ନୂଆଦିଲ୍ଲୀ: ବୁଧବାର ଦିଲ୍ଲୀ ଏନସିଆର ରେ ପ୍ରବଳ ବର୍ଷା କାରଣରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରମୁଖ ରାସ୍ତାରେ ବର୍ଷା ପାଣିରେ ବୁଡି ରହିବା ସହ ସମଗ୍ର ଅଞ୍ଚଳ ପାଣି ପାଣି ହୋଇଛି ।
ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ; ଭାଙ୍ଗିଲା ପାଚେରୀ ଅନେକ ଗାଡି କ୍ଷତିଗ୍ରସ୍ତ ସେକ୍ଟର 15 ଓ 31 ରେ ହିରୋହଣ୍ଡା ଛକ ଓ ଏହାର ମୁଖ୍ୟ ରାସ୍ତା ସମ୍ପୂର୍ଣ୍ଣ ଜଳମଗ୍ନ ହୋଇପଡିବା ପରେ ଲୋକେ ବିଭିନ୍ନ ସ୍ଥାନରେ ଫସି ରହିଥିଲେ ।
ଏହାସହ ବର୍ଷା କାରଣରୁ ବସସେବା ମଧ୍ୟ ପ୍ରଭାବିତ ହୋଇଛି । ମେଦାନ୍ତ ହସ୍ପିଟାଲ ନିକଟ ସେକ୍ଟର 14, ଡିଏଲଏଫ ଫେଜ-1, ସେକ୍ଟର 27 ସେକ୍ଟର 32 ପ୍ରମୁଖ ବର୍ଷା ଜଳରେ ବେଶ ପ୍ରଭାବିତ ହୋଇଛି ।
ସେହିପରି ଏକ ପାଚେରୀ ବର୍ଷାରେ ଭୁଷୁଡି ପଡିବାରୁ ଅନେକ ଯାନ କ୍ଷତିଗ୍ରସ୍ତ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଲାଗି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