ଲକ୍ଷ୍ନୌ: ପୁଣି ଉତ୍ତରପ୍ରଦେଶରେ ଲଜ୍ଜା । ଜଣେ ନାବାଳିକା ସହ ଦୁଇ ଜଣ ଯୁବକ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ସିତାପୁର ଜିଲ୍ଲାର ରୁଦିନ୍ ଗ୍ରାମରେ ।
ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ - investigation
ଜଣେ ନାବାଳିକା ସହ ଦୁଇ ଜଣ ଯୁବକ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ସିତାପୁର ଜିଲ୍ଲାର ରୁଦିନ୍ ଗ୍ରାମରେ ।
![ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ](https://etvbharatimages.akamaized.net/etvbharat/prod-images/768-512-3704188-thumbnail-3x2-screenshot-2587jpeg---copy.jpg)
ଫାଇଲ ଫଟୋ
ପୋଲିସଙ୍କ ଅନୁଯାୟୀ, ଗତ ଜୁନ୍ 26ରେ ଦୁଇ ଜଣ ଯୁବକ ମହିଳାଙ୍କୁ ଇସଲାମିକ୍ ସ୍କୁଲ ମଧ୍ୟରେ ଗଣଦୁଷ୍କର୍ମ କରିଥିଲେ । କିନ୍ତୁ ପୀଡିତାଙ୍କ ବୟାନ ଅନୁଯାୟୀ ତାଙ୍କୁ ସ୍କୁଲ ନିକଟରେ ଥିବା ଫାର୍ମରେ ଗଣଦୁଷ୍କର୍ମ କରାଯାଇଥିଲା ।
ତେବେ ପୀଡିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରୁଥିବା ନେଇ ଆଡିସନାଲ ସୁପରିଟେଣ୍ଡେଣ୍ଟ ମହେନ୍ଦ୍ର ପ୍ରତାପ ସିଂ ସୂଚନା ଦେଇଛନ୍ତି । ତେବେ ଏହି ଘଟଣା ନେଇ ଏପର୍ଯ୍ୟନ୍ତ କୌଣସି ଅଭିଯୁକ୍ତ ଗିରଫ ହୋଇନାହାଁନ୍ତି ।