ଓଡିଶା

odisha

ETV Bharat / bharat

କଂଗ୍ରେସ ଚିନ୍ତାଗ୍ରସ୍ତ: ପୁରୁଖା ପ୍ରହରୀ ବନାମ ଯୁବ ଜଗୁଆଳ

କଂଗ୍ରେସର ବରିଷ୍ଠ ନେତାଙ୍କ ପାଇଁ କନିଷ୍ଠ ହାତ ଛାଡୁଥିବା ଅଭିଯୋଗ ବଢିବାରେ ଲାଗୁଛି । ଏହାକୁ ନେଇ ଏକ ପର୍ଯ୍ୟାଲୋଚନା । ଅଧିକ ପଢନ୍ତୁ...

By

Published : Oct 10, 2019, 10:39 PM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ଅକ୍ଟୋବର 21ରେ ହେବ ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ । ସାରା ଦେଶରେ ମୋଦି ହାୱାରେ କଂଗ୍ରେସ ହାଲତ କଥା ଗତ ଲୋକସଭା ନିର୍ବାଚନରେ ଜଳଜଳ ଦିଶିଛି । ମାଟି କାମୁଡି, ମୁହଁମାଡି ପକାଇଥିଲା କଂଗ୍ରେସ । ସାଂଗଠନିକ ସ୍ଥିତି ଦୁର୍ବଳ, ନେତୃତ୍ବ ନେବା ପାଇଁ ଅଭିଜ୍ଞ ସଙ୍କଟ, ଯୁବା ନେତାଙ୍କୁ ପର୍ଯ୍ୟାପ୍ତ ସୁଯୋଗ ନେଦେବା କଂଗ୍ରେସର ଦୂରାବସ୍ଥାକୁ ଓ ଦୟନୀୟତାକୁ ପଦାରେ ପକାଇଛି ।

ଏବେ ଅନେକ ରାଜ୍ୟରେ କଂଗ୍ରେସ ଭିତରେ ଥିବା ତୀବ୍ର ଗୋଷ୍ଠୀକନ୍ଦଳ, ପରସ୍ପରର ଗୋଡ଼ଟଣା ନୀତି ପାଇଁ ଅସ୍ତିତ୍ବ ହରାଇବାକୁ ବସିଛି ଦଳ । ପୁରୁଣା ଭୁଲରୁ ଶିକ୍ଷା ଲାଭ କରିବାରେ ଅସମର୍ଥ କଂଗ୍ରେସ ବୋଲି ବାରମ୍ବାର ଉଦାହରଣ ସାମ୍ନାକୁ ଆସୁଛି । ଅତୀତକୁ ଭୁଲି ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ଚିନ୍ତନ, ଆଲୋଚନା, ପର୍ଯ୍ୟାଲୋଚନା ଯେପରି କଂଗ୍ରେସ ପାଠରେ ନାହିଁ ବୋଲି ପ୍ରତୀୟମାନ ହେଉଛି । ହରିୟାଣା ଓ ମହାରାଷ୍ଟ୍ର ନିର୍ବାଚନରେ ଦଳର ପୁରୁଣା ରୋଗ ଦଳକୁ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ କରିବାର ଆଶଙ୍କା ଉପୁଜିଛି । କଂଗ୍ରେସରେ ବରିଷ୍ଠ ବନାମ କନିଷ୍ଠ, ପୁରୁଣା ଜଗୁଆଳ ବନାମ ଯୁବ ଜଗୁଆଳ, ନୂଆଙ୍କ ନେତୃତ୍ବ ବନାମ ପୁରୁଣାଙ୍କ ଆଧିପତ୍ୟ ପାଇଁ ଆଗାମୀ ନିର୍ବାଚନରେ ଘୋର ସଙ୍କଟ ସହ କ୍ଷତି ସହିବ ବୋଲି ଦଳ ଭିତରୁ ଆଭାସ ମିଳିଛି ।

