ରାଞ୍ଚି: ପ୍ଲାଷ୍ଟିକ କବଳରେ ସାରା ପରିବେଶ । ଏଥିରୁ ବର୍ତ୍ତି ପାରିନି ଭଗବାନଙ୍କ ପୀଠ । ମନ୍ଦିରରେ ଜମା ହେଉଛି କୁଢ କୁଢ ଆର୍ବଜନା । ଯାହାକୁ ନେଇ ଚିନ୍ତାରେ ଲୋକେ । ତେବେ ଝାଡଖଣ୍ଡର ପ୍ରସିଦ୍ଧ ଶୈବପୀଠ ଦେଓଘରରୁ ବାହାରୁଛି କୁଢ କୁଢ ଆବର୍ଜନା । ମନ୍ଦିର ସହ ସହରକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି ଜଣେ ମନ୍ଦିର ପୂଜକ ।
ଝାଡଖଣ୍ଡର ଦେଓଘର ହିନ୍ଦୁଙ୍କ ପାଇଁ ଏକ ପବିତ୍ର ପୀଠ ଭାବେ ବେଶ ଜଣାଶୁଣା । ଶ୍ରାବଣ ମାସରେ ଏଠାକୁ ଛୁଟେ ଶ୍ରଦ୍ଧାଳୁଙ୍କ ସୁଅ । ହଜାର ହଜାର ଶ୍ରଦ୍ଧାଳୁଙ୍କ ଆଗମନ ଯୋଗୁଁ ଅଳିଆ ଆବର୍ଜନା ବଢିଯାଏ । ଯାହା ପୀଠର ଗାରିମାକୁ କ୍ଷୁର୍ଣ୍ଣ କରେ । ସେପଟେ ସୁସ୍ଥ ସମାଜ ଗଠନ ସହ ପ୍ଲାଷ୍ଟିକ ମୁକ୍ତ ପରିବେଶ ଗଠନ ପାଇଁ ଆଗକୁ ଆସିଛନ୍ତି ମନ୍ଦିରର ଜଣେ ପୂଜକ ।
ଗତ 2017ରୁ ପ୍ଲାଷ୍ଟିକ ବ୍ୟବହାରରେ କଟକଣା ଲଗାଇଛନ୍ତି ଝାଡଖଣ୍ଡ ସରକାର । ହେଲେ ସବୁ ନିୟମକୁ ବେଖାତିର କରି ଏଠି ଚାଲିଛି ବେଧଡକ ପ୍ଲାଷ୍ଟିକ ବ୍ୟବହାର । ଏପରି ସ୍ଥିତିରେ ସହରକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ନିଜେ ଅଭିଯାନ ଆରମ୍ଭ କରିଛନ୍ତି ମହେଶ ପଣ୍ଡିତ । ଏଥିପାଇଁ ସେ ନିଜ ବାଇକରେ ବିଭିନ୍ନ ସଚେତନତା ମୂଳକ ବାର୍ତ୍ତା ମଧ୍ୟ ଲେଖିଛନ୍ତି । ଲୋକେ କିପରି ସଚେତନ ହେବେ ସେଥିପାଇଁ ସହରର ବିଭିନ୍ନ ସ୍ଥାନ ପରିଭ୍ରମଣ କରି ଲୋକଙ୍କୁ କରୁଛନ୍ତି ସଚେତନ ।