ଓଡିଶା

odisha

ETV Bharat / bharat

ଛାତ୍ରୀକୁ ଗର୍ଭବତୀ କରି ଅଭିଯୁକ୍ତ ଶିକ୍ଷକ ଫେରାର - minor girl in Jashpur was sexually assaulted

ଗୁରୁ ଶିଷ୍ୟ ସମ୍ପର୍କରେ ଲାଗିଲା କଳଙ୍କର ଛିଟା । ଜଣେ ଶିକ୍ଷକ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଛତିଶଗଡର ଜାସପୁର ଜିଲ୍ଲାରେ । ଅଧିକ ପଢନ୍ତୁ....

student rape
ରାୟପୁରରେ ଛାତ୍ରୀ ଗର୍ଭବତୀ

By

Published : Mar 2, 2020, 9:40 AM IST

ରାୟପୁର: ଗୁରୁ ଶିଷ୍ୟ ସମ୍ପର୍କରେ ଲାଗିଲା କଳଙ୍କର ଛିଟା । ଜଣେ ଶିକ୍ଷକ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ଏଭଳି ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ଛତିଶଗଡର ଜାସପୁର ଜିଲ୍ଲାରେ । ଏକ ସରାକାରୀ ସ୍କୁଲରେ ଘଟିଛି ଅଭିଯୁକ୍ତ ଜଣକ ହେଉଛନ୍ତି ରସିଦ ଅନଓ୍ବାର ଖାନ୍ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ରସିଦ ଅନଓ୍ବାରଙ୍କ ସହଯୋଗୀ ସୁକଲ୍ଲାଙ୍କୁ ଗିରଫ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି । ସେପଟେ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ସ୍କୁଲର 4 କର୍ମଚାରୀଙ୍କ ସମେତ ପ୍ରଧାନ ଶିକ୍ଷକଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି । ସୂଚନା ଅନୁସାରେ, ସ୍କୁଲ ପରିସରରେ ସପ୍ତମ ଶ୍ରେଣୀର ଛାତ୍ରୀଙ୍କୁ 2 ମାସ ତଳେ ଦୁଷ୍କର୍ମ କରାଯାଇଥିଲା ।

ରାୟପୁରରେ ଛାତ୍ରୀ ଗର୍ଭବତୀ

ଏ ବିଷୟରେ କାହାକୁ ଜଣାଇଲେ ପରିସ୍ଥିତି ଭୟଙ୍କର ହେବ ବୋଲି ପୀଡିତାଙ୍କୁ ଧମକ ଦେଇଥିଲା ଅଭିଯୁକ୍ତ । ସ୍ବାସ୍ଥ୍ୟ ସମସ୍ୟା ନେଇ ପୀଡିତା ଜଣକ ପରିବାର ଲୋକଙ୍କୁ ଅବଗତ କରାଇଥିଲେ । ଏହାପରେ ପରିବାର ଲୋକେ ତାଙ୍କୁ ମେଡିକାଲକୁ ନେଇଥିଲେ । ସେଠାରେ ଛାତ୍ରୀ ଗର୍ଭବତୀ ଥିବା କହିଥିଲେ ଡାକ୍ତର । ପୀଡିତା ଗର୍ଭବତୀ ଥିବା ଜଣା ପଡିବା ପରେ ଅନଓ୍ବାରଙ୍କ ସହଯୋଗୀ ସୁକଲ୍ଲାଙ୍କ ପୀଡିତାଙ୍କୁ ମେଡିକାଲ ନେଇ ଗର୍ଭପାତ କରାଇଥିବା ଜଣାପଡିଛି । ଅଭିଯୁକ୍ତ ଜଣକ ଫେରାର ଥିବାବେଳେ, ଗର୍ଭପାତ କରାଯାଇଥିବା ହସପିଟାଲକୁ ଯାଞ୍ଚ କରାଯାଇଛି ।

ଏହି ଘଟଣାରେ ଜାସପୁର ଜିଲ୍ଲାପାଳ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରିଛନ୍ତି । ଅଭିଯୁକ୍ତ ଶିକ୍ଷକଙ୍କ ସମେତ 4ଜଣ ସ୍କୁଲ କର୍ମଚାରୀ ଓ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details