ଓଡିଶା

odisha

ETV Bharat / bharat

ସ୍କୁଲର ମାସିକ ବିଦ୍ୟୁତ ବିଲ 6 ବିଲିଅନ - ବାରଣାସୀ

ଉତ୍ତରପ୍ରଦେଶର ବାରଣାସୀରେ ଏକ ଘରୋଇ ସ୍କୁଲକୁ ବିଦ୍ୟୁତ ବିଭାଗ ପକ୍ଷରୁ 6 ବିଲିଅନର ବିଦ୍ୟୁତ ବିଲ ପଠାଯାଇଛି।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Sep 5, 2019, 7:44 PM IST

ଲକ୍ଷ୍ନୌ: ଧାର୍ମିକ ନଗରୀ ବାରଣାସୀରେ ବିଦ୍ୟୁତ ବିଭାଗର ବେପରୁଆ ନୀତି ସାମ୍ନାକୁ ଆସିଛି । ଏକ ଘରୋଇ ସ୍କୁଲକୁ 6 ବିଲିଅନର ବିଦ୍ୟୁତ ବିଲ ପଠାଯାଇଛି । ଯାହାକୁ ଦେଖି ଚିନ୍ତାରେ ଏବେ ସ୍କୁଲ କର୍ତ୍ତୃପକ୍ଷ। ଏନେଇ ଅଭିଯୋଗ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ।

ଏ ଘଟଣାରେ ସ୍କୁଲର କୋଅର୍ଡିନେଟର ଯୋଗେନ୍ଦ୍ର ମିଶ୍ରା କହିଛନ୍ତି ଯେ, ସେ ଯେତେବେଳେ ଏହି ବିଲ ଦେଖିଲେ ସେ ନିଜ ଆଖିକୁ ବିଶ୍ବାସ କରିପାରିନଥିଲେ । ଏହା ପରେ ଲୋକଙ୍କୁ ଏହି ବିଲ୍ ଦେଖାଇଥିଲେ ଆଉ ଲୋକ ଏହା ଦେଖି ସତ ବୋଲି କହିବା ପରେ ଯାଇ ସେ ବିଶ୍ବାସ କରିଥିଲେ । ଏ ଘଟଣା ସମ୍ପର୍କରେ ପୂର୍ବାଞ୍ଚଳ ବିଦ୍ୟୁତ ବିତରଣ ନିଗମର ପ୍ରବନ୍ଧକଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ ସେଠାରେ ସଫ୍ଟଓୟାରେ କିଛି ଅସୁବିଧା ଥିବା କହି ତାଙ୍କୁ ପଠାଇ ଦେଇଥିଲେ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଗତ କିଛି ଦିନ ହେବ ସେ ବିଦ୍ୟୁତ ବିଭାଗକୁ ଦୌଡି ଦୌଡି ଥିକି ଯାଇଥିବା କହିଛନ୍ତି ଯୋଗେନ୍ଦ୍ର। କେବଳ ଆଶ୍ବସନା ବ୍ୟତୀତ ଆଉ କିଛି ତାଙ୍କୁ ମିଳିନି । ଏହି ବିଲ୍ ଅଗଷ୍ଟ 25ରେ ମିଳିଥିବା ବେଳେ, ସେପେଟମ୍ବର 7 ତାରିଖ ସୁଦ୍ଧା ବିଦ୍ୟୁତ ବିଲ ନଦେଲେ ସ୍କୁଲର ବିଦ୍ୟୁତ ସଂଯୋଗ କାଟି ଦିଆଯିବ ବୋଲି କହିଛନ୍ତି ସେ ।

ABOUT THE AUTHOR

...view details