ସୁରଟ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ଧର୍ମପତ୍ନୀଙ୍କ ସହ ଭାରତ ଅଭିମୁଖେ ଉଡାଣ ଆରମ୍ଭ କରି ଦେଇଛନ୍ତି । ସୋମବାର ଭାରତରେ ପହଞ୍ଚିବେ ଟ୍ରମ୍ପ । ସେପଟେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଭାରତ । ଇତିମଧ୍ୟରେ ଅହମ୍ମଦାବାଦରେ ଟ୍ରମ୍ପଙ୍କ ଗସ୍ତକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଗୁଜୁରାଟବାସୀ । ସୁରଟର ଏକ ଗହଣା ଦୋକାନରେ ଡୋନାଲ୍ଡ ଟ୍ରମ୍ପଙ୍କ ଆଗମନକୁ ନେଇ ବିଶେଷ ଭାବେ ସୁନା, ରୁପା ଏବଂ ପ୍ଲାଟିନମର ନୋଟପ୍ୟାଡ ତିଆରି କରାଯାଇଛି ।
ବଜାରକୁ ଆସିଲା ମୋଦି-ଟ୍ରମ୍ପଙ୍କ ସୁନାର ନୋଟପ୍ୟାଡ, ଦାମ ରହିଛି ଏକଲକ୍ଷ - ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ
ଅହମ୍ମଦାବାଦରେ ଟ୍ରମ୍ପଙ୍କ ଗସ୍ତକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଗୁଜରାଟବାସୀ । ସୁରଟର ଏକ ଗହଣା ଦୋକାନରେ ଡୋନାଲ୍ଡ ଟ୍ରମ୍ପଙ୍କ ଆଗମନକୁ ନେଇ ବିଶେଷ ଭାବେ ସୁନା, ରୁପା ଏବଂ ପ୍ଲାଟିନମର ନୋଟପ୍ୟାଡ ତିଆରି କରାଯାଇଛି । ଯାହାର ଅଧିକ ଚାହିଦା ରହିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ଏହି ନୋଟ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିରେ ଦିଆଯିବ । ଏହି ସ୍ବତନ୍ତ୍ର ନୋଟର ମୂଲ୍ୟ ପାଖାପାଖି 1 ଲକ୍ଷ ଟଙ୍କା ବୋଲି ଜଣାପଡିଛି । ଏହି ନୋଟକୁ ସୁରଟର ନାମିଦାମି ସୁନା ଦୋକାନୀ ଦୀପକ ଚୋକସୀଙ୍କ ଦ୍ବାରା ନିର୍ମିତ କରାଯାଇଛି । ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଏହି ସ୍ବତନ୍ତ୍ର ନୋଟକୁ ଟ୍ରମ୍ପଙ୍କୁ ଗ୍ରୀଟିଙ୍ଗ ଆକାରରେ ପ୍ରଦାନ କରାଯିବ ।
ଏହି ସୁନା, ରୂପା ଏବଂ ପ୍ଲାଟିନମରେ ନିର୍ମିତ ନୋଟରେ ମୋଦି ଏବଂ ଟ୍ରମ୍ପଙ୍କ ଫଟୋ ରହିଛି । ତେବେ ଏସମ୍ପର୍କରେ ଚୋକସୀଙ୍କ କହିବା କଥା ହେଲା କେବଳ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଏହି ନୋଟ ତିଆରି କରାଯାଇଥିଲା । ହେଲେ ବଜାରରେ ଏହି ନୋଟର ଚାହିଦା ଧିରେ ଧିରେ ବଢିବାକୁ ଲାଗିଲା ଏବଂ ଲୋକେ ଏହାକୁ ନିଜ ନିଜ ବଜେଟ ହିସାବରେ କିଣୁଛନ୍ତି । ଏହା ଯେ କେବଳ ଭାରତରେ ଚାହିଦା ରହିଛି ବରଂ ଦେଶ ବାହାରେ ମଧ୍ୟ ଏହି ନୋଟର ଚାହିଦା ରହିଛି । 15 ଦିନ ପୂର୍ବ ଲଣ୍ଡନରେ ବାସ କରୁଥିବା ମୟାନଙ୍କୁ ଏହି ସ୍ବତନ୍ତ୍ର ନୋଟ ଏତେ ପସନ୍ଦ ହୋଇଛି ଯେ ସେ ନୋଟକୁ କିଣିବାକୁ ବାଧ୍ୟ ହୋଇଥିଲେ ।