ଓଡିଶା

odisha

ମୁଖ୍ୟମନ୍ତ୍ରୀ କଳି: ଆଦିତ୍ୟଙ୍କୁ ନେଇ ମୁମ୍ବାଇରେ ଲାଗିଲା ପୋଷ୍ଟର

By

Published : Nov 5, 2019, 9:02 AM IST

ମହାରାଷ୍ଟ୍ର କ୍ଷମତା ଲଢେଇରେ ଏବେବି ଲାଗି ରହିଛି ଉତ୍କଣ୍ଠା । କିଏ ଗଠନ କରିବ ସରକାର କିଏ ହେବ ମୁଖ୍ୟମନ୍ତ୍ରୀ । ପୋଷ୍ଟର ବ୍ୟାନରକୁ ନେଇ ଆରମ୍ଭ ହୋଇଛି ବଳକଷାକଷି ।

ଫଟୋ ସୌଜନ୍ୟ: ଏଏନଆଇ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିର ମହାଭାରତ ଏବେ ଆହୁରି ରୋମାଞ୍ଚିତ ହୋଉଛି । କିଏ ସରକାର ଗଠନ ପାଇଁ ନିଶ୍ଚିତ ଥିବାବେଳେ କିଏ ବିରୋଧୀ ଦଳରେ ବସିକୁ ସ୍ଥିର କରିସାରିଛି , ପୁଣି କିଏ ନିଜ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିଲାଣି । ଏଭଳି ହାଇଡ୍ରାମା ରାଜନୀତିରେ ଏବେ ମହାରାଷ୍ଟ୍ରବାସୀ ଅଣନିଶ୍ବାସୀ ହୋଇଗଲେଣି । ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ଜଟିଳ ଗଣିତର ସମାଧାନ ସୂତ୍ର ବାହାରିନଥିବାବେଳେ ବିଜେପି-ଶିବସେନା କିନ୍ତୁ ନିଜ ନିଜ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିଲେଣି ।

ଏଥିରେ ଶିବସେନା ଗୋଟିଏ ପାଦ ଆଗକୁ ଯାଇ ଦଳର ଭବିଷ୍ୟତ ତଥା ଠାକେର ଖାନଦାନର ଉତ୍ତରାଧିକାରୀ ଆଦିତ୍ୟ ଠାକେରଙ୍କୁ ମୁଖ୍ୟମନ୍ତ୍ରୀ ଦର୍ଶାଇ ବିଭିନ୍ନ ସ୍ଥାନରେ ପୋଷ୍ଟର ବ୍ୟାନର ଲଗାଇଛନ୍ତି । ଦଳର କର୍ପୋରେଟର ହଜି ହଲିମ ଖାନଙ୍କ ଦ୍ବାରା ଲାଗିଥିବା ଏହି ବ୍ୟାନରରେ ମରାଠୀ ଭାଷାରେ ଉଲ୍ଲେଖ ଅଛି ‘ମାଝା ଆମଦାର ମାଝା ମୁଖ୍ୟମନ୍ତ୍ରୀ’ ଅର୍ଥାତ ମୋ ବିଧାୟକ ମୋ ମୁଖ୍ୟମନ୍ତ୍ରୀ । ମୁମ୍ବାଇର ମାତାଶ୍ରୀ ଭବନ( ଠାକେର ନିବାସ) ସମ୍ମୁଖ ସମେତ ମୁମ୍ବାଇର ବହୁ ଅଞ୍ଚଳରେ ଏହି ପୋଷ୍ଟର ଲାଗିଛି । ଏହା ଯୋଜନାବଦ୍ଧ ବିଜେପି ଉପରେ ଚାପ ପାଇଁ ଉଦ୍ଦିଷ୍ଟ ନା ଦଳୀୟ ନେତାଙ୍କ ସମର୍ପଣ ଭାବ ତାହା ଏବେ ଚର୍ଚ୍ଚାର ବିଷୟ ।

ABOUT THE AUTHOR

...view details