ଏହି ଯୁବ ବନାମ ବରିଷ୍ଠ ବିବାଦକୁ ନେଇ କଂଗ୍ରେସର ଜଣେ ବରିଷ୍ଠ ନେତା ନିଜ ନାମ ଗୋପନ ରଖି କହିଛନ୍ତି ଯେ, ଦଳରେ ଏଭଳି ଛାୟା ଯୁଦ୍ଧ ଦଳ ପାଇଁ ଅତ୍ୟନ୍ତ କ୍ଷତିକାରକ ଓ ବିପକ୍ଷ ବିଜେପି ପାଇଁ ଲାଭଦାୟକ । ଏଭଳି ପରିସ୍ଥିତିରେ ବିଜେପି ଶାସିତ ରାଜ୍ୟରେ ଲଢିବା କାଠିକର ପାଠ । ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟର ପ୍ରତିଶୋଧ ନେବା ପାଇଁ ହରିୟାଣା ଓ ମହାରାଷ୍ଟ୍ର ନିର୍ବାଚନ ଏକ ସୁଯୋଗ ରହିଥିଲା ।

ହରିୟାଣା ବିଧାନସଭା ନିର୍ବାଚନ ପୂର୍ବ ଅଧ୍ୟକ୍ଷ ଅଶୋକ ତନୱାର କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ଘଟଣା ଦଳର କନ୍ଦଳକୁ ପଦାରେ ପକାଇଥିଲା । ଜଣେ ଦଳିତ ନେତା ଭାବରେ କଂଗ୍ରେସର ହରିୟାଣାରେ ପରିଚିତ ମୁହଁ ଥିଲେ । ଦଳ ପକ୍ଷରୁ ତାଙ୍କୁ ବାରମ୍ବାର ଅଣଦେଖା ଓ କୋଣଠୋସା କରାଯିବା ନେଇ ସେ ମାନସିକ ଚାପ ଓ ହତାଶ ରହୁଥିଲେ । ଶେଷରେ ସେ ଦଳରୁ ଇସ୍ତଫା ଦେଇଥିଲେ । ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୁପେନ୍ଦ୍ରର ସିଂହ ହୁଡ୍ଡାଙ୍କୁ ସେ ଏଥିପାଇଁ ଦାୟୀ କରିଛନ୍ତି ।


ଅଶୋକଙ୍କ ବିଦା ପରେ ହରିୟାଣା କଂଗ୍ରେସର ନୂଆ ଅଧ୍ୟକ୍ଷ କୁମାରୀ ଶୈଲଜା ଓ ଦଳିତ ନେତା ହୁଡ୍ଡାଙ୍କ ମଧ୍ୟରେ ସମନ୍ବୟ ଭାବ ଦଳ ପାଇଁ ଶୁଭ ଖବର । ପରସ୍ପରର ଘୋର ବିରୋଧୀ ଏହି ଦୁଇ ନେତା ଗତ କିଛି ଦିନ ହେବ ଅନେକ ସାର୍ବଜନୀକ ସଭା, ସମିତିରେ ଭାଗ ନେବା ହରିୟାଣା କଂଗ୍ରେସକୁ ସାମାନ୍ୟ ଆଶ୍ବସ୍ତି ଦେଇଛି ।

ହରିୟାଣା ବିଧାସଭା ନିର୍ବାଚନରେ ପୋଲିଂ ପ୍ରକ୍ରିୟା ତଦାରଖ କରୁଥିବା କଂଗ୍ରେସ ଜନୈକ ରଣନୀତିଜ୍ଞ କଂଗ୍ରେସକୁ ହରିୟାଣା ନିର୍ବାଚନ କମାଣ ହୁଡ୍ଡାଙ୍କ କାନ୍ଧରେ ଦିଆଯିବା ଦଳ ପାଇଁ ଫଳପ୍ରଦ ହେବା କଥା ଆକଳନ କରିଛନ୍ତି । ହୁଡ୍ଡାଙ୍କ ଜାଠ୍‌ ଭୋଟରଙ୍କ ମଧ୍ୟରେ ପ୍ରଭାବ ଦଳ ପାଇଁ ଲାଭପ୍ରଦ ହେବ ବୋଲି କହିଛନ୍ତି । ରାଜ୍ୟରେ ମୋଟ ଭୋଟରଙ୍କ 25 ପ୍ରତିଶତ ଭୋଟର ଜାଠ୍‌ ସମ୍ପ୍ରଦାୟ ଅଟନ୍ତି । ଏହା ବିଜେପିକୁ ଅକଳିଆରେ ପକାଇପାରେ ।

