ବେଙ୍ଗାଲୁରୁ: କର୍ଣ୍ଣାଟକର କୋପାଲ ଜିଲ୍ଲାର କରାଟାଗିରେ ନବଦମ୍ପତିଙ୍କୁ ଆକ୍ରମଣ କରିଛନ୍ତି ଦୃବୁର୍ତ୍ତ । ଘଟଣାସ୍ଥଳରେ ହିଁ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଗୁରୁତର ହୋଇଛନ୍ତି । ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣା ନପଡିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତ ପତ୍ନୀ 34 ବର୍ଷୀୟ ତ୍ରିବେଣୀ ହୋଇଥିବା ବେଳେ ସ୍ବାମୀଙ୍କ ନାଁ ବିନୋଦ ଓ ତାଙ୍କ ବୟସ 31 ବର୍ଷ ବୋଲି ଜଣା ପଡିଛି ।
ଉଭୟ ଗତ ଶନିବାର ଘରକୁ ଫେରୁଥିବା ବେଳେ ରାସ୍ତାରେ କିଛି ଦୃର୍ବୁତ୍ତ ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ଦୃର୍ବୁତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ତେବେ ଏହି ହତ୍ୟାକାଣ୍ଡରେ ପରିବାର ଲୋକଙ୍କ ସମ୍ପୃକ୍ତି ଥିବା ପ୍ରାଥମିକ ଭାବେ ପୋଲିସ ଅନୁମାନ କରୁଛି । ଉଭୟଙ୍କ ପରିବାର ମଧ୍ୟରେ ଜାତିଗତ ବିଭେଦ ଥିବାରୁ ଉଭୟ ପରିବାର ଏହି ବିବାହକୁ ବିରୋଧ କରିଥିଲେ ।