ଓଡିଶା

odisha

ETV Bharat / bharat

କୋରୋନା ପାଇଁ ଗର୍ଭବତୀଙ୍କୁ ମେଡିକାଲ ମନା, ଅଟୋରେ ଗଲା ଜୀବନ - କୋରୋନା

ଲକଡାଉନ୍ ସମୟରେ ସାମ୍ନାକୁ ଆସିଲା ମୁମ୍ବାଇ ଡାକ୍ତରଖାନାର ଆଉ ଏକ ଅବହେଳା ଚେହେରା । ମୁମ୍ବାଇରେ ଜଣେ 26 ବର୍ଷ ବୟସ୍କା ଗର୍ଭବତୀ ମେଡିକାଲରେ ଭର୍ତ୍ତି ହୋଇନପାରିବା କାରଣରୁ ରାସ୍ତାରେ ହିଁ ମୃତ୍ୟୁ ବରଣ କରିଥିଲେ। ଅଧିକ ପଢନ୍ତୁ...

ଚିକିତ୍ସା ଅଭାବରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ
ଚିକିତ୍ସା ଅଭାବରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ

By

Published : May 31, 2020, 4:45 PM IST

ମୁମ୍ବାଇ: କୋରୋନାକୁ ପ୍ରତିହତ କରିବା ପାଇଁ ସରକାର ଦେଶବ୍ୟାପୀ ଲକଡାଉନ ଘୋଷଣା କରିଥିଲେ । ଆଉ ଏହି ଲକଡାଉନ୍ ସମୟରେ, ଏହିପରି ଅନେକ କାହାଣୀ ସାମ୍ନାକୁ ଆସିଛି, ଯାହା ଲୋକଙ୍କ ପାଇଁ ଅମାନବିକତାର ଏକ ଉଦାହରଣ ସାଜିଛି |

ମହାରାଷ୍ଟ୍ର ହେଉଛି ସର୍ବାଧିକ କୋରୋନା ପ୍ରଭାବିତ ରାଜ୍ୟ | ଏଥି ସହିତ ଚର୍ଚ୍ଚାରେ ମୁମ୍ବାଇର ଡାକ୍ତରଖାନା । ଗତ ସପ୍ତାହରେ ମୁମ୍ବାଇରେ ଜଣେ 26 ବର୍ଷ ବୟସ୍କା ଗର୍ଭବତୀ ଡାକ୍ତରଖାନାରେ ଭର୍ତ୍ତି ହୋଇନପାରିବା କାରଣରୁ ରାସ୍ତାରେ ହିଁ ପ୍ରାଣ ହରାଇଛନ୍ତି । ମୃତ ମହିଳାଙ୍କ ନାମ ଆସମା ହେନା।

ଆସମାଙ୍କ 25 ମେ ରାତିରେ ପ୍ରସବ ବେଦନା ହୋଇଥିଲା | ଏହା ପରେ ତାଙ୍କୁ ଅଟୋରେ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରିବାକୁ ମନା କରିଦେଇଥିଲେ। ସେହିଭଳି ପରିବାର ଗର୍ଭବତୀଙ୍କୁ ଅଟୋରେ ଅନ୍ୟ ଦୁଇଟି ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଚତୁର୍ଥ ଡାକ୍ତରଖାନା ଯିବାବେଳେ ମହିଳା ଜଣଙ୍କ ଅଟୋ ଭିତରେ ହିଁ ପ୍ରାଣ ହରାଇଥିଲେ।

ବିଜେପି ନେତା ରାମ କଦମ ଉଦ୍ଧବ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, "ଏହି ଘଟଣା ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ। ଜଣେ ଗର୍ଭବତୀ ମହିଳା ଡାକ୍ତରଖାନା ବୁଲିବା ସହ ଶେଷରେ ଅଟୋ ଭିତରେ ମୃତ୍ୟୁ ବରଣ କରିବା, ଏହା ଅତ୍ୟନ୍ତ ଦୁଃଖଦଘଟଣା । ଏହି ପରିପ୍ରେକ୍ଷୀରେ ଆମେ ପୂର୍ବରୁ ଅନେକ ଥର ମହାରାଷ୍ଟ୍ର ସରକାରଙ୍କୁ ନିବେଦନ କରିଛୁ, କିନ୍ତୁ ଏପର୍ଯ୍ୟନ୍ତ କିଛି ସୁଫଳ ହୋଇନାହିଁ। ମୁମ୍ବାଇବାସୀ ଡାକ୍ତରଖାନାରେ ଶଯ୍ୟା ପାଇନପାରି ଶେଷରେ ରାସ୍ତାରେ ମରୁଛନ୍ତି। ଏହା ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ବିଫଳତା। "ଏହି ଘଟଣା ସମ୍ପର୍କରେ ମୃତକଙ୍କ ପରିବାର ତିନି ଡାକ୍ତରଖାନା ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ମୁମ୍ବାଇ ପୋଲିସ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି କରିଛି।

ABOUT THE AUTHOR

...view details