ମହାରାଷ୍ଟ୍ରରେ ବି କଂଗ୍ରେସର ସମଦଶା । ତୁଙ୍ଗ ନେତା ତଥା ବିଧାୟକ ରାଧାକୃଷ୍ଣ ବିଖେ ପାଟିଲ୍‌ କଂଗ୍ରେସ ହାତ ଛାଡିଛନ୍ତି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଟିକେଟ ବଣ୍ଟାକୁ ନେଇ ନାରାଜ କଂଗ୍ରେସ ନେତା ସଞ୍ଜୟ ନିରୂପମ ନିଜର ନାରାଜପଣକୁ ଖୋଲିକି ଜାହିର କରିଛନ୍ତି । ଏହାସହ ପ୍ରଚାର ମୈଦାନକୁ ନଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଗତ ଲୋକସଭା ନିର୍ବାଚନ ପୂର୍ବରୁ ମୁମ୍ବାଇ କଂଗ୍ରେସ ପ୍ରମୁଖ ସଞ୍ଜୟ ନିରୂପମଙ୍କୁ ମିଲିନ୍ଦ ଦେୱଡା ଦଳରୁ ନିଷ୍କାସିତ କରିଥିଲେ । ଏହାପରେ ସର୍ବସମ୍ମୁଖରେ ସଞ୍ଜୟ ତାଙ୍କ ବିରୁଦ୍ଧରେ ଦଳରେ ବରିଷ୍ଠ ଷଡଯନ୍ତ୍ର କରୁଥିବା ଅଭିଯୋଗ ଆଣିଥିଲେ । ଶିବସେନା-ବିଜେପି ମେଣ୍ଟ ମହାରାଷ୍ଟ୍ରରେ ନିର୍ବାଚନ ଲଢୁଛନ୍ତି । ଏପରିସ୍ଥଳେ କଂଗ୍ରେସକୁ ଦଳ ଭିତର ସମସ୍ୟାରେ ସନ୍ତୁଳିତ ।

2014 ରେ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରେ କଂଗ୍ରେସକୁ 48 ସିଟରୁ ମାତ୍ର 2ଟି ଆସନରେ ବିଜୟ ମିଳିଥିଲା ବେଳେ 2019ରେ ଗୋଟିଏ ଆସନରେ ବିଜୟ ମିଳିଥିଲା । ଦଳରେ ନେତୃତ୍ବ ଓ ରଣନୀତି ଉପରେ ପ୍ରଶ୍ନ ସୃଷ୍ଟି ହେବା ସହ ଏହି ଫଳାଫଳ ଦଳକୁ ହୁସିଆର କରିଥିଲା । ମାତ୍ର ଦଳ ସଜାଡି ହେବା ପରିବର୍ତ୍ତେ ଅସଜଡା ହେବାରେ ଲାଗିଛି ।

କଂଗ୍ରେସର ବରିଷ୍ଠ ରଣନୀତିକାର କହିଛନ୍ତି ଯେ, ଲୋକସଭା ନିର୍ବାଚନ ଫଳାଫଳ ପରେ କଂଗ୍ରେସ ହତୋତ୍ସାହିତ ନୁହେଁ । ଦଳ ସମଗ୍ର ରାଜ୍ୟରେ ବିଧାନସଭା ନିର୍ବାଚନରେ ଭଲ ପରିଣାମ ହାସଲ କରିବା ପାଇଁ ପୂର୍ଣ୍ଣ ସକ୍ଷମ ଅଟେ ।

ଗତ ଲୋକସଭା ନିର୍ବାଚନରେ ହରିୟାଣାରେ କଂଗ୍ରେସ ମୂଳପୋଛ ହୋଇଯାଇଥିଲା । ସମସ୍ତ 10 ଗୋଟି ଲୋକସଭା ଆସନରେ ଦଳ ପରାଜିତ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ହୁଡ୍ଡାଙ୍କ ପୁଅ ଦିପେନ୍ଦ୍ର ହୁଡ୍ଡା ନିଜ ରୋହତକ ଆସନ ବଞ୍ଚାଇବାରେ ସକ୍ଷମ ହୋଇନଥିଲେ ।

