ୍ରାହି ତ୍ରାହି ଡାକ ଦେଲେଣି। ଆଉ ଗରିବଙ୍କ ପେଟର କଷ୍ଟ ମଧ୍ୟ ଆଉ ସହି ହେଉନି। ଏପରି ଏକ ସଙ୍ଘର୍ଷପୂର୍ଣ୍ଣ ସମୟରେ କୋଲକାତାର ଏକ ମିଠା ଦୋକାନ ଗ୍ରାହକଙ୍କୁ ଉପହାର ସ୍ୱରୂପ 'କରୋନା' ମିଠା ଦେଉଛି ।
ବଜାରେ ମିଳୁଛି କୋରୋନା ମିଠା, ଖାଇଲେ ମିଳିବ ଭାଇରସକୁ ହରାଇବାର ଜୋଶ୍
ବିଶ୍ବର ଏକ ସଙ୍ଘର୍ଷପୂର୍ଣ୍ଣ ସମୟରେ କୋଲକାତାର ଏକ ମିଠା ଦୋକାନ ଗ୍ରାହକଙ୍କୁ ଉପହାର ସ୍ୱରୂପ 'କରୋନା' ମିଠା ଦେଉଛି ।
ଏହି ଘଟଣାଟି ଶୁଣିବାକୁ କାନକୁ ଅଖାଡୁଆ ଲାଗୁଥିବା ବେଳେ ଉକ୍ତ ମିଠାକୁ ଦେଖିବାକୁ ମଧ୍ୟ ଡର ଲାଗୁଛି। ଏହି ଭାଇରସରେ ସଂକ୍ରମିତ ଲୋକଙ୍କ ସଂଷ୍ପର୍ଶରେ ଆସିଲେ ଏହା ଦ୍ରୁତ ଗତିରେ ବ୍ୟାପୁଛି ତାକୁ ବା ଲୋକେ ଜାଣି ଜାଣି ଖାଇବେ କିପରି। ହେଲେ ଏପରି କିଛି ମିଠା ପ୍ରସ୍ତୁତ କରି ଲୋକଙ୍କୁ କୋରୋନା ସହ ସାହାସିକତାର ସହ ଲଢିବାକୁ ପ୍ରେରଣା ଦେଉଛନ୍ତି କୋଲକାତର ଏହି ମିଠା ଦୋକୋନୀ।
ଦୋକାନର ମାଲିକଙ୍କ କହିବା ଅନୁସାରେ, ''କୋରୋନାଭାଇରସ୍ କାରଣରୁ ହଜାର ହଜାର ଲୋକ ମରୁଛନ୍ତି। ଏହା ଲୋକଙ୍କ ଆତ୍ମବଳକୁ ବଢାଇବା ପାଇଁ ମୋ ତରଫରୁ ଏହା ଏକ ବାର୍ତ୍ତା ଅଟେ । ଯାହା ଦ୍ବାରା ଆମେ କୋରୋନା ସହ ଲଢିବା ଏବଂ ତାକୁ ଖାଇକି ହଜମ କରିବା । ଏହାଛଡା ମୋର ଅନ୍ୟ କୌଣସି ଖରାପ ଉଦ୍ଦେଶ୍ୟ ନାହିଁ।''