ଭାରତୀୟ ଅର୍ଥବ୍ୟବସ୍ଥା ସଂକଟରେ ଥିଲା ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସ୍ବୀକାର କରିବା ଆବଶ୍ୟକ । ଏଥିରେ ବାହାରିବା ପାଇଁ କିଭଳି ଯୋଜନା କରିଛନ୍ତି ସେ ସମ୍ପର୍କରେ କହିବା ଉଚିତ । ଆର୍ଥିକ ମାନ୍ଦାବସ୍ଥାର ମୁକାବିଲା ପାଇଁ ଦୁଇଟି ରାସ୍ତା ରହିଛି। ପ୍ରଥମତଃ ଉପଯୋଗ କରିବା, ଦ୍ବିତୀୟତଃ ନିବେଶ କରିବା ମାଧ୍ୟମରେ ମାନ୍ଦାବସ୍ଥାର ମୁକାବିଲା କରିହେବ । ଏବେ ସଂସଦରେ ଆଗତ ହୋଇଥିବା ବଜେଟରେ ମାନ୍ଦାବସ୍ଥାର ମୁକାବିଲା ପାଇଁ ଦ୍ବିତୀୟ ରାସ୍ତାକୁ ଗ୍ରହଣ କରାଯାଇଛି । ମୋ ବିଚାରରେ ଏହା ସଠିକ ରାସ୍ତା ।
ପ୍ରଥମ ଉପାୟ ଉପଯୋଗ ପାଇଁ ବ୍ୟାଙ୍କ ଜରିଆରେ ଲୋକମାନଙ୍କ ହାତରେ ପଇସା ଦେବାକୁ ହେବ। ଲୋକମାନେ ପଇସା ଖର୍ଚ୍ଚ କରି ବସ୍ତୁକୁ ଉପଭୋଗ କରିବେ। ବସ୍ତୁର ଆବଶ୍ୟକତା ବଢ଼ିଲେ କାରଖାନା ଚାଲିବା ସହିତ ଅଧିକ ନିଯୁକ୍ତି ସୃଷ୍ଟି ହେବା ସହିତ ଖର୍ଚ୍ଚ ବି ବଢ଼ିବ। ଏହି ଚକ୍ର ଅର୍ଥ ବ୍ୟବସ୍ଥାର ବିକାଶକୁ ପୁନଃସ୍ଥାପନ କରିବ ।
ଦ୍ବୀତିୟ ଉପାୟ ହେଉଛି ନିବେଶ । ନିବେଶ ହେଲେ ରୋଜଗାରେ ସୃଷ୍ଟି ହୋଇଥାଏ। ରୋଜଗାର ମିଳିଲେ ଲୋକମାନଙ୍କ ହାତକୁ ପଇସା ଆସିବ । ଫଳରେ ଲୋକମାନେ ଅର୍ଥ ଖର୍ଚ୍ଚ କରି ଉପଭୋଗ କରିଥାନ୍ତି । କାରଖାନା ଚାଲିବା ସହିତ ଅଧିକ ରୋଜଗାର ମିଳିଥାଏ । ଏହି ଚକ୍ରବ୍ୟୁହ ଆମକୁ ଧିରେ ଧିରେ ବାହାରକୁ ରାସ୍ତା ଦେଖାଇଥାଏ । ମୁଁ ଏହି ଦ୍ବିତୀୟ ଉପାୟକୁ ପସନ୍ଦ କରୁଛି, କାରଣ ଏହା ସମ୍ପତ୍ତି ସୃଷ୍ଟି କରିଥାଏ । ଚଳିତ ବଜେଟରେ ସଡ଼କ, ଜଳମାର୍ଗ, ପାନୀୟ ଜଳ ଯୋଗାଣ ପାଇଁ ପାଇପ ଲାଇନ, ବାସଗୃହ, ଡାକ୍ତରଖାନା ନିର୍ମାଣ ଆଦିରେ ନିବେଶ କରିବାର ପ୍ରତିଶ୍ରୁତି ଦିଆଯାଇଛି । ଏହିସବୁ ଭିତ୍ତିଭୂମିରେ ମୋଟ ୧୦୩ଲକ୍ଷ କୋଟି ଟଙ୍କା ନିବେଶ କରାଯିବ ବୋଲି ବଜେଟରେ କୁହାଯାଇଛି।
ଗୋଟିଏ ସୁଯୋଗ ହାତଛଡ଼ା ଦେଶର ଅର୍ଥ ବ୍ୟବସ୍ଥା ସଂକଟରେ ପଡ଼ିଛି ବୋଲି ସ୍ବୀକାର କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜକୁ ଅନୁଗ୍ରହ କରିଛନ୍ତି । ଏଭଳି ସ୍ବୀକାରୋକ୍ତି ପରେ ଏହି ସଂକଟରୁ କିପରି ବାହାରିବାକୁ ହେବ ସେଥିପାଇଁ ପ୍ରସ୍ତୁତ ହୋଇଥିବା ଯୋଜନା ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ବଢ଼ିଆ କାମର ବଜେଟ ଦେଇଛନ୍ତି, ନିଯୁକ୍ତି ସୁଯୋଗ ପାଇଁ ପଦକ୍ଷେପ ନେଇ ଅର୍ଥମନ୍ତ୍ରୀ ସୀତାରମଣ ଆମ ମାନଙ୍କର ଆତ୍ମାକୁ ସନ୍ତୋଷ ପ୍ରଦାନ କରିଛନ୍ତି । ଅର୍ଥମନ୍ତ୍ରୀଙ୍କ ଏହି ପଦକ୍ଷେପରେ ପ୍ରତ୍ୟେକ୍ଷ ଓ ଅପ୍ରତ୍ୟେକ୍ଷ ଭାବରେ ସୃଷ୍ଟି ହେବାକୁ ଥିବା ନିଯୁକ୍ତିର ମୋଟାମୋଟି ହିସାବ ଦେଇଛନ୍ତି ।
