ଓଡିଶା

odisha

ETV Bharat / bharat

ରହସ୍ୟମୟ ରେଳବାଇ ଥାନା: 19 ବର୍ଷରେ ମାତ୍ର 2ଟି ଏତଲା

ଦେଶରେ ପ୍ରତ୍ୟେକ ଦିନ ଥାନାରେ ହତ୍ୟା ଓ ଦୁଷ୍କର୍ମର ମାମଲା ବଢୁଥିବାବେଳେ ଉତ୍ତରପ୍ରଦେଶ ଏଟ୍ଟା ଜିଲ୍ଲାରେ ରହିଛି ଏମିତି ଏକ ଥାନା, ଯେଉଁଠି 19 ବର୍ଷରେ ରୁଜୁ ହୋଇଛି ମାତ୍ର 2ଟି ମାମଲା ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Sep 11, 2019, 11:26 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଏଟ୍ଟା ଏମିତି ଏକ ଜିଲ୍ଲା, ଯାହାକୁ ଅପରାଧର ଗଡ କୁହାଯାଏ । ଯେଉଁଠି ପ୍ରତ୍ୟେକ ଦିନ ଥାନାରେ ହତ୍ୟା ଓ ଦୁଷ୍କର୍ମର ମାମଲା ସାମନାକୁ ଆସିଥାଏ । କିନ୍ତୁ ଏହି ଜିଲ୍ଲାର ଏକ ଥାନା ଏମିତି ଅଛି ଯେଉଁଠି 18 ବର୍ଷରେ ମାତ୍ରା 2 ଟି ମାମଲା ରୁଜୁ ହୋଇଛି । ତେବେ ଏହାପଛର କାରଣ କ'ଣ ଓ କେଉଁଠି ଏହି ଥାନା ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

2001 ମସିହାରେ ଉତ୍ତରପ୍ରଦେଶ ଏଟ୍ଟା ରେଲୱେ ଷ୍ଟେସନ ନିକଟରେ ରେଳବାଇ ଥାନା ବା ଜିଆରପି ଥାନା ସ୍ଥାପନ ହୋଇଥିଲା । ଯାହାକୁ ଆଜକୁ ପୁରୁଛି 18 ବର୍ଷ । ହେଲେ ଏଯାଏଁ ଥାନାରେ 2ଟି ମାମଲା ରୁଜୁ ହୋଇଛି । ଗୋଟିଏ ହେଲା ହତ୍ୟା ଓ ଅନ୍ୟଟି ହେଲା ରେଳ କର୍ମଚାରୀଙ୍କ ସାଙ୍ଗରେ ମାରପିଟ୍‌ ର ମାମଲା । ତେବେ ଏତେ କମ୍‌ ମାତ୍ରାରେ ଅପରାଧକୁ ନେଇ କୁହାଯାଉଛି ଯେ ଜିଆରପି ଥାନା କ୍ଷେତ୍ରରେ ଅପରାଧ ସଂଖ୍ୟା ବୋଧ ହୁଏ ହ୍ରାସ ହୋଇଛି ।

ଏଟ୍ଟା ଜିଲ୍ଲାକୁ ଅପରାଧର ଗଡ କୁହାଯାଉଥିବାବେଳେ ଏପରି କ୍ଷେତ୍ରରେ ଜିଆରପି ଥାନାରେ କମ ମାମଲା ଏକ ଆଶ୍ଚର୍ଯ୍ୟର କଥା । କିନ୍ତୁ ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ । 2016 ମସିହାରେ ହତ୍ୟା ମାମଲା ରୁଜୁ ହୋଇଥିଲା । ଯେଉଁଠି ଆଗ୍ରା ଯାଉଥିବା ଏକ ଟ୍ରେନରେ ମୃତଦେହ ମିଳିଥିଲା । ତେବେ ଏହି ଘଟଣା 2 ବର୍ଷ ପରେ ଅର୍ଥାତ 2019ରେ ଏକ ରେଲୱେ କର୍ମଚାରୀଙ୍କୁ ମାଡମରା ଘଟଣା ରୁଜୁ ହୋଇଥିଲା ।

ତେବେ ଜିଆରପି ପୋଲିସର ସୀମିତ କାର୍ଯ୍ୟକ୍ଷେତ୍ର ଓ ସୀମିତ ଟ୍ରେନର ସଞ୍ଚାଳନ ଯୋଗୁଁ କମ ଅପରାଧ ହୋଇଥିବା ସାଧାରଣରେ କୁହାଯାଉଛି । ଏହି ଥାନାରେ ଜଣେ ସବ-ଇନ୍ସପେକ୍ଟର ଓ 10 ଜଣ ପୋଲିସ କର୍ମଚାରୀ ନିୟୋଜିତ ଅଛନ୍ତି । ଯେଉଁଠି ଦୁଇ ପୋଲିସ କର୍ମୀ ଏଟ୍ଟା ରୁ ଆଗ୍ରା ଯାଉଥିବା ଟ୍ରେନରେ ସୁରକ୍ଷା ପାଇଁ ସକାଳେ ଯାଇ ସନ୍ଧ୍ୟାରେ ଫେରିଥାନ୍ତି ।

ABOUT THE AUTHOR

...view details