ଓଡିଶା

odisha

ETV Bharat / bharat

ହୃଦୟ ବିଦାରକ: 3 ଶିଶୁପୁତ୍ରଙ୍କ ସହ କେନାଲକୁ ଡେଇଁ ମାଆର ଆତ୍ମହତ୍ୟା - କର୍ଣ୍ଣାଟକ

କର୍ଣ୍ଣାଟକର ରାଇଚୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରାଇଚୁର ଅଞ୍ଚଳରେ ଥିବା ନାରାୟଣପୁର କେନାଲରେ ଏକ ମାଆ ନିଜ ତିନି ଶିଶୁପୁତ୍ରଙ୍କ ସହ କେନାଲକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ଫଟୋ ସୌଜନ୍ୟ- ଇଟିଭି ଭାରତ, ବ୍ୟୁରୋ

By

Published : Aug 21, 2019, 3:02 PM IST

Updated : Aug 21, 2019, 3:17 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଇଚୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରାଇଚୁର ଅଞ୍ଚଳରେ ଥିବା ନାରାୟଣପୁର କେନାଲରେ ଏକ ମାଆ ନିଜ ତିନି ଶିଶୁପୁତ୍ରଙ୍କ ସହ କେନାଲକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି । ତେବେ ଆତ୍ମହତ୍ୟାର କାରଣ ପାରିବାରିକ କଳହ ଓ ମାନସିକ ଚାପଗ୍ରସ୍ତ ବୋଲି ସନ୍ଦେହ କରାଯାଉଛି ।

ସୂଚନା ଅନୁସାରେ, ମହିଳା ଜଣକ ହେଲେ 28 ବର୍ଷୀୟା ନସିମା, 5 ବର୍ଷର ବଡ ପୁଅ ଅନିଫ୍, 3 ବର୍ଷର ଆୟାନ ଓ ଏକ ବର୍ଷର ରିଦାନ । ମୃତକଙ୍କ ଘର ସତାରା ତାଲୁକ ଅଞ୍ଚଳର । ଆତ୍ମହତ୍ୟା ପରେ ସମସ୍ତଙ୍କ ମୃତଦେହ ଦେବାଦୁର୍ଗା ତାଲୁକର କୋଟାଡୋଡି ଅଞ୍ଚଳରୁ ଉଦ୍ଧାର କରାଯାଇଛି ।

ତେବେ ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବାବେଳେ ପାରିବାରିକ କଳହ ଓ ମାନସିକ ଅତ୍ୟାଚାର ଯୋଗୁଁ ଏହି ଅଘଟଣ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

Last Updated : Aug 21, 2019, 3:17 PM IST

ABOUT THE AUTHOR

...view details