ଓଡିଶା

odisha

By

Published : Apr 2, 2020, 3:54 PM IST

ETV Bharat / bharat

ରେଳବାଇ ଟିକେଟ ସଂରକ୍ଷଣ ଆରମ୍ଭ ଖବର ମିଥ୍ୟା

ଲକ-ଡାଉନ ଅବଧି ପରବର୍ତ୍ତୀ ସମୟ ପାଇଁ ରେଳବାଇ ଟିକେଟ ସଂରକ୍ଷଣ ଆରମ୍ଭ କରିଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି । ଏହି ଖବର ଭୂଲ ବୋଲି ରେଳବାଇ ପ୍ରକାଶ କରିଛି । ଅଧିକ ପଢନ୍ତୁ...

A Section of media is reporting that  Railways has resumed ticket booking from 15th april, which is not correct .
ରେଳବାଇ ଟିକେଟ ସଂରକ୍ଷଣ ଆରମ୍ଭ କରିଥିବା ଖବର ଭୁଲ

ନୂଆଦିଲ୍ଲୀ: ଲକ-ଡାଉନ ଅବଧି ପରବର୍ତ୍ତୀ ସମୟ ପାଇଁ ରେଳବାଇ ଟିକେଟ ସଂରକ୍ଷଣ ଆରମ୍ଭ କରିଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି । ଏହି ଖବର ଭୂଲ ବୋଲି ରେଳବାଇ ପ୍ରକାଶ କରିଛି । 14 ଏପ୍ରିଲ ପରବର୍ତ୍ତୀ ସମୟ ପାଇଁ ଟିକେଟ ସଂରକ୍ଷଣ କେବେ ବନ୍ଦ ହୋଇ ନଥିଲା କି ଏହା ପାଇଁ କୌଣସି ଘୋଷଣା କରାଯାଇ ନାହିଁ ବୋଲି ରେଳ ମନ୍ତ୍ରଣାଳୟ ସୂଚନା ଦେଇଛି ।

ରେଳବାଇ ଟିକେଟ ସଂରକ୍ଷଣ ଆରମ୍ଭ କରିଥିବା ଖବର ଭୁଲ

ସୂଚନାଯୋଗ୍ୟ, ଦେଶରେ କୋରୋନା ଆତଙ୍କ ପାଇଁ ରେଳବାଇ ନିଜର ସମସ୍ତ ସେବାକୁ ବନ୍ଦ ରଖିଛି । କେବଳ ଅତ୍ୟାବଶ୍ୟକ ଦ୍ରବ୍ୟ ପରିବହନ ପାଇଁ ପାର୍ସଲ ଟ୍ରେନ ଚଳାଚଳ କରୁଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ଜରୁରୀକାଳୀନ ସେବା ଛାଡି ଅନ୍ୟ ସମସ୍ତ ପ୍ରକାର ସଡକ ଓ ଆକାଶ ପରିବହନକୁ ବାତିଲ କରାଯାଇଛି ।

ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା 1965କୁ ବୃଦ୍ଧି ପାଇଛି । ସେହିପରି ସାରା ଦେଶରେ 50 ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟ ପକ୍ଷରେ 151 ଜଣ ଲୋକ ସୁସ୍ଥ ହୋଇଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି ।

@ANI

ABOUT THE AUTHOR

...view details