ଓଡିଶା

odisha

ETV Bharat / bharat

ଦିବ୍ୟାଙ୍ଗ ବେଡିରୁ ମୁକ୍ତ ମଧୁ, ପାଦ ସାଜିଛି ହତିଆର

ଜନ୍ମରୁ ହାତ ହରାଇଛନ୍ତି ମଧୁ । ଆଉ ପିଲାଟି ବେଳୁ ଦିବ୍ୟାଙ୍ଗର ପରିଚୟ ନେଇ ସେ ବଞ୍ଚିଛନ୍ତି । ହେଲେ ଏହାକୁ ସେ ନିଜର ଦୁର୍ବଳତା ନଭାବି ନିଜ ସ୍ବପ୍ନ ପୂରଣ କରିବା ପାଇଁ ନିଜ ପାଦକୁ ସଜାଇଥିଲେ ମାଧ୍ୟମ । ଆରମ୍ଭ କରିଥିଲେ ସିଲେଇ କାମ । ସିଲେଇ ବ୍ୟବସାୟରେ ପେଟ ପୋଷୁଛନ୍ତି ମଧୁ ।

By

Published : Mar 15, 2019, 11:33 PM IST

ଫଟୋ ସୌଜନ୍ୟ: ଏଏନଆଇ

ଶ୍ରୀନଗର: କୌଣସି ଗୁଣରେ କମ ନୁହନ୍ତି ଦିବ୍ୟାଙ୍ଗ । ସାଧାରଣ ମଣିଷ ଭଳି ଜୀବନ ବିତାନ୍ତି ନାହିଁ କିନ୍ତୁ ଆଜି ସେ ରୋଜଗାରକ୍ଷମ । ଏ ହେଉଛି ଜମ୍ମୁ କାଶ୍ମୀର ଉଦ୍ଧମପୁର ଅଞ୍ଚଳର 28 ବର୍ଷୀୟା ମଧୁଙ୍କ କଥା । ଜନ୍ମରୁ ହାତ ହରାଇଛନ୍ତି ମଧୁ । ଆଉ ପିଲାଟି ବେଳୁ ଦିବ୍ୟାଙ୍ଗର ପରିଚୟ ନେଇ ସେ ବଞ୍ଚିଛନ୍ତି । ହେଲେ ଏହାକୁ ସେ ନିଜର ଦୁର୍ବଳତା ନଭାବି ନିଜ ସ୍ବପ୍ନ ପୂରଣ କରିବା ପାଇଁ ନିଜ ପାଦକୁ ସଜାଇଥିଲେ ମାଧ୍ୟମ ।

ଆରମ୍ଭ କରିଥିଲେ ସିଲେଇ କାମ । ସିଲେଇ ବ୍ୟବସାୟରେ ପେଟ ପୋଷୁଛନ୍ତି ମଧୁ । ଉଦ୍ଧମପୁରରେ ଟେଲର ଦୋକାନ କରି ବ୍ୟବସାୟ ବଢାଇବେ ନେଇ ସେ ଚିନ୍ତା କରିଛନ୍ତି । ତେବେ ମଧୁଙ୍କୁ ସବୁ ପରିସ୍ଥିତିରେ ତାଙ୍କ ପରିବାର ସମର୍ଥନ କରିଆସୁଛନ୍ତି । ସମାଜରୁ ଦିବ୍ୟାଙ୍ଗମାନଙ୍କ ପ୍ରତି ଥିବା ଭାବନାକୁ ହଟାଇବା ପାଇଁ ଚେଷ୍ଟା କରୁଛନ୍ତି ସେ । ମଧୁ ଆଜିକାର ଯୁବପିଢିଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ସେ ଯୁବ ପିଢୀଙ୍କୁ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ, କୌଣସି ପରିସ୍ଥିତିରେ ମଧ୍ୟ ନିଜ ସ୍ବପ୍ନକୁ ପ୍ରଭାବିତ ହେବାକୁ ଦିଅନ୍ତୁ ନାହିଁ ।

ମଧୁଙ୍କ କହିବାନୁସାରେ, ‘ମୁଁ ଅନ୍ୟ ଲୋକଙ୍କ ଭଲି ସାଧାରଣ ନୁହେଁ । ତଥାପି ସିଲେଇ କାମ ବିଷୟରେ ଅଧିକରୁ ଅଧିକ ଜାଣିବାକୁ ଚାହେଁ । ମୋତେ ସର୍ବଦା ସମର୍ଥନ ମିଳି ଆସିଛି ତେଣୁ ମୁଁ ବହୁତ ଖୁସି ଏବଂ ଆଗକୁ ମଧ୍ୟ ଏଭଳି ଖୁସିରେ ରହିବାକୁ ଚାହେଁ’ ।

ABOUT THE AUTHOR

...view details