ମୁମ୍ବାଇ: ଆଉ ଦୁଇଦିନ ପରେ ଧରାପୃଷ୍ଠକୁ ଅବତରଣ କରିବେ ବିଦ୍ୟାଦାତା ଗଜାନନ । ଯାହାକୁ ନେଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି କାର୍ଯ୍ୟ । ଗଣେଷ ମୂର୍ତ୍ତି ପ୍ରସ୍ତୁତି ନେଇ ମୁମ୍ବାଇର ଦିବ୍ୟାଙ୍ଗ ମହିଳା ଏକ ନିଆରା ପ୍ରୟାସ କରିଛନ୍ତି ।
ତୁଳସୀ ମଞ୍ଜିରେ ଗଜାନନଙ୍କୁ ଆବାହନ କଲେ ଦିବ୍ୟାଙ୍ଗ ମହିଳା - ଦିବ୍ୟାଙ୍ଗ ମହିଳା
ମୁମ୍ବାଇର ଏକ ଏନଜିଓର 56 ଜଣ ଦିବ୍ୟାଙ୍ଗ ମହିଳା ତୁଳସୀ ମଞ୍ଜିର ବ୍ୟବହାର କରି ତିଆରି କରିଛନ୍ତି ଇକୋ ଫ୍ରେଣ୍ଡଲି ଗଣେଶ ମୂର୍ତ୍ତି ।
ମୁମ୍ବାଇର ଏକ ଏନଜିଓର 56 ଜଣ ଦିବ୍ୟାଙ୍ଗ ମହିଳା କରିଛନ୍ତି ଏହି ଭିନ୍ନ ପ୍ରୟାସ । ତାହା ପୁଣି ଇକୋ ଫ୍ରେଣ୍ଡଲି ଷ୍ଟାଇଲ୍ରେ। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ସେ ଇକୋ ଫ୍ରେଣ୍ଡଲି ମୂର୍ତ୍ତି ନିର୍ମାଣ କରିଛନ୍ତି। ଏହାସହ ହାତ ତିଆରି ମୂର୍ତ୍ତିରେ ସେମାନେ ତୁଳସୀ ମଞ୍ଜିର ବ୍ୟବହାର କରିଛନ୍ତି । ଯାହାଦ୍ବାରା ବିସର୍ଜନ ପରେ ଏ ମୂର୍ତ୍ତିରୁ ତୁଳସୀ ଗଛ ଜନ୍ମ ନେବ ।
ପୂଜା ପାର୍ବଣରେ ବିଭିନ୍ନ ମୂର୍ତ୍ତିର ନିର୍ମାଣ ପାଇଁ ଅନେକ ଗୁଡ଼ିଏ ରଙ୍ଗ ଓ ହାନିକାରକ ରସାୟନର ବ୍ୟବହାର କରାଯାଉଛି। ପୂର୍ବରୁ ଏହାକୁ ବ୍ୟବହାର କରି ମୂର୍ତ୍ତି ତିଆରି କରାଯାଉଛି । ଯାହା ପରିବେଶ ପାଇଁ ଖୁବ୍ କ୍ଷତିକାରକ। ପୂଜା ପରେ ଏହି ମୂର୍ତ୍ତିକୁ ଆରବ ସାଗରରେ ବିସର୍ଜନ କରାଯାଏ। ଫଳରେ ବିଷାକ୍ତ ରସାୟନ ଜଳଚର ପ୍ରାଣୀଙ୍କ ପାଇଁ ମୃତ୍ୟର କାରଣ ସାଜିଥାଏ । ଏଭଳି ପରିସ୍ଥିତିରେ ଦିବ୍ୟାଙ୍ଗ ମହିଳାଙ୍କ ଏପରି ପଦକ୍ଷେପ ଖୁବ୍ ପ୍ରଶଂସନୀୟ ।