ଓଡିଶା

odisha

By

Published : Jun 19, 2020, 4:33 PM IST

ETV Bharat / bharat

ଚାଇନା ନିର୍ମିତ ଖେଳନା ଫିଙ୍ଗିଲା ତୃତୀୟ ଶ୍ରେଣୀ ଛାତ୍ରୀ

ଭାରତ-ଚାଇନା ମୁହାଁମୁହିଁ ଘଟଣାକୁ ନେଇ କର୍ଣ୍ଣାଟକର କାଲବୁରଗୀ ଜିଲ୍ଲାର ଜଣେ ତୃତୀୟ ଶ୍ରେଣୀ ଛାତ୍ରୀ ଚାଇନା ନିର୍ମିତ ଖେଳନାକୁ ଘରୁ ବାହାରକୁ ପିଙ୍ଗିଦେଇଥିବା ଦେଖିବାକୁ ମିଳିଛି ।

toy
ଚାଇନା ନିର୍ମିତ ଖେଳନା ଫିଙ୍ଗିଲା ତୃତୀୟ ଶ୍ରେଣୀ ଛାତ୍ରୀ

ବେଙ୍ଗାଲୁରୁ: ଚାଇନା ନିର୍ମିତ ଖେଳନା ଫିଙ୍ଗିଲା ତୃତୀୟ ଶ୍ରେଣୀର କୁନି ଛାତ୍ରୀ । ଭାରତ-ଚାଇନା ମୁହାଁମୁହିଁ ଘଟଣାକୁ ନେଇ କର୍ଣ୍ଣାଟକର କାଲବୁରଗୀ ଜିଲ୍ଲାର ଜଣେ ତୃତୀୟ ଶ୍ରେଣୀ ଛାତ୍ରୀ ଚାଇନା ନିର୍ମିତ ଖେଳନାକୁ ଘରୁ ବାହାରକୁ ପିଙ୍ଗିଦେଇଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଭାରତ ଚାଇନ ମୁହାମୁହିଁ ଘଟଣାରେ ଭାରତର 20 ଜଣ ଶହୀଦ ହେବାପରେ ଗଣମାଧ୍ୟମରେ ବାରମ୍ବାଇ ଚାଇନାକୁ ବୟକଟ କରାଯିବା ନେଇ ଖବର ପ୍ରକାଶିତ ହେଉଛି । ଯେଉଁଥିରେ କୁନି ଝିଅଟି ଚାଇନାର ଅଶିକ୍ଷିତ ବ୍ୟବହାରକୁ ନେଇ କ୍ରୋଧିତ ହୋଇଛନ୍ତି ।

ଯାହାକୁ ନେଇ କାଲବୁରଗୀ ଜିଲ୍ଲାର ଦେବଲଗନଗାପୁରାର ବାସିନ୍ଦା ନବୀନ କୁମାର କୁଲକର୍ଣ୍ଣୀଙ୍କ ଝିଅ ନିରୀସ୍କା ବୟକଟ ଚାଇନା କହି ଚାଇନା ନିର୍ମିୀତ ଖେଳାନାକୁ ଫିଙ୍ଗିଥିବା ଦେଖିବାକୁ ମିଳିଛି ।

ନିରୀସ୍କା ଏହା ମଧ୍ୟ କହିଛନ୍ତି ଯେ, ସେ ଆଗକୁ ଚୀନ୍ ନିର୍ମିତ ଜିନିଷ ବ୍ୟବହାର କରିବେ ନାହିଁ । ଏଥିସହ ସେ କହିଛନ୍ତି, ଆମେ ପ୍ରଧାନମନ୍ତ୍ରୀଙ୍କ କଥା ମାନି ଆତ୍ମନିର୍ଭର ହୋଇ ନିଜ ଦେଶ ଉତ୍ପାଦିତ ଜିନିଷ ବ୍ୟବହାର କରିବୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details