ଓଡିଶା

odisha

ETV Bharat / bharat

ଆଉ ଏକ କଳା କାହାଣୀ... ଫେରିବା ବାଟକୁ ଚାହିଁ ବସିଛି ମା' - ବିହାର ଖବର

ଆଉ ଏକ କୂଳଭୁଷଣ ମାମଲା ଦେଖିବାକୁ ମିଳିଛି ବିହାରରେ । ବିହାରର ଭାଗଲପୁର ଜିଲ୍ଲାର ମଦାରଗଞ୍ଜ ଅଞ୍ଚଳର ଯୁବକ ସୀତାରାମ । ସୀତାରାମ ଦୀର୍ଘ 20 ବର୍ଷ ହେବ ରୋଜଗାର ସନ୍ଧାନରେ ପଞ୍ଜାବ ଯାଇଥିଲେ । ଆଉ ସେବେଠାରୁ ସେ ପାକିସ୍ତାନ ଜେଲରେ ବନ୍ଦୀ ଥିବା ଜଣାପଡ଼ିଛି । ଏପଟେ ତାଙ୍କର ମା ଏକୁଟିଆ ଘରେ ରହୁଛନ୍ତି । ଫେରିବା ବାଟକୁ ଚାହିଁ ବସିଛି ମା'।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Aug 6, 2019, 10:50 AM IST

ପାଟନା: ନୂଆଁଣିଆ ଚାଳଘର । ଘର ଚାରିପଟେ ବରଡ଼ା ପତ୍ରଘେରା କାନ୍ଥ । ଆଉ ଘର ଦୁଆରମୁଁହରେ ଜଣେ ବୟସ୍କା ମହିଳା । ଫେରିବା ବାଟକୁ ଚାହିଁ ବସିଛି ମା' । ଏ ହେଉଛି ବିହାରର ଭାଗଲପୁର ଜିଲ୍ଲାର ମଦାରଗଞ୍ଜ ପଞ୍ଚାଯତର ରତନପୁର ଗାଁର ଓଖା ଦେବୀଙ୍କ ଘରର ଦୃଶ୍ୟ । ଓଖା ଦେବୀ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ପୁଅର ଫେରିବା ବାଟକୁ ଚାହିଁ ବସିଛନ୍ତି ।

ମିଳିଥିବା ସୂଚନା ମୁତାବକ ରତନପୁର ଗାଁର ଓଖା ଦେବୀ । 20 ବର୍ଷ ପୂର୍ବରୁ ରୋଜଗାର ଆଶାରେ ପୁଅ ସୀତାରାମ ଝା ପଞ୍ଜାବ ଚାଲିଯାଇଥିଲା । ତେବେ ଯିବା ପରଠାରୁ ସେ କେବେ ଆଉ ଘରକୁ ଆସିନି । ପୁଅ ଯିବାର କିଛି ଦିନ ପରେ ସ୍ଥାନୀୟ ପୋଲିସ ସୀତାରାମଙ୍କ ଫଟୋ ସହ ଆସି ସେ ପାକିସ୍ଥାନ ଜେଲରେ ଅଛନ୍ତି ବୋଲି ସୂଚନା ଦେଇଥିଲା । ସେବେଠାରୁ ପୁଅର ଫେରିବା ବାଟକୁ ଚାହିଁ ବସିଛନ୍ତି ଓଖା ଦେବୀ ।

ପୁଅର ଖବର ପାଇବା ପରେ ଫେରାଇ ଆଣିବା ପାଇଁ ସେ ବିଭିନ୍ନ ସରକାରୀ ସ୍ତରରେ ଗୁହାରୀ ମଧ୍ୟ କରିସାରିଛନ୍ତି । ମାତ୍ର ଏପର୍ଯ୍ୟନ୍ତ ପ୍ରଶାସନିକ ସ୍ତରରେ କୌଣସି ସୂଚନା ମିଳୁନଥିବା ସେ ଅଭିଯୋଗ କରିଛନ୍ତି । ତେବେ ଆର୍ଥିକ ଅନାଟନରେ ଚଳୁଥିବା ଓଖା ଦେବୀ ତାଙ୍କର ଏକ ମାତ୍ର ଝିଅର ବାହାଘର ମଧ୍ୟ କରିଦେଇଛନ୍ତି । ସେପଟେ ସ୍ବାମୀର ଫେରିବା ନେଇ ଅନିଶ୍ଚିତତା ଦେଖା ଦେଇଥିବାବେଳେ ଅନ୍ୟ ସ୍ଥାନରେ ମଧ୍ୟ ବିବାହ କରିସାରିଛନ୍ତି । ବର୍ତ୍ତମାନ ଓଖା ଦେବୀ ସମ୍ପୂର୍ଣ୍ଣ ଏକା ହୋଇ ପଡ଼ିଛନ୍ତି ।

