ଓଡିଶା

odisha

By

Published : Jun 9, 2020, 12:42 PM IST

ETV Bharat / bharat

ଶେଖାୱତଙ୍କ ସାମ୍ନାରେ ଚାଷୀ ଢାଳିଲେ ପଙ୍ଗପାଳ ଭର୍ତ୍ତି ବ୍ୟାଗ

ରାଜସ୍ଥାନ ଯୋଧପୁର ସାଂସଦ ଏବଂ କେନ୍ଦ୍ରୀୟ ଜଳ ସମ୍ପଦ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ସୋମବାର ରାଜସ୍ଥାନର ନୈସର ଗାଁ ଗସ୍ତ କରି ଗ୍ରାମବାସୀଙ୍କ ସହ ଆଲୋଚନା କରୁଥିବାବେଳେ ଏହି ସମୟରେ ସହିରାମ ପୁନିଆ ନାମକ ଜଣେ ଚାଷୀ ଗୋଟିଏ ଅଖାରେ ଭର୍ତ୍ତି ଥିବା ପଙ୍ଗପାଳ ମନ୍ତ୍ରୀଙ୍କ ସାମ୍ନାରେ ଢାଳି ଦେଇଥିବା ଦେଖିବାକୁ ମିଳିଛି ।

Union Minister
ଶେଖାୱତଙ୍କ ସାମ୍ନାରେ ପଙ୍ଗପାଳ ପ୍ରତିବାଦ

ଜୟପୁର: ଚାଷୀଙ୍କ ନିଦ ହଜାଇ ଦେଇଛି ପଙ୍ଗପାଳ । କୋରୋନା ମହାସଙ୍କଟ ବେଳେ ହଜାର ହଜାର ସଂଖ୍ୟକ ସର୍ବଗ୍ରାସୀ ପଙ୍ଗପାଳ ଫସଲ ନଷ୍ଟ କରୁଛନ୍ତି । ଯାହାକୁ ନେଇ ସରକାର କୌଣସି ପଦକ୍ଷେପ ନେଉ ନଥିବାରୁ ଏହାର ପ୍ରତିବାଦ କରି ରାଜସ୍ଥାନର ଜଣେ ଚାଷୀ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ସାମ୍ନାରେ ପଙ୍ଗପାଳ ଭର୍ତ୍ତି ଥିବା ଅଖା ଆଣି ଢାଳିଥିବା ଦେଖିବାକୁ ମିଳିଛି ।

ଶେଖାୱତଙ୍କ ସାମ୍ନାରେ ପଙ୍ଗପାଳ ପ୍ରତିବାଦ

ରାଜସ୍ଥାନ ଯୋଧପୁର ସାଂସଦ ଏବଂ କେନ୍ଦ୍ରୀୟ ଜଳ ସମ୍ପଦ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ସୋମବାର ରାଜସ୍ଥାନର ନୈସର ଗାଁ ଗସ୍ତ କରି ଗ୍ରାମବାସୀଙ୍କ ସହ ଆଲୋଚନା କରୁଥିବାବେଳେ ଏହି ସମୟରେ ସହିରାମ ପୁନିଆ ନାମକ ଜଣେ ଚାଷୀ ଗୋଟେ ଅଖାରେ ଭର୍ତ୍ତୀ ଥିବା ପଙ୍ଗପାଳ ମନ୍ତ୍ରୀଙ୍କ ସାମ୍ନାରେ ଢାଳି ଦେଇଥିବା ଦେଖିବାକୁ ମିଳିଛି ।

ଏହାକୁ ଦେଖିବା ପରେ ମନ୍ତ୍ରୀ ଏହାକୁ ଗମ୍ଭୀରତାର ସହ ନେଇ ପଙ୍ଗପାଳଙ୍କ ଦ୍ବାରା ପ୍ରଭାବିତ ହୋଇଥିବା ଚାଷୀଙ୍କ ଫସଲକୁ ନିଜେ ଯାଇ ଦେଖିଥିଲେ । ଏହାସହ ଚାଷୀଙ୍କ ସହାୟତା ପାଇଁ ଏସଡିଏମଙ୍କୁ ସହାୟତା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଗୋଟେପଟେ କେନ୍ଦ୍ର ମୋଦି ସରକାରଙ୍କ 2.0ର ଏକବର୍ଷ ପୂର୍ତ୍ତୀ ଅବସରରେ ସରକାରଙ୍କ ଉପଲବ୍ଧିକୁ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବାକୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ପାର୍ଟି ବୁଥ ସମ୍ପର୍କ ଅଭିଯାନ କରି ଲୋକଙ୍କୁ ଅବଗତ କରାଯାଉଛି । ତେବେ ସହରରେ ଏହି ଅଭିଯାନର ଶୁଭାରମ୍ଭ କରି ମନ୍ତ୍ରୀ ଶେଖାୱତ ସୋମବାର ଜିଲ୍ଲାର ନୈସର ଗାଁ ଗସ୍ତ କରି ଗ୍ରାବାସୀଙ୍କ ସହ ଆଲୋଚନା କରୁଥିବା ସମୟରେ ଚାଷୀ ଜଣକ ପଙ୍ଗପାଳ ଭର୍ତ୍ତି ଥିବା ଅଖାକୁ ମନ୍ତ୍ରୀଙ୍କ ସାମ୍ନାରେ ଢାଳି ଏହାର ପ୍ରତିବାଦ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details