ଓଡିଶା

odisha

ETV Bharat / bharat

ଏପରି ଗାଁ, ଯେଉଁଠି 10 ହଜାର ଲୋକଙ୍କ ଗୋଟିଏ ନାଁ - ଅଜଣା କଥ

କର୍ଣ୍ଣାଟକ ମହୀଶୂର ଜିଲ୍ଲାରେ ଏପରି ଏକ ଗାଁ ଅଛି ଯାହାର ନାମ ଉଡବୂରୂ । ଏଠାରେ 2300 ପରିବାରର 15 ହଜାରରୁ ଅଧିକ ଲୋକ ବସବାସ କରନ୍ତି । ଅଧିକ ପଢନ୍ତୁ...

ଏପରି ଗାଁ, ଯେଉଁଠି 10 ହଜାର ଲୋକଙ୍କ ଗୋଟିଏ ନାଁ
ଏପରି ଗାଁ, ଯେଉଁଠି 10 ହଜାର ଲୋକଙ୍କ ଗୋଟିଏ ନାଁ

By

Published : Jul 3, 2020, 10:39 PM IST

ମହୀଶୂର: ଗୋଟିଏ ଗାଁ । ଗ୍ରାମବାସୀ 15 ହଜାରରୁ ଅଧିକ । ହେଲେ ଆଶ୍ଚର୍ଯ୍ୟକର ବିଷୟ ଏଠାରେ ହଜାର ହଜାର ଲୋକଙ୍କ ଗୋଟିଏ ନାମ । ଅଧିକାଂଶ ଲୋକଙ୍କ ନାମ ସମାନ । ଆଉ ଏଥିରେ ଗାଁଲୋକେ ଆଜି ଯାଏଁ କୌଣସି ସମସ୍ୟାର ସମ୍ମୁଖୀନ ହୋଇନାହାନ୍ତି ।

ଏପରି ଗାଁ, ଯେଉଁଠି 10 ହଜାର ଲୋକଙ୍କ ଗୋଟିଏ ନାଁ

କର୍ଣ୍ଣାଟକର ମହୀଶୂର ଜିଲ୍ଲାରେ ଏପରି ଏକ ଗାଁ ଅଛି ଯାହାର ନାମ ଉଡବୂରୂ । ଏଠାରେ 2300 ପରିବାରର 15 ହଜାରରୁ ଅଧିକ ଲୋକ ବସବାସ କରନ୍ତି । ଏମାନଙ୍କ ମଧ୍ୟରେ ପ୍ରାୟ 10 ହଜାରରୁ ଅଧିକ ଲୋକଙ୍କ ଗୋଟିଏ ନାମ ରହିଛି । ଅଙ୍କପ୍ପା ନାମରେ ଏଠାରେ 300 ଲୋକ ବାସ କରନ୍ତି । ସେହିପରି ସିଦ୍ଧାପ୍ପା, ସିଦ୍ଧାୟା, ମାରିସିଦ୍ଧା ଏଠାରେ ଲୋକପ୍ରିୟ ନାମ । ଏହି ନାମରେ ପ୍ରାୟ ହଜାର ହଜାର ଲୋକ ଅଛନ୍ତି । ଉପରୋକ୍ତ ଗୋଟିଏ ଲେଖାଏଁ ନାମରେ ଅତିକମରେ 400 ଲୋକ ରହୁଛନ୍ତି ।

ଏପରି ଗାଁ, ଯେଉଁଠି 10 ହଜାର ଲୋକଙ୍କ ଗୋଟିଏ ନାଁ

ତେବେ ଗାଁଲୋକେ ଏହି ସମାନ ନାମରେ ନା କେବେ ସମସ୍ୟା ଭୋଗିଛନ୍ତି ନା କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିକୁ ଚିହ୍ନିବାରେ ଅସୁବିଧା ହୋଇଛି । ଏପରିକି ରାସନ, ଆଧାର, ଅନ୍ୟାନ୍ୟ କାର୍ଡ ବନାଇବାରେ ମଧ୍ୟ କିଛି ଅସୁବିଧା ଏବଂ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇନାହିଁ । ଏହି ନାମ ସେମାନଙ୍କ ପୂର୍ବ ପୁରୁଷ ଓ ଭଗବାନଙ୍କ ନାମ ଅନୁସାରେ ଦିଆଯାଇଛି ଏବଂ ଏଥିରେ ସେମାନଙ୍କୁ ସବୁଦିନ ମନେରଖିବା ସହ ସେମାନଙ୍କ ପ୍ରତି ଏହା ଏକ ସମ୍ମାନ ବୋଲି ଗ୍ରାମବାସୀ କହିଛନ୍ତି ।

ABOUT THE AUTHOR

...view details