ଓଡିଶା

odisha

ETV Bharat / bharat

ଏକ କ୍ବାରେଣ୍ଟାଇନ୍ ସଂଗୀତ...ହାତ ତିଆରି ଵ୍ୟାଗ୍-ପାଇପ୍,ଟ୍ରାସ୍ ବ୍ୟାଗ୍ ଆଉ ଟ୍ୟାପର ମ୍ୟାଜିକ୍ - corona virus

ଚାଲିଛି ଲକ୍ ଡାଉନ୍ । ଏହି କାରଣରୁ କୌଣସି ବ୍ୟକ୍ତି ବିଶେଷଙ୍କୁ ନିଜ ଘରେ ବନ୍ଦୀ ରହିବାକୁ କଡା ନିର୍ଦ୍ଦେଶ ରହିଛି । ତେବେ ଏହି ସମୟରେ ଜଣେ ବ୍ୟକ୍ତି ନିଜର ଅବସର ସମୟର ଉପଯୋଗ କରି ତିଆରି କରିଛନ୍ତି ହାତ ତିଆରି କ୍ବାରେନଣ୍ଟାଇନ୍ ସଂଗୀତ। ଅଧିକ ଖବର ପଢନ୍ତୁ...

A quarantine music
ଏକ କ୍ବାରେନଣ୍ଟାଇନ୍ ସଂଗୀତ...ହାତ ତିଆରି ଵ୍ୟାଗ୍-ପାଇପ୍,ଟ୍ରାସ୍ ବ୍ୟାଗ୍ ଆଉ ଟ୍ୟାପର ମ୍ୟାଜିକ୍

By

Published : Mar 28, 2020, 10:06 PM IST

ନୂଆଦିଲ୍ଲୀ: କଥାଟି ଯିଏ ଶୁଣୁଛି ତାରିଫ୍ ତ କରୁଛି- ଆଉ ଏହି କ୍ବାରେନଣ୍ଟାଇନ୍ ସମୟରେ ନିଜ ଘରେ ଵସି ସମୟକୁ ସଠିକ୍ ଉପଯୋଗ କରୁଥିବା ସଂଗୀତ ଶିକ୍ଷକ ରାତାରାତି ଇଣ୍ଟରନେଟ୍ ସେନସେସନ୍ ପାଲଟିଛନ୍ତି । ତେଵେ ଏହି ସଂଗୀତ ଶିକ୍ଷକଙ୍କ କ୍ଵାରେଣ୍ଟାଇନ୍ ମ୍ୟୁଜିକ୍ ପ୍ରୋଜେକ୍ଟ ପାଇଁ ବିଭିନ୍ନ ସୋସିଆଲ୍ ସାଇଡ୍ରୁ ମାତ୍ର ୧୮ଘଣ୍ଟା ଭିତରେ ୬୨ହଜାର ୧୬୦୦ଲୋକଙ୍କ ସମର୍ଥନ ଏବଂ ୧ହଜାର ୫୫୬ କମେଣ୍ଟ ଆସିଛି ।

ଏଵେ କୋରନା ଭଳି ମହାମାରୀର ସକ୍ରଂମଣକୁ ଦୃଷ୍ଟିରେ ରଖି ସମଗ୍ର ବିଶ୍ଵ ସମେତ ଭାରତରେ ଚାଲିଛି ଲକଡାଉନ୍ । ଏହି କାରଣରୁ କୌଣସି ବ୍ୟକ୍ତି ବିଶେଷଙ୍କୁ ନିଜ ଘରେ ବନ୍ଦୀ ରହିବାକୁ କଡା ନିର୍ଦ୍ଦେଶ ରହିଛି । ତେଵେ ଏପରି କ୍ଵାରେଣ୍ଟାଇନ୍ ପିରିୟଡ଼ରେ ନିଜସ୍ଵ ଅନ୍ତନିର୍ହିତ କଳାକୁ ସମାଜ ମଂଗଳ କ୍ଷେତ୍ରରେ ବିନିଯୋଗ କରିବାକୁ ଏହି ସଂଗୀତ ଶିକ୍ଷକ ପ୍ରତ୍ୟକ୍ଷରେ ଆହ୍ବାନ ଦେଇଛନ୍ତି ।

ତେଵେ ଏହି ବ୍ୟାଗ୍ ପାଇପ୍ କଣ ? ଵାସ୍ତଵରେ ଏହା ଏକ ବିଦେଶୀ ବାଦ୍ୟ ଉପକରଣ । ଏହାକୁ ଯେଉଁ ବ୍ୟକ୍ତି ଵଜାନ୍ତି ବା ପରିବେଷଣ କରନ୍ତି-ତାଙ୍କୁ ବ୍ୟାଗ୍ ପାଇପର୍ କୁହାଯାଏ । ଏହି ସଂଗୀତ ଶିକ୍ଷକ ନିଜ ଘରେ ବସି ଗୋଟେ ଅଦରକାରୀ ବ୍ୟାଗ୍ ପାଇପ୍ ରେ କିଛି ଟ୍ରାସ୍ ବ୍ୟାଗ୍, ଜରି ଏବଂ ଅଠାର ବ୍ୟଵହାର କରି ଏଭଳି ଧୂନର ମ୍ୟାଜିକ୍ ତିଆରି କରିଛନ୍ତି ।

ତେବେ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗଟି ହେଉଛି, ଏହି ହାତ ତିଆରି ହୋମ୍ ମେଡ୍ ବ୍ୟାଗ୍ ପାଇପକୁ ବଜାଇ ଏଥିରେ ଫ୍ଲ୍ୟୁଟ୍ର ଧ୍ବନି କାଢ଼ି ପାରୁଛନ୍ତି । ବାସ୍ ନିଜ ଘରେ ବିଭିନ୍ନ ଢଙ୍ଗରେ ଏହି ବାଦ୍ୟଯନ୍ତ୍ର ପରିବେଷଣକୁ ସୋସିଆଲ୍ ମିଡିଆରେ ଅପଲୋଡ୍ କରୁଛନ୍ତି । ତେବେ ଏହି ବାର୍ତ୍ତା ସମୂହ ସେ ବିଶ୍ବଵାସୀ ଦେବାକୁ ଚାହାଁନ୍ତି ଯେ, କ୍ଵାରେଣ୍ଟାଇନ୍ ସମୟକୁ ନଷ୍ଟ ନକରି ସଠିକ୍ ଭାବେ ଵିନିଯୋଗ କରନ୍ତୁ ।

ନିଜ ନିଜ ଘରେ ଭରଚ୍ୟୁଆଲ୍ କ୍ଲାସ୍ ରୁମ୍ ଖୋଲି ସାଧାରଣ ଲୋକଙ୍କୁ ନିଜ ନିଜ ଭିତରେ ଥିବା କଳା କୌଶଳ ବାଣ୍ଟି ବାକୁ ଏହି ସଂଗୀତ ଶିକ୍ଷକ ଆଜି ବାର୍ତ୍ତା ବାଣ୍ଟିଛନ୍ତି । ଗୋଟିଏ ଅଦରକାରୀ ତଥା ଭଙ୍ଗା ବ୍ୟାଗ୍ ପାଇପ୍ ଯନ୍ତ୍ରରେ କିଛି ଜରି ବ୍ୟାଗ୍, ଅଠା ବ୍ୟବହାର କରି ସଂଗୀତ ଶିକ୍ଷକ ବଂଶୀର ଧ୍ଵନି ସୋସିଆଲ୍ ମିଡିଆରେ ବାଣ୍ଟି ଅନ୍ୟଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି।

ABOUT THE AUTHOR

...view details