ଗାନ୍ଧୀନଗର: ଜଣେ ଗର୍ଭବତୀ ମହିଳା ନିଜ 4 ବର୍ଷର ସନ୍ତାନ ସହିତ ଆତ୍ମହତ୍ୟା କରିଛନ୍ତି । ପତି କୋରୋନା ପଜିଟିଭ୍ ବାହାରିବା ପରେ ସେ କୋଭିଡ ହସ୍ପିଟାଲରେ ଆତ୍ମହତ୍ୟା କରିଥିଲେ । ଏହାପରେ ଗର୍ଭବତୀ ପତ୍ନୀ ମଧ୍ୟ ଆତ୍ମହତ୍ୟା କରିଛନ୍ତି । ସ୍ବାମୀଙ୍କ ଆତ୍ମହତ୍ୟାକୁ ସହି ନପାରି ନିଜେ ମଧ୍ୟ 4 ବର୍ଷର ଶିଶୁସହ କୂଅକୁ ଡେଇଁପଡିଥିଲେ ।
କୋରୋନା ପଜିିଟିଭ୍ ପରେ ସ୍ବାମୀଙ୍କ ଆତ୍ମହତ୍ୟା, 4 ବର୍ଷର ଶିଶୁ ସହ କୂଅକୁ ଡେଇଁଲେ ଗର୍ଭବତୀ
ଜଣେ ଗର୍ଭବତୀ ମହିଳା ନିଜ 4 ବର୍ଷର ସନ୍ତାନ ସହିତ ଆତ୍ମହତ୍ୟା କରିଛନ୍ତି । ପତି କୋରୋନା ପଜିଟିଭ୍ ବାହାରିବା ପରେ ସେ କୋଭିଡ ହସ୍ପିଟାଲରେ ଆତ୍ମହତ୍ୟା କରିଥିଲେ ।
କୋରୋନା ପଜିିଟିଭ୍ ପରେ ସ୍ବାମୀଙ୍କ ଆତ୍ମହତ୍ୟା
ପତି ଅଶୋକଭାଇ ଚୁଡାସମା କିଛି ଦିନ ପୂର୍ବେ କୋରୋନା ପଜିଟିଭ୍ ବାହାରିଥିଲେ । ଏହାପରେ ସେ ଜୁନାଗଡର କୋଭିଡ ହସ୍ପିଟାଲର ଷଷ୍ଠ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଥିଲେ । ସ୍ବାମୀଙ୍କ ଆତ୍ମହତ୍ୟା ପରେ ପତ୍ନୀ ନିତା ବେହେନ ମଧ୍ୟ ଆତ୍ମହତ୍ୟା କରିଥିଲେ । ଅଶୋକଭାଇ ମାଙ୍ଗ୍ରୋଲର ମାନ୍ଦେର ଗାଁର ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