କିନ୍ତୁ ବଜେଟ ସଂସ୍କାରର ଘୋଷଣା କରିବାର ଏହା ଏକମାତ୍ର ଅବସର ନୁହେଁ, ସୀତାରମଣ ଏକ ମହାନ ଅବସରକୁ ନଷ୍ଟ କରିଦେଇଛନ୍ତି । ଯେତେବେଳେ କୌଣସି ସଂକଟ ଆସିଥାଏ ତାର ସମାଧାନ ଠିକଣା ଭାବରେ ହୋଇଥାଏ । ପରିବର୍ତ୍ତନ ଆଣୁଥିବା ସ୍ବଳ୍ପ ମିଆଦୀ ଯନ୍ତ୍ରଣାକୁ ଜନସାଧାରଣ ସ୍ବୀକାର କରିଥାନ୍ତି । ଉଦାହରଣ ପାଇଁ ସୀତାରମଣ ଆମକୁ ଏକ ବଡ଼ କୃଷି ସଂସ୍କାର କଥା ମନେ ପକାଇ ଦେଇଛନ୍ତି ଯାହାକି କୃଷକମାନଙ୍କ ଭୂମିକୁ ଦୀର୍ଘକାଳୀନ ଲିଜ ମାଧ୍ୟମରେ ଉତ୍ପାଦକତା ନାଟକୀୟ ଭାବରେ ବୃଦ୍ଧି କରିବ । କେନ୍ଦ୍ର ସରକାର ଗତ କିଛି ଦିନ ହେଲା ଏସମ୍ପର୍କରେ ଯୁକ୍ତି କରିଆସୁଛନ୍ତି । କିନ୍ତୁ ରାଜ୍ୟମାନଙ୍କ ପ୍ରତିକ୍ରିୟା ଅତ୍ୟନ୍ତ ଧୀମା ରହିଛି । ଆମେ ଗାଜରର ପ୍ରକାର ଭେଦ ସମ୍ପର୍କରେ ସୁଣିବା ପାଇଁ ଅପେକ୍ଷା କରିଥିଲେ କିନ୍ତୁ ଭୂମି ସମ୍ପର୍କରେ ଏହି ମହତ୍ତ୍ବପୂର୍ଣ୍ଣ ସଂସ୍କାର ପାଇଁ ପ୍ରସ୍ତାବ ଦେଇଥିବା କେନ୍ଦ୍ର ସରକାର ଏହି ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରିବା ଉଚିତ। ଯଦି ଅର୍ଥମନ୍ତ୍ରୀ ଏଭଳି କିଛି ସୁବିଖ୍ୟାତ ସଂସ୍କାରକୁ ଘୋଷଣା କରନ୍ତି, ଯାହାକୁ ବିଜେପି ଭୂମି ଓ ଶ୍ରମ ଭାବରେ ମାନିଥାଏ ତେବେ ଏହା ଦେଶକୁ ଉତ୍ସାହରେ ଭରପୁର କରିଦେବ।
ମୋର ସବୁଠାରୁ ବଡ଼ ନିରାଶା ବଜେଟ ସହିତ ମୋର ସବୁଠାରୁ ବଡ଼ ନିରାଶା ହେଉଛି ଯେ ଏହା ସଂରକ୍ଷଣବାଦକୁ ପରିବର୍ତ୍ତନ କରିବା ଓ ଆମଦାନୀର ବିକଳ୍ପ ଦେବାରେ ବିଫଳ ହୋଇ ସଂଗୀନ ବିଚାରର ଘୋଷଣା କରିନାହିଁ। ଆର୍ଥିକ ସର୍ବେକ୍ଷଣ ରିପୋର୍ଟରେ ରପ୍ତାନୀ ନେତୃତ୍ବାଧୀନ ବଜେଟର ବହୁତ ବଡ଼ ଆଶା କରିଥିଲେ। ଏହା ଭାରତର ମହତ୍ତ୍ବକୁ ବିଶ୍ବ ମୂଲ୍ୟ ଶୃଙ୍ଖଳା ସହିତ ଯୋଡ଼ିବା ପାଇଁ ଲଗାତର ଯୁକ୍ତି କରୁଥିଲା। ଏପରିକି ‘ମେକ ଇନ ଇଣ୍ଡିଆ’କୁ ‘ଆସମ୍ଲେଡ଼ ଇନ ଇଣ୍ଡିଆ’ (ପ୍ରଭାବରେ ମେକ ଇନ ଇଣ୍ଡିଆ ଇନ ଦି ୱାର୍ଲଡ଼) ନାମରେ ନାମାଙ୍କିତ କରିବା ପାଇଁ ପ୍ରସ୍ତାବ ଦେଇଥିଲା। ଏଭଳି ପଦକ୍ଷେପ ନେବାର ଏହା ସଠିକ ସମୟ କାରଣ ଚୀନର ସମସ୍ୟାକୁ ନଜରରେ ରଖି ବିଶ୍ବ ଶୃଙ୍ଖଳାରେ ପୁନଃ ପ୍ରସ୍ତୁତି କରାଯାଉଛି।