ଓଡିଶା

odisha

ETV Bharat / bharat

ସ୍ବାମୀ ପାଲଟିଲା ସୈତାନ, ସ୍ତ୍ରୀର ମୁଣ୍ଡ କାଟି ନେଲା ପ୍ରତିଶୋଧ - ସ୍ବାମୀ

ସାତ ଜନ୍ମର ସାଥୀ ହୋଇ ରହିବାକୁ ମଣିକ୍ରାନ୍ତିଙ୍କୁ କଥା ଦେଇଥିଲା ପ୍ରଦୀପ, ହେଲେ ଗୋଟିଏ ଜନ୍ମର ବିବାହକୁ ମଧ୍ୟ ସଫଳ କରିନପାରି ପ୍ରତିଶୋଧ ନିଆଁରେ ଜଳି ଭୁଲିଗଲା ସବୁ ଭଲପାଇବା ଆଉ ପ୍ରତିଜ୍ଞା । ଶେଷରେ ସ୍ତ୍ରୀକୁ ହତ୍ୟା କରି କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ସ୍ବାମୀ ପ୍ରଦୀପ ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

By

Published : Aug 12, 2019, 2:02 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶର ବିଜୟଓ୍ଵାଡାରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଘଟଣା । ସ୍ତ୍ରୀର କଟା ମୁଣ୍ଡ ଧରି ରାସ୍ତାରେ ବୁଲୁଥିବା ଘଟଣା ସମସ୍ତଙ୍କୁ ହତଚକିତ କରିଦେଇଛି।

ପୋଲିସର ସୂଚନାନୂସାରେ, ଅଭିଯୁକ୍ତ ଜଣଙ୍କ ହେଲେ ପ୍ରଦୀପ କୁମାର । ସେ ମଣିକ୍ରାନ୍ତି ନାମକ ମହିଳାଙ୍କୁ 5 ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ସେମାନଙ୍କ ବୈବାହିକ ଜୀବନ ଅସଫଳ ରହିଥିଲା। ସବୁବେଳେ କଳି ଝଗଡା ଓ ଅଶାନ୍ତି ଲାଗି ରହୁଥିଲା । ଆଉ ଏଥିରେ ଅତିଷ୍ଠ ହୋଇ ଥାନାରେ ଅଭିଯୋଗ କରିଥିଲେ ପତ୍ନୀ ମଣିକ୍ରାନ୍ତି । ଏ ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ସ୍ବାମୀ ପ୍ରଦୀପଙ୍କୁ ଗିରଫ କରିଥିଲା ।

ଏହାପରେ ଯେବେ ପ୍ରଦୀପ ଜେଲରୁ ମୁକୁଳିଥିଲେ ସେ ବାଟକୁ ଆସିବା ପରିବର୍ତ୍ତେ କ୍ରୋଧରେ ଜର୍ଜରିତ ହୋଇଉଠିଥିଲେ। ଆଉ ପ୍ରତିଶୋଧ ନେବାପାଇଁ ପତ୍ନୀ ମଣିକ୍ରାନ୍ତିଙ୍କ ବେକ କାଟି ହତ୍ୟା କରିଥିଲେ। ଏହାପରେ ସେ ଉକ୍ତ କଟା ମୁଣ୍ଡକୁ ନେଇ ସେ ରହୁଥିବା ଶ୍ରୀନଗର କଲୋନୀରେ ବୁଲୁଥିଲେ । ହାତରେ କଟା ମୁଣ୍ଡକୁ ପ୍ରଦୀପ ଧରିଥିବାର ଦେଖିବା ପରେ ସ୍ଥାନୀୟ ଲୋକ ଭୟଭୀତ ହୋଇ ପଡିଥିଲେ ।

ଏହା ପରେ ପ୍ରଦୀପ କଟାମୁଣ୍ଡକୁ ସ୍ଥାନୀୟ ଅଞ୍ଚଳରେ ଥିବା ଏକ କେନାଲରେ ପକାଇ ଥାନାରେ ଆତ୍ମସମର୍ପଣ କରିଥିଲେ। ଏ ଘଟଣା ସମ୍ପର୍କରେ ଖବର ପାଇବା ପରେ ଅଭିଯୁକ୍ତ ପ୍ରଦୀପକୁ ଗିରଫ କରିଛି ପୋଲିସ। ସ୍ଥାନୀୟ ପୋଲିସ ଡେପୁଟି କମିଶନର ବିଜୟ ରାଓଙ୍କ ସୂଚନା ଅନୁସାରେ, ମୁଣ୍ଡ ବୀହିନ ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ଏହା ପରେ ଏ ଘଟଣାର ଯାଞ୍ଚ ଆରମ୍ଭ ହୋଇଛି।

ABOUT THE AUTHOR

...view details