ନୂଆଦିଲ୍ଲୀ: ପୁଣି ଥରେ ଭାରତର ବାୟୁ ସୀମା ଉଲ୍ଲଙ୍ଘନ ଉଦ୍ୟମ କରିଛି ପାକିସ୍ତାନ । ପଞ୍ଜାବ ଫିରୋଜପୁର ହୁସୋନିୱାଲା ସୀମାନ୍ତ ଉପରେ ଭାରତ-ସୀମା ଚେକ ପୋଷ୍ଟ ଏଚକେ ଟାୱାର ଉପରେ ପାକିସ୍ତାନୀ ଡ୍ରୋନ ଉଡାଯାଇଥିବା ନେଇ ସୁରକ୍ଷାକର୍ମୀ ଦେଖିବାକୁ ପାଇଥିଲେ । ପଞ୍ଚମ ଥର ଉଡିବା ପରେ ଭାରତୀୟ ବାୟୁସୀମାରେ ପ୍ରବେଶ କରିଥିଲା ।
ସୋମବାର ରାତି 10ଟାରୁ 10.40 ମଧ୍ୟରେ ସୀମା ଉପରେ ପାକିସ୍ତାନୀ ଡ୍ରୋନ ଉଡୁଥିବାର ଦେଖିବାକୁ ପାଇଥିଲେ ସୁରକ୍ଷାକର୍ମୀ । କିନ୍ତୁ 12.25 ସମୟରେ ଭାରତୀୟ ସୀମା ପାର କରିଥିଲା ଡ୍ରୋନ । ଯାହା ପରେ ଭାରତୀୟ ସୀମା ସୁରକ୍ଷା ବଳ (ବିଏସଏଫ) ଯବାନମାନେ ବରିଷ୍ଠ ଅଧିକାରୀଙ୍କୁ ସୂଚନା ଦେଇଥିଲେ ।