ରାୟପୁର:ଅସହ୍ୟ ହେଲା ମଦ୍ୟପ ବାପାର ନିର୍ଯାତନା । ଚାରି ନାବାଳକ ପୁଅ-ଝିଅ ମିଶି ଶେଷରେ ବାପାର ନେଲେ ପ୍ରାଣ । ନିର୍ଧୁମ ମାଡ ମାରିବା ଫଳରେ ତାଙ୍କର ମୃତ୍ୟୁ ଘଟିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଝାଡଖଣ୍ଡର ସରଗୁଜା ଅଞ୍ଚଳରେ ।
ଅତିଷ୍ଠ ହେଲା ମଦ୍ୟପ ବାପାର ନିର୍ଯାତନା: ପିଟିପିଟି ହତ୍ୟା କଲେ 4 ସନ୍ତାନ - jharkhand crime news
ଅସହ୍ୟ ହେଲା ମଦ୍ୟପ ବାପାର ବ୍ୟବହାର । କିଛି ରାସ୍ତା ନପାଇ ଶେଷରେ 4 ସନ୍ତାନ ପିଟିପିଟି କଲେ ହତ୍ୟା । ଆଗକୁ ପଢନ୍ତୁ...
ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି 4 ଜଣଙ୍କୁ ଗିରଫ କରି ପଚରାଉଚୁରା କରୁଛି। ସେମାନେ ନିଜର ଭୁଲ ସ୍ବୀକାର ମଧ୍ୟ କରିଛନ୍ତି । ମୃତକ ହେଲେ ମଣିପୁର ପୋଲିସ ଥାନା ଅର୍ନ୍ତଗତ ବେହେରା ପାରା ଗାଁର ବବନ କିସ୍ପୋଟ୍ଟା । ବବନ ପ୍ରତିଦିନ ମଦ ପିଇ ଘରକୁ ଫେରନ୍ତି । ଏହାକୁ ନେଇ ଅନେକ ଦିନରୁ ଅଶାନ୍ତି ଲାଗି ରହିଥିଲା । ସବୁଦିନ ପରି ଶନିବାର ରାତିରେ ମଧ୍ୟ ମଦ ପିଇ ଘରେ ଆସି ହଙ୍ଗାମା ଆରମ୍ଭ କରିଥିଲେ ବବନ । ତାଙ୍କୁ ଶାନ୍ତ କରିବାକୁ ପ୍ରଥମେ ଚେଷ୍ଟା କରିଥିଲେ । ହେଲେ ସେ ଶୁଣିନଥିଲେ ।
ଫଳରେ ବବନଙ୍କ ଝିଅ ଏବଂ ଦୁଇ ପୁଅ ତାଙ୍କୁ ସାରା ରାତି ଅତି ନିର୍ମମ ଭାବେ ମାଡ ମାରିଥିଲେ । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନା ନେବା ବାଟରେ ମୃତ୍ୟୁ ଘଟିଥିଲା । ଘଟଣାରେ ପୋଲିସ ଧାରା 302,109 ଏବଂ 34 ଅନୁସାରେ ମାମଲା ରୁଜୁ କରି ତଦନ୍ତ କରୁଛି ।