ଓଡିଶା

odisha

ETV Bharat / bharat

ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ-ଏନସିପି ପ୍ରତିନିଧିମଣ୍ଡଳୀ - ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆସନ ବିବାଦ

ମଙ୍ଗଳବାର ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୌଶ୍ୟାରୀଙ୍କୁ ଭେଟିଛନ୍ତି ଏନିସିପି ଓ କଂଗ୍ରେସ ନେତାଙ୍କ ଏକ ପ୍ରତିନିଧିମଣ୍ଡଳୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଏଏନଆଇ

By

Published : Nov 5, 2019, 8:26 PM IST

ମୁମ୍ବାଇ: ସିଏମ୍‌ ସିଟ୍‌ ପାଇଁ ସସପେନ୍ସ ଏବେ ବି ଜାରି ରହିଛି ମହାରାଷ୍ଟ୍ରରେ । ମୁମ୍ବାଇରୁ ଦିଲ୍ଲୀ ସବୁଠି ସମାଧାନ ପାଇଁ ଘନଘନ ବୈଠକ, ଆଲୋଚନା । ମାତ୍ର ଏବେ ଯାଏଁ ଫଳାଫଳ ଶୂନ ରହିଛି । ଲଗାତାର ଶିବସେନା, ବିଜେପିର ବରିଷ୍ଠ ନେତୃବୃନ୍ଦ ସରକାର ଗଠନ ପାଇଁ ଅନେକ ମୁଣ୍ଡିଆଳଙ୍କ ପାଖକୁ ଯାଇ ସମାଧାନ ସୂତ୍ର ଖୋଜିବାରେ ବିଫଳ ହେଲେଣି । ଏପରିସ୍ଥଳେ ମଙ୍ଗଳବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଘରେ ବିଜେପି ନେତାଙ୍କ ବୈଠକ ହୋଇଥିବା ହୋଇଛି ।

ଫଟୋ ସୌଜନ୍ୟ: ଏଏନଆଇ

ଅନ୍ୟପଟେ ମଙ୍ଗଳବାର ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୌଶ୍ୟାରୀଙ୍କୁ ଭେଟିଛନ୍ତି ଏନିସିପି ଓ କଂଗ୍ରେସ ନେତା। ଏହି ପ୍ରତିନିଧିମଣ୍ଡଳରେ ଏନସିପି ନେତା ଅଜିତ ପାୱାର, ଏନସିପି ରାଜ୍ୟ ଅଧ୍ୟକ୍ଷ ଜୟନ୍ତ ପାଟିଲ, ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ବାଲାସାହେବ ଥେରାଟ, କଂଗ୍ରେସ ନେତା ପୃଥ୍ବୀରାଜ ଚୌହାଣ ସମେତ ଅନେକ ଯୁବ ଓ ପୁରୁଖା ନେତା ସାମଲ ଥିଲେ।

ଫଟୋ ସୌଜନ୍ୟ: ଏଏନଆଇ

ରାଜ୍ୟପାଳଙ୍କୁ ଭେଟିବା ପରେ ଏନସିପି ନେତା ଅଜିତ ପାୱାର ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ରାଜ୍ୟପାଳଙ୍କୁ ଭେଟି ଅଦିନିଆ ବର୍ଷାରେ ଚାଷୀଙ୍କ ଫସଲହାନୀ ଓ କ୍ଷତି ପ୍ରସଙ୍ଗରେ ଆଲୋଚନା କରିଥିବା କଥା କହିଛନ୍ତି । ସାଙ୍ଗଲୀ ଓ କୋହ୍ଲାପୁରର ଚାଷୀଙ୍କ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ସରକାରୀ ସହାୟତା ପହଞ୍ଚିନଥିବା କଥା ସେ କହିଛନ୍ତି । ମହାରାଷ୍ଟ୍ର ରାଜନୀତି ବିଷୟରେ ଆଲୋଚନା ହୋଇନଥିବା ଖବର ରହିଛି ।

ଏଠାରେ ସୂଚନା ଯୋଗ୍ୟ ଯେ ରାଜ୍ୟରେ ବର୍ତ୍ତମାନ ସମୟରେ ମୁଖ୍ୟମନ୍ତ୍ରୀ ଆସନକୁ ନେଇ କୌଣସି ସମାଧାନ ହୋଇପାରିନାହିଁ। ବିଜେପି-ଶିବସେନା ମେଣ୍ଟରେ ସିଏମ୍‌ ସିଟକୁ ନେଇ ବିବାଦ ଜାରି ରହିଛି। ଅନ୍ୟପଟେ ସୋମବାର ଏନ୍‌ସିପି ସୁପ୍ରିମୋ ଶରଦ ପାୱାର କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟିବା ପରେ ଶିବସେନା ପାଇଁ ସମର୍ଥନ ଦ୍ବାର ବନ୍ଦ ହୋଇଯାଇଥିବା କଥା କହିଥିଲେ। ଏବେ ଏହାକୁ ନେଇ ରାଜ୍ୟରେ ସରକାର ଗଠନ ସସପେନ୍ସ ଜାରି ରହିଛି।


ଏଠାରେ ସୂଚନା ଯୋଗ୍ୟ ଯେ, ଗତ ଅକ୍ଟୋବର ୨୪ ତାରିଖରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା। ୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ୧୦୫ ଆସନ ଜିତିଛି। ଶିବସେନା ୫୬ଟି ଆସନରେ ବିଜୟୀ ହୋଇଥିଲା। ଏହାସହ ବିରୋଧୀ କଂଗ୍ରେସକୁ 44 ଓ ତାର ସହଯୋଗୀ ଏନସିପିକୁ 54 ଟି ଆସନରେ ବିଜୟ ମିଳିଛି।

ଏବେ ଶିବସେନାର ଏନସିପି ଏବଂ କଂଗ୍ରେସ ସମର୍ଥନରେ ସରକାର ଗଠନ କିରବା ଆଶା କ୍ରମଶଃ କ୍ଷୀଣ ହେବାରେ ଲାଗିଛି । ଅନ୍ୟପଟେ ବିଜେପି ପାଖରେ ଏକାକୀ ସରକାର ଗଠନ ପାଇଁ ବହୁମତ ନାହିଁ।

ABOUT THE AUTHOR

...view details