ଓଡିଶା

odisha

ETV Bharat / bharat

ଶାହିନ ବାଗରେ ଫୁଟିଲା ଗୁଳି, ଅଭିଯୁକ୍ତ ଗିରଫ - fired bullets in Shaheen Bagh area

ଶାହୀନବାଗରେ ଫୁଟିଲା ଗୁଳି, ଅଭିଯୁକ୍ତ ଗିରଫ
ଶାହୀନବାଗରେ ଫୁଟିଲା ଗୁଳି, ଅଭିଯୁକ୍ତ ଗିରଫ

By

Published : Feb 1, 2020, 5:11 PM IST

Updated : Feb 1, 2020, 7:10 PM IST

16:57 February 01

ଶାହିନ ବାଗରେ ଫୁଟିଲା ଗୁଳି, ଅଭିଯୁକ୍ତ ଗିରଫ

ଶାହୀନବାଗରେ ଫୁଟିଲା ଗୁଳି, ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ଶାହିନ ବାଗ ଅଞ୍ଚଳରେ ଜଣେ ବ୍ୟକ୍ତି ଗୁଳି ଫୁଟାଇଥିବା ନେଇ ସୂଚନା । ଗଳିଫୁଟାଇଥିବା ଯୁବକକୁ ଦିଲ୍ଲୀ ପୋଲିସ ଗିରଫ କରିଛି । ପୋଲିସ ଯୁବକକୁ ଏ ସମ୍ପର୍କରେ ପଚାରଉଚୁରା ଜାରି ରଖିଛି । ଘଟଣାରେ କେହି ମୃତାହତ ହୋଇନାହାନ୍ତି । ଦିଲ୍ଲୀର ଶାହିନ ବାଗରେ ଗତ ଦେଢ ମାସ ଧରି ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରଦର୍ଶନ ଜାରି ରହିଛି । 

ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ଦିଲ୍ଲୀର ଦଲ୍ଲୁପୁରାରେ ରହୁଥିବା ଜଣାପଡିଛି । ଅଭଯୁକ୍ତ ଦିଲ୍ଲୀ ପୋଲିସର ଉପସ୍ଥିତିରେ ଗୁଳି ଚଳାଇଛି । ଗିରଫ ପରେ ଯୁବକ ଜଣକ ନିଜ ବୟାନ ଦେଇଛି । ସେ ଯୁକ୍ତ 2 ଡ୍ରପଆଉଟ ହୋଇଥିବାବେଳେ କୌଣସି ସଙ୍ଗଠନ ସହ ଜଡିତ ନଥିବା ନିଜ ବୟାନରେ କହିଛି । ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । 

ପୂର୍ବରୁ ଜାମିଆ ଅଞ୍ଚଳରେ ପ୍ରଦର୍ଶନ ସମୟରେ ଜଣେ ନାବାଳକ ଗୁଳି ଚଳାଇଥିଲା । ଏଥିରେ ଜାମିୟାର ଜଣେ ଛାତ୍ର ଆହତ ହୋଇଥିଲେ । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 1, 2020, 7:10 PM IST

ABOUT THE AUTHOR

...view details