ଅମରାବତୀ: କଂସେଇ ସାଜିଲା ମାଆ । ନିଜ ଜନ୍ମ କଲା ପୁଅକୁ ପ୍ରେମିକ ସହ ମିଶି ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏଭଳି ଏକ ଜଘନ୍ୟ କାଣ୍ଡ ଘଟିଛି ଆନ୍ଧ୍ରପ୍ରଦେଶ କୃଷ୍ଣ ଜିଲ୍ଲାର ଜଗାୟାପେଟ ଅଞ୍ଚଳରେ । ଅଭିଯୁକ୍ତ ମାଆ ଉଷା ଓ ତାଙ୍କ ପ୍ରେମିକକୁ ପୋଲିସ ଗିରଫ କରିଛି ।
ସୂଚନା ଅନୁଯାୟୀ, ଉଷା ଦୁଇ ମାସ ହେଲା ତାଙ୍କ ସ୍ବାମୀଙ୍କ ଠାରୁ ଅଲଗା ହୋଇ ସାନପୁଅ ସହ ପ୍ରେମିକ ଶ୍ରୀନୁ ସାଙ୍ଗରେ ରହି ଆସୁଥିଲେ । ସେ କୌଣସି ଉପାୟରେ ନିଜ ପୁଅକୁ ମାରିବାକୁ ଚାହୁଁଥିଲେ । ଏଣୁ ସେ ଓ ତାଙ୍କ ପ୍ରେମିକ ମିଶି ପୁଅକୁ ଦୁଇ ଦିନ ପୂର୍ବରୁ ହତ୍ୟା କରିଥିଲେ । ହତ୍ୟା କରିବା ପରେ ମୃତଦେହକୁ ତେଲେଙ୍ଗାନାର କୋଡ଼ାଡ଼ା ଠାରେ ସମାଧି ଦେଇଥିଲେ ।