ଗାନ୍ଧୀନଗର: 2019 ଲୋକସଭା ନିର୍ବାଚନରେ ବହୁମତ ପାଇ ସତ୍ତାକୁ ଫେରିଛି ବିଜେପି । ସମୁଦାୟ 303ଟି ସିଟ ହାସଲ କରି ପୁଣି ଥରେ ପ୍ରଧାନମନ୍ତ୍ରୀ ହୋଇଛନ୍ତି ମୋଦି । ଏହି ଖୁସିରେ କିଏ ମାଗଣାରେ ଚା' ବିକୁଛି ତ କିଏ ମାଗଣାରେ ଅଟୋ ସେବା ଦେଇଥିବା ନିକଟରେ ଶୁଣିବାକୁ ମିଳିଥିଲା । ହେଲେ ଏବେ ପୁଣି ଦେଖିବାକୁ ମିଳିଛି ଆଉ ଏକ ଘଟଣା ଗୁଜୁରାଟର ଏକ ଗହଣା ବ୍ୟବସାୟୀ ପିଏମ ମୋଦିଙ୍କର ଚାନ୍ଦୀରେ ଏକ ମୂର୍ତ୍ତି ତିଆରି କରିଛନ୍ତି ।
ସୁରତର ଏହି ବ୍ୟକ୍ତି ଜଣକ ହେଲେ ଖୁସାଲଦାସ । ପେସାରେ ଜଣେ ବଣିଆ । ଆଉ ମୋଦିଙ୍କ ଜଣେ ବଡ ପ୍ରଶଂସକ । ପିଏମ ନରେନ୍ଦ୍ର ମୋଦି ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବା ପରେ ସେ ସାଢେ ତିନି କିଲୋ ଓଜନର ମୋଦିଙ୍କର ଚାନ୍ଦି ମୂର୍ତ୍ତି ତିଆରି କରିଥିଲେ । ଜିତିବା ଖୁସିରେ ସେ ମୋଦିଙ୍କୁ ଏହି ମୂର୍ତ୍ତି ଭେଟି ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।