ପ୍ରୟାଗରାଜ: ନ୍ୟାୟ ନ ପାଇ ଗୋଟିଏ ପରିବାରର ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ । ହେଲେ ଉପସ୍ଥିତ ପୋଲିସ ପରିବାରକୁ ଉଦ୍ଧାର କରିଛନ୍ତି । ଉତ୍ତରପ୍ରଦେଶରେ ଘଟିଛି ଏହି ଘଟଣା ।
ମିଳିଲାନି ନ୍ୟାୟ, ବିଧାନସଭା ସମ୍ମୁଖରେ ସପରିବାରର ଆତ୍ମହତ୍ୟା ଉଦ୍ୟମ - a family suicide attempt
ଉତ୍ତରପ୍ରଦେଶ ବିଧାନସଭା ଚାଲିଥିବା ବେଳେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା । ଜଣେ ବ୍ୟକ୍ତି ନିଜ ସପରିବାର ସହ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଘଟଣା....
ମିଳିଲାନି ନ୍ୟାୟ, ବିଧାନସଭା ସମ୍ମୁଖରେ ସପରିବାରର ଆତ୍ମହତ୍ୟା ଉଦ୍ୟମ
ଲକ୍ଷ୍ନୌର ସରୋଜିନୀ ନଗରରେ ରହୁଥିବା ପ୍ରକାଶ ସିହ୍ନା ଓ ପତ୍ନୀ ଲକ୍ଷ୍ମୀ ସିହ୍ନା ନିଜ 14 ମାସର ଶିଶୁକୁ ନେଇ ଆତ୍ମହତ୍ୟା କରିବାକୁ ପହଞ୍ଚିଥିଲେ ବିଧାନସଭା ସମ୍ମୁଖରେ । ହେଲେ କିଛି ଅଘଟଣ ଘଟିବା ପୂର୍ବରୁ ସେମାନଙ୍କୁ ବଞ୍ଚାଇ ଦେଇଛି ପୋଲିସ । ସେମାନଙ୍କ ଅଭିଯୋଗ ଅନୁଯାୟୀ, ପର୍ବତାରୋହୀ ଅରୁଣିମା ସିହ୍ନା ସେମାନଙ୍କ ଜମି ହଡପ କରିବା ସହ ନାନା ହଇରାଣ କରୁଛନ୍ତି । ଏନେଇ ପୀଡିତ ପରିବାର ଥାନାର ଦ୍ବାରସ୍ଥ ମଧ୍ୟ ହୋଇଥିଲେ । ହେଲେ କିଛି ସୁଫଳ ନମିଳିବାରୁ ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