ପାଟନା: ଶନିବାର ସକାଳେ ଦରଭଙ୍ଗା-ଅହମ୍ମଦାବାଦ ଏକ୍ସପ୍ରେସର ଗୋଟିଏ ବଗିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଟ୍ରେନଟି ରେଳ ୟାର୍ଡରେ ଛିଡା ହୋଇଥିବାବେଳେ ସାଧାରଣ ବଗିରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।
ଘଟଣାକୁ ନେଇ ଯାତ୍ରୀ ଆତଙ୍କିତ ହୋଇଉଠିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିଲା । ନିଆଁ ଲିଭିବା ପରେ ଘଟଣାସ୍ଥଳରେ ଆରପିଏଫ ଇନ୍ସପେକ୍ଟର, ଜିଆରପି ପୋଲିସ, ରେଳ ବିଭାଗର ସୁପରିଟେଣ୍ଡେଣ୍ଟ ପହଞ୍ଚିଛନ୍ତି । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।