ଡେରାଡୁନ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତଙ୍କ ମୋବାଇଲ ଫୋନକୁ ଆସିଛି ଧମକପୂର୍ଣ୍ଣ କଲ୍ । ଏକ ଅଜ୍ଞାତ ବ୍ୟକ୍ତି କଲ୍ରେ ହରିଦ୍ବାରର ଥିବା 'ହର କି ପୌରି ଘାଟ'କୁ ବମ୍ରେ ଉଡାଇଦେବା ପାଇଁ ଧମକ ଦେଇଛି । ଏହି ଘଟଣା ପରେ କୋତାବଲି ଥାନାରେ ମାମଲା ଦାୟର କରାଯାଇଛି । ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିଛି ।
‘ହର କି ପୌରି ଘାଟ’ ଉଡାଇ ଦେବାକୁ ଉତ୍ତରାଖଣ୍ଡ ସିଏମଙ୍କୁ ଧମକପୂର୍ଣ୍ଣ କଲ୍ - blast in har ki pauri
ଉତ୍ତରାଖଣ୍ଡର ‘ହର କି ପୌରି ଘାଟ’କୁ ଉଡାଇ ଦେବାକୁ ଧମକ । ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଅଜ୍ଞାତ ବ୍ୟକ୍ତି କଲ୍ କରି ଘାଟକୁ ଉଡାଇ ଦେବାକୁ ଧମକ ଦେଇଛି ।
‘ହର କି ପୌରି ଘାଟ’ ଉଡାଇ ଦେବାକୁ ଉତ୍ତରାଖଣ୍ଡ ସିଏମଙ୍କୁ ଧମକପୂର୍ଣ୍ଣ କଲ୍
ରାଜ୍ୟ ସ୍ଥାପନା ଦିବସ ଅବସରରେ ଅନେକ ନେତା ଓ କର୍ମୀଙ୍କୁ ସିଏମ୍ଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରୁଥିଲେ । ହଠାତ୍ ଏକ ଧମକପୂର୍ଣ୍ଣ କଲ୍ ଉପସ୍ଥିତ ସମସ୍ତଙ୍କୁ ଭୟଭୀତ କରିଦେଇଥିଲା । କେହି ଅଜ୍ଞାତ ବ୍ୟକ୍ତି କଲ୍ କରି ‘ହର କି ପୌରି ଘାଟ’କୁ ବୋମାରେ ଉଡାଇଦେବା ପାଇଁ କହିଥିଲା ।
ଏହି ସମୟରେ ଫୋନ ସିଏମଙ୍କ ପ୍ରୋଟୋକଲ ଅଧିକାରୀ ଆନନ୍ଦ ସିଂହ ରାୱତଙ୍କ ପାଖରେ ଥିଲା । ଏହି ଘଟଣା ଘାଟର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।