ଓଡିଶା

odisha

ETV Bharat / bharat

ଟ୍ରେନ ଆଗକୁ ଡେଇଁଲେ ଗୋଟିଏ ପରିବାରର 4 ଜଣ - 4 ଜଣଙ୍କ ଆତ୍ମହତ୍ୟା

ଆନ୍ଧ୍ରପ୍ରଦେଶର କର୍ଣ୍ଣୁଲ ଜିଲ୍ଲାରେ ଗୋଟିଏ ପରିବାର 4 ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। ପାରିବାରିକ ସମସ୍ୟାରୁ ଆତ୍ମହତ୍ୟା କିରଥିବା ସନ୍ଦେହ କରାଯାଉଛି। ଅଧିକ ପଢ଼ନ୍ତୁ...

ଆନ୍ଧ୍ରପ୍ରଦେଶ: ଗୋଟିଏ ପରିବାରର 4 ଜଣଙ୍କ ଆତ୍ମହତ୍ୟା
ଆନ୍ଧ୍ରପ୍ରଦେଶ: ଗୋଟିଏ ପରିବାରର 4 ଜଣଙ୍କ ଆତ୍ମହତ୍ୟା

By

Published : Nov 3, 2020, 6:11 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କର୍ଣ୍ଣୁଲ ଜିଲ୍ଲା ପାନାମ ମଣ୍ଡଳ ରେଳ ଧାରଣରେ ଗୋଟିଏ ପରିବାର 4 ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। ଏହି ଚାରି ଜଣ ନନ୍ଦାୟାଲ ଇଲାକାର ଅବଦୁଲ ସଲାମଙ୍କ ପରିବାର ବୋଲି ଜଣା ପଡ଼ିଛି। ଘଟଣାସ୍ଥଳରେ କୁର୍ଣ୍ଣୁଲ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

ଆନ୍ଧ୍ରପ୍ରଦେଶ: ଗୋଟିଏ ପରିବାରର 4 ଜଣଙ୍କ ଆତ୍ମହତ୍ୟା

ସୂଚନା ଅନୁଯାୟୀ ଏହି 4 ଜଣ ନନ୍ଦୟାଲ ଇଲାକାରୁ ଏକ ଅଟୋ ଯୋଗେ ପାନାମ ମଣ୍ଡଳ ନିକଟରେ ପହଞ୍ଚି ଥିଲେ। ଏହାପରେ ସେମାନେ ନିକଟସ୍ଥ କାଉରୁଲ ରେଳ ଷ୍ଟେସନରେ କିଛି ସମୟ ରହିଥିଲେ। ତେବେ ସେଠାରେ କେହି କିଛି ବୁଝିବା ପୂର୍ବରୁ ଏକ ମାଲବାହୀ ଟ୍ରେନ ଆଗକୁ ଡେଇଁ ପଡ଼ିଥିଲେ ପୂରା ପରିବାର। ଫଳରେ ଘଟଣାସ୍ଥଳରେ ପରିବାରର 4ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଅବଦୁଲ ସଲାମଙ୍କ ସହ ତାଙ୍କ ଧର୍ମପତ୍ନୀ ଓ ଦୁଇଜଣ ଛୋଟ ପିଲା ରହିଛନ୍ତି। କୁର୍ଣ୍ଣୁଲ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି। ପ୍ରାଥମିକ ତଦନ୍ତରୁ କୌଣସି ପାରିବାରିକ ସମସ୍ୟା ଯୋଗୁଁ ପୂରା ପରିବାର ଏଭଳି ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି।

ଏନେଇ କାଉଲୁର ରେଳୱେ ପୋଲିସ ପକ୍ଷରୁ ମଧ୍ୟ ଏକ ମାମଲା ରୁଜୁ କରାଯାଇଛି। ଏହି ପରିବାର ନନ୍ଦୟାଲ ସହରର ରୋଜକୁନ୍ତାରେ ରହୁଥିବା ନେଇ ସୂଚନା ମିଳିଛି। କିଛିଦିନ ତଳେ ଅବଦୁଲ ସଲାମଙ୍କୁ ସ୍ଥାନୀୟ ଏକ ସୁନା ଦୋକାନରୁ ଚୋରୀ କରିଥିବା ଅଭିଯୋଗରେ ଗିରଫ କରିଥିଲା ପୋଲିସ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details