ନୂଆଦିଲ୍ଲୀ: ସୁଦର୍ଶନ ଟିଭି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଦେଶ ବିଭାଜନକାରୀ ଏଜେଣ୍ଡା ଚଳିବନି । ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୁଡ କହିଛନ୍ତି ସୁଦର୍ଶନ ଟିଭିରେ ୟୁପିଏସସି ଓ ମୁସଲମାନମାନଙ୍କ ଉପରେ ଆଧାରିତ କାର୍ଯ୍ୟକ୍ରମ ପରମାଣୁ ମିସାଇଲ୍ ଠାରୁ କମ୍ ନୁହେଁ ।
ସାମ୍ପ୍ରଦାୟିକତା ଉପରେ ଆଧାରିତ କାର୍ଯ୍ୟକ୍ରମ ପରମାଣୁ ମିସାଇଲ୍ ଠୁ କମ୍ ନୁହେଁ: ସୁପ୍ରିମକୋର୍ଟ
ସୁଦର୍ଶନ ଟିଭି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ଦେଶ ବିଭାଜନକାରୀ ଏଜେଣ୍ଡା ଚଳିବନି ।
ସର୍ବୋଚ୍ଚ କୋର୍ଟ କହିଛନ୍ତି, ଏହି ପ୍ରସଙ୍ଗ ମୂଳତଃ ରାଜନୈତିକ ତେଣୁ ଏହା ଆଇନଗତ ଭାବରେ ସମାଧାନ ହେବ ବୋଲି ଆମେ ଦର୍ଶାଇ ପାରିବୁ ନାହିଁ । ଗତ କିଛି ଦଶନ୍ଧି ମଧ୍ୟରେ ଆମେ ଦେଖିବାକୁ ପାଇଲୁ କି ରାଜନୈତିକ, ସାମାଜିକ ସମସ୍ୟାର ସମାଧାନ କରିବାରେ ଆଇନ ବ୍ୟବସ୍ଥା ଅସଫଳ ରହୁଛି । ‘ସରକାରୀ ସେବାରେ ମୁସଲିମ ଅନୁପ୍ରବେଶ’କୁ ଦାବି କରୁଥିବା ସୁଦର୍ଶନ ଟିଭି କାର୍ଯ୍ୟକ୍ରମକୁ ବିରୋଧ କରୁଥିବାବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଅନୁସନ୍ଧାନକାରୀ ସାମ୍ବାଦିକତା ନାମରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ କରାଯିବା ଉଚିତ ନୁହେଁ।
ଏଭଳି ବିଭାଜନକାରୀ ଏଜେଣ୍ଡା ସହିତ ଦେଶ ବଞ୍ଚିପାରିବ ନାହିଁ । ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଏବଂ ଜାତୀୟ ପ୍ରସାରଣ ଏଜେନ୍ସି ଉପରେ ମନ୍ତବ୍ୟ ଦେବା ସହିତ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ବୈଦ୍ୟୁତିକ ଗଣମାଧ୍ୟମର ‘ଆତ୍ମ-ଶୃଙ୍ଖଳା’ ଉପରେ ମତାମତ ଲୋଡିଛନ୍ତି।