ଓଖା ରହୁଥିବା ଘରର ଦୃଶ୍ୟ

ଚାଳଘରେ ବିତୁଛି ଜୀବନ

ଓଖା ଦେବୀଙ୍କ ବୟସ ପାଖାପାଖି 75 ବର୍ଷ ବୟସ ହେବ । ତେବେ ରହିବା ପାଇଁ ତାଙ୍କର ଘର ନଥିବାବେଳେ ଗୋଟିଏ ନୂଆଣିଆଁ ଚାଳଘରେ ଜୀବନ ଅତିବାହିତ କରୁଛନ୍ତି । ସେହି ଘରେ ଅନେକ ସମସ୍ୟା ଦେଖାଦେଉଥିବାବେଳେ ବର୍ଷା ଦିନେ ଘରେ ପାଣି ପଶିଯାଉଥିବା ଓଖା ଦେବୀ ଅଭିଯୋଗ କରିଛନ୍ତି । ସେପଟେ ସାମାନ୍ୟ ପବନ ହେଲେ ଘର ଦୋହଲୁଥିବା ଓଖା ଦେବୀ କହିଛନ୍ତି । ଘରେ ଖାଇବାକୁ ନା ଅଛି ଚାଉଳ ନା ଶୋଇବାକୁ ଖଟ । ତେବେ ଓଖାଙ୍କ ଏକ ମାତ୍ର ନିବେଦନ ମୃତ୍ୟୁ ହେବା ପୂର୍ବରୁ ଥରେ ମାତ୍ର ଦେଖିବେ ।

ମିଳିଥିବା ସୂଚନା ମୁତାବକ ଓଖାଦେବୀଙ୍କ ସମ୍ପର୍କୀୟ ମୁକେଶ ସୂଚନା ଅଧିକାର ବଳରେ ଜାଣିବାକୁ ପାଇଛି ଯେ, ନିଖୋଜ ସୀତାରାମଙ୍କୁ ଓ୍ବାଘା ବର୍ଡ଼ର ନିକଟରେ ତାଙ୍କୁ ଛାଡ଼ି ଦିଆଯାଇଥିଲା । ମାତ୍ର ସେବେଠାରୁ ସେ ନିଖୋଜ ଅଛନ୍ତି ।

ତେବେ ସୀତାରାମ ନିଖୋଜ ହେବା ନେଇ ପଡ଼ୋଶୀ ଲାଲନ ସିଂ କହିଛନ୍ତି ଯେ, ଆମେ ସ୍କୁଲରେ ପଢୁଥିବାବେଳେ ସୀତାରାମ ରୋଜଗାର ପାଇଁ ପଞ୍ଜାବ ଯାଇଥିଲେ । ମାତ୍ର ସେ ଯିବାର କିଛି ଦିନ ପରେ ତାଙ୍କ ଘରକୁ ପୋଲିସ ଆସିଥିଲା ଆଉ କହିଥିଲା କି ତାଙ୍କ ପୁଅ ପାକିସ୍ତାନ ଜେଲରେ ବନ୍ଦୀ ଅଛି । ସେବେଠାରୁ ତାଙ୍କର କୌଣସି ସୂଚନା ମିଳିପାରିନଥିଲା ବୋଲି ଲଲନ ସିଂ ବୋଲି କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ସୀତାରାମଙ୍କୁ କିଛି ଅନ୍ୟ କାରଣ ଦର୍ଶାଇ ତାଙ୍କୁ ବାନ୍ଧି ନେଇଥାଇପାରେ । ଯେଉଁଭଳି ଭାବରେ କୂଳଭୁଷଣ ୟାଦବଙ୍କୁ ଜେଲରେ ରଖିଛି । ସେହିଭଳି ସୀତାରାମଙ୍କୁ ମଧ୍ୟ ଗିରଫ କରିଥାଇପାରେ ବୋଲି ସେ କହିଛନ୍ତି ।

ସୀତାରାମଙ୍କ ଫେରିବାର ବ୍ୟବସ୍ଥା ସରକାର କରନ୍ତୁ ବୋଲି ସେ ପଡ଼ୋଶୀ ଦାବି କରିଛନ୍ତି । ପଡୋଶୀ ଲଲନ କହିଛନ୍ତି ସୀତାରାମଙ୍କ ଘରେ ତାଙ୍କର ବୟସ୍କ ମା ଏକା ରହୁଥିବାରୁ ସୀତାରାମଙ୍କୁ ଫେରାଇ ଆଣିବାକୁ ସେ ନିବେଦନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ବାରମ୍ବାର ଅଭିଯୋଗ କରିବା ପରେ ଥରେ ମାତ୍ର ପ୍ରଶାସନ ତରଫରୁ ଏକ ଟିମ ତାଙ୍କ ଘରକୁ ଆସିଥିଲା । ଏହା ପରେ ଆଉ କେହି ତାଙ୍କ ଘରକୁ ଆସିନଥିବା ସେ କହିଛନ୍ତି ।

ABOUT THE AUTHOR

...view details