ଓଡିଶା

odisha

ETV Bharat / bharat

ସାଧାରଣତନ୍ତ୍ର ଦିବସରେ ଭେଟନ୍ତୁ ‘26 ଜାନୁଆରୀ’ଙ୍କୁ - madhyapradeh news

ଦେଶ ପାଳିବ 71ତମ ସାଧାରଣତନ୍ତ୍ର ଦିବସ । 1950 ଜାନୁଆରୀ 26ରେ ଭାରତୀୟ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ତେବେ ଆପଣ କ'ଣ ଜାଣନ୍ତି ଜଣେ ଏପରି ବ୍ୟକ୍ତି, ଯାହାଙ୍କ ନାମ 26 ଜାନୁଆରୀ । ଜାଣନ୍ତୁ ତାଙ୍କ ବିଷୟରେ...

A person whose name is 26 january
26 ଜାନୁଆରୀ

By

Published : Jan 25, 2020, 11:11 PM IST

ଭୋପାଳ: ରାତି ପାହିଲେ ଦେଶ ପାଳିବ 71ତମ ସାଧାରଣତନ୍ତ୍ର ଦିବସ । 1950 ଜାନୁଆରୀ 26ରେ ଭାରତୀୟ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ତେବେ ଆପଣ କ'ଣ ଜାଣନ୍ତି ଜଣେ ଏପରି ବ୍ୟକ୍ତି, ଯାହାଙ୍କ ନାମ 26 ଜାନୁଆରୀ । ଆଜ୍ଞା ହଁ ମଧ୍ୟପ୍ରଦେଶରେ ଜଣେ ବ୍ୟକ୍ତିଙ୍କ ନାମ 26 ଜାନୁଆରୀ ଟେଲର୍ । ସେ ଜନ୍ମ 26 ଜାନୁଆରୀ ହୋଇଥିଲେ, ଏପରିକି ସେ 26 ଜାନୁଆରୀରେ ହିଁ ନିଜର ସମସ୍ତ କାର୍ଯ୍ୟ ଆରମ୍ଭ କରିଥାନ୍ତି ।

ଦୀର୍ଘ 22 ବର୍ଷ ହେବ ଟେଲର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ସଂସ୍ଥାରେ ପିଅନ ଅଛନ୍ତି। ଟେଲରଙ୍କ ପିତା ସତ୍ୟନାରାୟଣ ଟେଲର ଜଣେ ପ୍ରଧାନଶିକ୍ଷକ । ସେ ସ୍କୁଲରେ 26 ଜାନୁଆରୀ 1966ରେ ପତାକା ଉତ୍ତୋଳନ କରୁଥିବା ସମୟରେ ଟେଲର ଜନ୍ମ ନେଇଥିଲେ । ଏହାପରେ ସେ ନିଜ ପୁଅ ନାମ 26 ଜାନୁଆରୀ ରଖିଥିଲେ । ତାଙ୍କର ସ୍କୁଲ ଶିକ୍ଷା ମଧ୍ୟ ଜାନୁଆରୀ 26ରେ ଆରମ୍ଭ ହୋଇଛି । ଅନେକ ସମୟରେ ଏହି ନାମ କାରଣରୁ ତାଙ୍କୁ ଥଟ୍ଟାର ପାତ୍ର ହେବାକୁ ପଡିଛି ତଥାପି ସେ ନିଜ ନାମ କେବେ ପରିବର୍ତ୍ତନ କରିନାହାଁନ୍ତି ।

ପ୍ରଶିକ୍ଷଣ ସଂସ୍ଥାରେ ମଧ୍ୟ ତାଙ୍କୁ ସମସ୍ତେ ପସନ୍ଦ କରନ୍ତି । ସେ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ଯତ୍ନ ନିଅନ୍ତି ବୋଲି ତାଙ୍କ ଶୁଭେଚ୍ଛୁ କହିଛନ୍ତି।

ABOUT THE AUTHOR

...view details