ଓଡିଶା

odisha

ETV Bharat / bharat

ଭାଇଚାରାର ବଡ ଉଦାହରଣ, ରାମ ମନ୍ଦିର ସଫା କରନ୍ତି ମୁସଲିମ ଯୁବକ - Temple

ଗୋଟିଏ ପଟେ ମନ୍ଦିର ଓ ମସଜିଦ ନିର୍ମାଣକୁ ନେଇ ଛିଣ୍ଡୁନି ବିବାଦ । ଅନ୍ୟପଟେ ବେଫିକର ରହି ମନ୍ଦିର ସଫା କରି ଖୁସି ହେଉଛନ୍ତି ସଦନାମ ହୁସେନ ନାମକ ଜଣେ ମୁସଲିମ ଯୁବକ । କର୍ଣ୍ଣାଟକର ରାଜଜୀନଗର ରାମମନ୍ଦିରରେ ଦେଖିବାକୁ ମିଳିଛି ଏପରି ଅପୂର୍ବ ଆକର୍ଷଣୀୟ ଦୃଶ୍ୟ ।

ଫଟୋ ସୌଜନ୍ୟ- ଏଏନଆଇ ଟ୍ବିଟର

By

Published : Apr 11, 2019, 6:06 AM IST

ବେଙ୍ଗୁଲୁର: ଗୋଟିଏ ପଟେ ମନ୍ଦିର ଓ ମସଜିଦ ନିର୍ମାଣକୁ ନେଇ ଛିଣ୍ଡୁନି ବିବାଦ । ଅନ୍ୟପଟେ କିଛି ଖାତିର ନ କରି ମନ୍ଦିର ସଫା କରି ଖୁସି ହେଉଛନ୍ତି ସଦନାମ ହୁସେନ ନାମକ ଜଣେ ମୁସଲିମ ଯୁବକ । ରାମନବମୀ ପୂର୍ବରୁ ସେ ମନ୍ଦିର ସଫା କରିବା ଦାୟିତ୍ୱ ମୁଣ୍ଡାଇଛନ୍ତି । ବେଙ୍ଗୁଲୁର ରାଜଜୀନଗର ରାମମନ୍ଦିରରେ ଦେଖିବାକୁ ମିଳିଛି ଏପରି ଅପୂର୍ବ ଆକର୍ଷଣୀୟ ଦୃଶ୍ୟ ।

ଏଏନଆଇ


‘ରାମନବମୀ ପୂର୍ବରୁ ମନ୍ଦିର ସଫା ଦାୟିତ୍ୱ ମୋର । ଆଉ ଏହା କରିବାକୁ ମୋତେ ଖୁସି ମିଳିଥାଏ ,ଏଥିଲାଗି ସମସ୍ତେ ମତେ ପ୍ରୋତ୍ସାହିତ କରିଥାନ୍ତି । ବିଗତ 2 ରୁ 3 ବର୍ଷ ଧରି ମୁଁ ଏଠାରେ କାମ କରୁଛି ବୋଲି କହଛନ୍ତି ସଦନାମ ।

ଖବର ସରବରାହ ସଂସ୍ଥା ଏନଆଇରେ ଟ୍ୱିଟର ପେଜରେ ଏହି ଖବରଟି ପ୍ରକାଶ ପାଇବା ପରେ ବହୁ ଲୋକ ସଦନାମଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କର ଏହି ମହାନ କାମ ପାଇଁ ତାଙ୍କୁ ପ୍ରୋତ୍ସାହନ ଦେଇଛନ୍ତି ।

ତେବେ ଦୀର୍ଘ 26 ବର୍ଷର ଅଯୋଧ୍ୟା ମାମଲା ଏବେ ସୁଦ୍ଧା ତୁଟିପାରୁନି । ସେଠାରେ ମନ୍ଦିର ନା ମସଜିଦ୍ ନିର୍ମାଣ ହେବ ସେ ନେଇ ଦୁଇ ଧର୍ମାବଲମ୍ବୀଙ୍କ ମଧ୍ୟରେ ବହୁ ବାଦବିବାଦ ଦେଖାଦେଇଛି । ହେଲେ ସଦନାମଙ୍କ ଏହି ମହନୀୟ କର୍ମ ଉଜାଗର କରୁଛି ହଜିଯାଇଥିବା ସେହି ଭାତୃତ୍ୱଭାବକୁ । ଶୀତଳ କରିଦେଉଛି ସାମ୍ପ୍ରଦାୟିକବାଦର ଜ୍ୱାଲାକୁ ।

ABOUT THE AUTHOR

...view details