ନୂଆଦିଲ୍ଲୀ: ଦେଶରେ କାୟା ବିସ୍ତାର କରୁଛି କୋରୋନା । 188 ଦେଶକୁ ଗ୍ରାସ କରିଛି ଏହି କିଲର ଭାଇରସ । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ କିଛି କମ ନାହିଁ । ତେବେ ନୂଆଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଜଣେ ଅଧିକାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ କାର୍ଯ୍ୟାଳୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଅଧିକାରୀ କୋରୋନା ପଜିଟିଭ - ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଅଧିକାରୀ କୋରୋନା ପଜେଟିଭ
ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଜଣେ ଅଧିକାରୀ କୋରୋନା ପଜିଟିଭ । କାର୍ଯ୍ୟାଳୟରେ ଭୟର ବାତାବରଣ ସୃଷ୍ଟି । ଅଧିକ ପଢନ୍ତୁ....
ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଅଧିକାରୀ କୋରୋନା ପଜେଟିଭ
ଦିଲ୍ଲୀରେ ପଜିଟିଭ ସଂଖ୍ୟା 27 ହଜାର 654 ରହିଥିବା ବେଳେ ମୃତକଙ୍କ ସଂଖା 761ରେ ପହଞ୍ଚିଛି । ସଂକ୍ରମଣରେ ରୋକ ଲଗାଇବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଭାରତରେ କୋରୋନା ପଜେଟିଭଙ୍କ ସଂଖ୍ୟା 2 ଲକ୍ଷ 46 ହଜାର 628 ରହିଥିବା ବେଳେ ମୃତକଙ୍କ ସଂଖ୍ୟା 6929 ଛୁଇଁଲାଣି ।
ସୌଜନ୍ୟ @ ANI