ଅଶୋକ ତନୱାର, ସଞ୍ଜୟ ନିରୂପମଙ୍କ ବ୍ୟତୀତ ବିଧାନସଭା ନିର୍ବାଚନରେ ଟିକେଟ ବଣ୍ଟାକୁ ନେଇ ନାରାଜ ହୋଇଥିବା ବରିଷ୍ଠ ନେତାଙ୍କ ମଧ୍ୟରେ ତ୍ରିପୁରା କଂଗ୍ରେସ ପ୍ରମୁଖ ପ୍ରଦ୍ଦୋତ ମାଣିକ୍ୟ ଓ ଝାଡଖଣ୍ଡର ପୂର୍ବ ପ୍ରମୁଖ ଅଜୟ କୁମାର ପ୍ରମୁଖ ସାମିଲ ଅଛନ୍ତି । ଏ ସମସ୍ତ ନେତା ଦଳରେ ବରିଷ୍ଠଙ୍କ କାର୍ଯ୍ୟକଳାପକୁ ନେଇ ଅସନ୍ତୁଷ୍ଟ ଥିଲେ । ଲୋକସଭା ନିର୍ବାଚନ ପରାଜୟ ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମାନ କାରଣ ଦର୍ଶାଇ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ।

ଦଳର ଉଭୟ ପୁରୁଖା ଓ ଯୁବ ନେତାମାନେ ସମାନ ଭାବେ ଦାୟୀ ଥିଲେ । କଂଗ୍ରେସର ବିଶ୍ବସ୍ତ ସୂତ୍ର ମୁତାବକ, ପୂର୍ବରୁ ରାହୁଲ ଗାନ୍ଧୀ ଦଳରେ ପୁରୁଖାଙ୍କ ହାତରେ କମାଣ ନ ସମର୍ପି, ଯୁବଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦେବା ପାଇଁ ଇଚ୍ଛୁକ ଥିଲେ । ମାତ୍ର ଦଳରୁ ହିଁ ତାଙ୍କୁ ବିରୋଧର ସାମ୍ନା କରିବାକୁ ପଡିଥିଲା ।

ଅନ୍ୟ ଏକ ବିଶ୍ବସ୍ତ ଖବର ମୁତାବକ 2019 ଲୋକସଭା ନିର୍ବାଚନ ବିଗୁଲ ବାଜିବା ପରେ ପରେ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପାଇଁ ପ୍ରସ୍ତାବ ଦେଇଥିଲେ । ରାହୁଲଙ୍କ ଏହା ଲୋକସଭା ନିର୍ବାଚନ ପୂର୍ବରୁ ଏକ ଯୋଜନା ଥିଲା ଯେ, ଇସ୍ତଫା ପରେ ଶକ୍ତିଶାଳୀ କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ଆମୂଳଚୂଳ ପରିବର୍ତ୍ତନ ହେବ । ଯାହା ଦଳରେ ଏକ ନୂତନ ଉନ୍ମାଦନା ଓ ଉତ୍ସାହ ସୃଷ୍ଟି କରିବ । ମାତ୍ର ସେପରି କିଛି ସେହିପରି ହୋଇନଥିଲା ।

ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ AICC କାର୍ଯ୍ୟାଳୟ ସମ୍ମୁଖରେ ୟୁଥ-ୱିଙ୍ଗ ରାହୁଲଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏହି ଘଟଣା ପରେ କଂଗ୍ରେସ ଦଳରୁ ପୁରୁଖା ନେତୃବୃନ୍ଦ ବନାମ ଯୁବ ନେତାଙ୍କ ମଧ୍ୟରେ ଅଘୋଷିତ ଯୁଦ୍ଧ ଆଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପକାଇଥିଲା ।

2018ରେ କଂଗ୍ରେସ ଜିତିଥିବା 3 ରାଜ୍ୟ ମଧ୍ୟରୁ ଦୁଇ ଗୋଟି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚୟନରେ ବିଳମ୍ବ କାରଣ ପୁରୁଖା ବନାମ ଯୁବା ମୁଖ୍ୟ କାରଣ ଥିଲା । ରାଜସ୍ଥାନରେ ଅଶୋକ ଗେହଲଟ ଓ ମଧ୍ୟପ୍ରଦେଶରେ କମଳନାଥଙ୍କୁ ମୁଣ୍ଡରେ ଶିରପା ବାନ୍ଧିଥିଲା କଂଗ୍ରେସ । ମୁଖ୍ୟମନ୍ତ୍ରୀ ଆସନରେ ବରିଷ୍ଠ ଜିଣିଥିବା ବେଳ ଦୁଇ ରାଜ୍ୟରେ ଯୁବ ନେତା ତଥା ଭବିଷ୍ୟ ସଚିନ ପାଇଲଟ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଅଣଦେଖା କରାଯାଇଥିବା କଂଗ୍ରେସର ନେତୃତ୍ବ ପ୍ରଦାନ କ୍ଷମତା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟ ହୋଇଥିଲା ।.

ABOUT THE AUTHOR

...view details