ଓଡିଶା

odisha

ETV Bharat / bharat

ଖାଦ୍ୟ, ଆଶ୍ରୟସ୍ଥଳୀ ଓ ଚିକିତ୍ସା ସହାୟତା ପାଇଁ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା - ଖାଦ୍ୟ, ଆଶ୍ରୟସ୍ଥଳୀ ଓ ଚିକିତ୍ସା ସହାୟତା

ଦେଶରେ କୋରୋନା ପରିସ୍ଥିତିରେ ପ୍ରବାସୀ ଶ୍ରମିକ ତଥା ସେମାନଙ୍କ ପରିବାର, ମହିଳା, ଶିଶୁ, ବୟସ୍କ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଖାଦ୍ୟ, ଜଳ, ଆଶ୍ରୟସ୍ଥଳୀ, ଚିକିତ୍ସା ସହାୟତା ପ୍ରଦାନ ନିମନ୍ତେ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି । ଅଧିକ ପଢନ୍ତୁ...

A PIL was filed in the Supreme Court today, seeking food, water, shelter, medical aid and 'urgent indulgence to the plight of migrant workers
ଖାଦ୍ୟ, ଆଶ୍ରୟସ୍ଥଳୀ ଓ ଚିକିତ୍ସା ସହାୟତା ପାଇଁ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା

By

Published : Mar 28, 2020, 12:07 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ପରିସ୍ଥିତିରେ ପ୍ରବାସୀ ଶ୍ରମିକ ତଥା ସେମାନଙ୍କ ପରିବାର, ମହିଳା, ଶିଶୁ, ବୟସ୍କ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଖାଦ୍ୟ, ଜଳ, ଆଶ୍ରୟସ୍ଥଳୀ, ଚିକିତ୍ସା ସହାୟତା ପ୍ରଦାନ ନିମନ୍ତେ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି ।

ସାରା ଭାରତରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ଲକ ଡାଉନ କରାଯାଇଛି । ଏଥିପାଇଁ ବିଭିନ୍ନ ସ୍ଥାନରେ ଶ୍ରମିକ ବର୍ଗର ଲୋକମାନେ ନିଜର କାମ ହରାଇଛନ୍ତି । ବାହାର ରାଜ୍ୟକୁ କାମ ପାଇଁ ଯାଇଥିବା ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଏପରିକି ଗାଡିମଟର ବନ୍ଦ ଥିବାରୁ ସେମାନେ ପାଦରେ ଚାଲିଚାଲି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଉଥିବା ଦେଖିବାକୁ ମିଳିଛି ।

ସାରା ଭାରତକୁ 21 ଦିନ ପାଇଁ ଲକ ଡାଉନ କରାଯାଇଥିବା ବେଳେ ବିଭିନ୍ନ ଜରୁରୀକାଳୀନ ଦ୍ରବ୍ୟ ଓ ସେବାକୁ ଉପଲବ୍ଧ କରିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ ଭାରତରେ ବର୍ତ୍ତମାନ ସୁଦ୍ଧା 843 ଜଣ କୋରୋନା ପଜିଟିଭ ରହିଛନ୍ତି । ସେହିପରି 20 ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ମୋଟ 73 ଲୋକ ସୁସ୍ଥ ହୋଇଥିବା କୁହାଯାଇଛି ।

@ANI

ABOUT THE AUTHOR

...view details