ଓଡିଶା

odisha

By

Published : Dec 2, 2019, 11:38 PM IST

ETV Bharat / bharat

ଭୋପାଳ ଗ୍ୟାସକୁ 35ବର୍ଷ: ଏବେ ଶୁଭୁଛି ମୃତକଙ୍କ ଆର୍ତ୍ତଚିତ୍କାର

ଭୋପାଳ ଗ୍ୟାସ ଦୁର୍ଘଟଣାକୁ ପୁରୁଛି 35 ବର୍ଷ । ମୃତର ଦୂତ ହୋଇ ଆସିଥିଲା ବିଷାକ୍ତ ଗ୍ୟାସ । ସମଗ୍ର ଭୋପାଳବାସୀଙ୍କ ନିଶ୍ବାସକୁ କରିଦେଇଥିଲା ନିରବ । ଅଧିକ ପଢନ୍ତୁ...

Bhopal gas tragedy
ଭୋପାଳ ଗ୍ୟାସକୁ 35ବର୍ଷ

ଭୋପାଳ: ଭାବିଲେ ଆଜିବି ଲୋମ ଟାଙ୍କୁରୀ ଉଠୁଛି । କେତେ ଭୟଙ୍କର ଥିଲା ସେ କାଳରାତ୍ର ? ଏକା ସାଙ୍ଗରେ ପୁରା ସହରକୁ କରିଦେଇଥିଲା ନିସ୍ତବ୍ଧ । କେହି କିଛି ଭାବିବା ଆଗରୁ ସବୁଦିନ ପାଇଁ ଶୋଇଯାଇଥିଲେ ଅନେକ । ଆଉ କେତେକ ଜୀବନ ବିକଳରେ କରୁଥିଲେ ଧାଁ ଧପଡ । ଭୋପାଳ ଗ୍ୟାସ ଦୁର୍ଘଟଣାକୁ ପୁରୁଛି 35 ବର୍ଷ । ସେହି କାଳରାତ୍ରୀ ଅନ୍ଧାର ତ ନାହିଁ, କିନ୍ତୁ ତା ଛାଇ ଏବେ ବି ଯେମିତି ଖାଇ ଗୋଡାଉଛି ।

2 ଡିସେମ୍ବର 1984 । ଠିକ ଆଜିର ଦିନ । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏମିତି ଏକ ଘଟଣା ଘଟିଥିଲା । ଯାହା ପୁରା ଦେଶକୁ ଦୋହଲାଇ ଦେଇଥିଲା । ନିରବୀ ଯାଇଥିଲା ଭୋପାଳବାସୀଙ୍କ ନିଶ୍ବାସ । ଡିସେମ୍ବର 2 ତାରିଖ ରାତିରେ ୟୁନିୟନ କାର୍ବାଇଡ ଇଣ୍ଡିଆ ଲିମିଟେଡର ପ୍ଲାଣ୍ଟରୁ ବାହାରିଲା ବିଷାକ୍ତ ଗ୍ୟାସ । ଏହି ବିଷାକ୍ତ ବଳୟରେ ଆସିଯାଇଥିଲା ପୁରା ସହର । କେତେକ ତ ସକାଳ ସୂର୍ଯ୍ୟକୁ ଦେଖିପାରିଲେ ନଥିଲେ । ଆଉ ସହରର ଅଧିକାଂଶ ଘରୁ କେବଳ ଶୁଭୁଥିଲା କାନ୍ଦଣା ।

ୟୁନିୟନ କାର୍ବାଇଡ ଫ୍ୟାକ୍ଟ୍ରିର ସିର ଟ୍ୟାଙ୍କ ନମ୍ବର 610ରୁ ବାହାରିଥିଲା ବିଷ । ଟ୍ୟାଙ୍କର ମଧ୍ୟରେ ମିଥାଇଲ ସିୟାନାଇଡ ମିଶିବା ପରେ ଏହା ରସାୟନିକ ପ୍ରକ୍ରିୟା ଯୋଗୁଁ ବାହାରିଥିଲେ ବିଷାକ୍ତ ଗ୍ୟାସ । ଆଉ ନିମିଷ ମାତ୍ର ଶୋଇଗଲେ ସହରର ହଜାର ହଜାର ଲୋକେ । ଏପରି ଗ୍ୟାସ ନିର୍ଗତ ହେବା ପରେ କାରଖାନର ଆଲାର୍ମ ଘଣ୍ଟା ଦୀର୍ଘ ସମୟ ପାଇଁ ବାଜି ନଥିଲା । ଫଳରେ ପ୍ରଥମେ ଏହାର ଶିକାର ହୋଇଥିଲେ ସ୍ଥାନୀୟବାସୀ । ସରକାରୀ ଗଣନା ଅନୁସାରେ ପାଖାପାଖି 25 ହଜାର ଲୋକଙ୍କ ଜୀବନ ଯାଇଥିଲା । ହେଲେ ବେସରକାରୀ ଭାବେ ତା ଠାରୁ ଢେର ଅଧିକ ହେବ । ଏହି ଦୁର୍ଘଟଣାରେ ୨ ଲକ୍ଷ ଶିଶୁ, ୩୦୦୦ ଗର୍ଭବତୀ ମହିଳାଙ୍କ ସମେତ ୫ ଲକ୍ଷ ୨୦ ହଜାର ଲୋକ ପ୍ରଭାବିତ ହୋଇଥିଲେ । ଏହାଛଡା ହଜାର ହଜାର ଲୋକ ବିକଳାଙ୍ଗ ହୋଇଯାଇଥିଲେ ।

ଏହି ଘଟଣାର ମୁଖ୍ୟ ଖଳନାୟକ ଥିଲା ଫ୍ୟାକ୍ଟ୍ରିର ମାଲିକ ୱାରେନ ଆଣ୍ଡରସନ । ସେ ସମୟରେ ତା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ଆମେରିକାକୁ ଛାଡି ଦିଆଯାଇଥିଲା । ତେବେ ଆଜିଯାଏଁ ଏହି ଲୋମହର୍ଷଣକାରୀ ଘଟଣାର ପୀଡିତଙ୍କୁ ମିଳି ପାରିଲା ନାହିଁ କ୍ଷତିପୂରଣ ।

ABOUT THE AUTHOR

...view details